ଉଦୟନିଧିଙ୍କ ହିନ୍ଦୁ ବିରୋଧୀ ବୟାନକୁ ନେଇ ତେଜିଲା ବିବାଦ, ଇଣ୍ଡିଆ ମେଣ୍ଟ ହିନ୍ଦୁମାନଙ୍କୁ ଘୃଣା କରେ ବୋଲି କହିଲେ ଅମିତ ଶାହା

Advertisment

ଡିଏମକେ ନେତାଙ୍କ ବୟାନରୁ ନିଜକୁ ଦୂରେଇ ରଖିଲା କଂଗ୍ରେସ

ଡିଏମକେ ନେତାଙ୍କ ବୟାନରୁ ନିଜକୁ ଦୂରେଇ ରଖିଲା କଂଗ୍ରେସ

ଉଦୟନିଧିଙ୍କ ହିନ୍ଦୁ ବିରୋଧୀ ବୟାନକୁ ନେଇ ତେଜିଲା ବିବାଦ, ଇଣ୍ଡିଆ ମେଣ୍ଟ ହିନ୍ଦୁମାନଙ୍କୁ ଘୃଣା କରେ ବୋଲି କହିଲେ ଅମିତ ଶାହା

ନୂଆଦିଲ୍ଲୀ : ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ପୁଅ ତଥା ଉକ୍ତ ରାଜ୍ୟରେ ମନ୍ତ୍ରୀ ଥିବା ଉଦୟନିଧି ଷ୍ଟାଲିନଙ୍କ ସନାତନଧର୍ମ ବିରୋଧୀ ବୟାନକୁ ନେଇ ଦେଶରେ ବିବାଦ ଓ ରାଜନୀତି ବଢିବାରେ ଲାଗିଛି । ଏହି ବୟାନ ଇଣ୍ଡିଆ ମେଣ୍ଟ ବିରୋଧରେ ବିଜେପିକୁ ଏକ ବଡ଼ ଅସ୍ତ୍ର ଦେଇଦେଇଛି । ଗୃହମନ୍ତ୍ରୀ ଅମିତ ଶାହାଙ୍କ ଠାରୁ ଆରମ୍ଭ କରି ବିଜେପି ସଭାପତି ଜେପି ନଡ୍ଡା, ବିଜେପି ନେତା ଅମିତ ମାଲବ୍ୟ ଆଦି ଏହାକୁ ନେଇ ଡିଏମକେ ଓ ଇଣ୍ଡିଆ ମେଣ୍ଟକୁ ସମାଲୋଚନା କରିଛନ୍ତି । ସେପଟେ କଂଗ୍ରେସ୍ ଏହି ବୟାନଠାରୁ ନିଜକୁ ଦୂରେଇ ରଖିଛି ।

ରାଜସ୍ଥାନର ଡୁଙ୍ଗରପୁରରେ ହୋଇଥିବା ବିଜେପିର ଜନସଂପର୍କ ସଭାରେ ଯୋଗ ଦେଇ ଅମିତ ଶାହା କହିଛନ୍ତି ଯେ, ଡିଏମକେ ମୁଖ୍ୟ ଏମକେ ଷ୍ଟାଲିନଙ୍କ ମନ୍ତ୍ରୀଙ୍କ ପୁଅ ସନାତନ ଧର୍ମ ଉପରେ ଦେଇଥିବା ମନ୍ତବ୍ୟ ଦର୍ଶାଉଛି ଯେ ବିରୋଧୀ 'ଇଣ୍ଡିଆ' ମେଣ୍ଟ "ହିନ୍ଦୁତ୍ୱକୁ ଘୃଣା କରେ"। ଏହା ଆମ ଐତିହ୍ୟ ଉପରେ ଆକ୍ରମଣ ବୋଲି ସେ କହିଛନ୍ତି। ସେହିପରି ଜେପି ନଡ୍ଡା ଏହି ବୟାନକୁ ନେଇ ସିଧାସଳଖ ରାହୁଲ ଗାନ୍ଧିଙ୍କୁ ଘେରିଛନ୍ତି । ଏହା କଣ ତାଙ୍କର ପ୍ରେମର ଦୋକାନ ବୋଲି ସେ ପ୍ରଶ୍ନ କରିଛନ୍ତି ।

ଅନ୍ୟପକ୍ଷରେ ଡିଏମକେ ନେତାଙ୍କ ଏହି ବୟାନରୁ ନିଜକୁ ଦୂରେଇ ରଖିଛି କଂଗ୍ରେସ । କଂଗ୍ରେସ ସର୍ବଧର୍ମ ସମଭାବ ଉପରେ ବିଶ୍ବାସ କରେ । କାହାର ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇବାରେ କଂଗ୍ରେସ ବିଶ୍ବାସରଖେ ନାହିଁ ବୋଲି ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପାଟୋଲେ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe