ଶେଷପର୍ଯ୍ୟାୟ ଭୋଟଗ୍ରହଣ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ଇଣ୍ଡି ମେଣ୍ଟର ଗୁରୁତ୍ବପୂର୍ଣ୍ଣ ବୈଠକ

ଶେଷପର୍ଯ୍ୟାୟ ଭୋଟଗ୍ରହଣ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ଇଣ୍ଡି ମେଣ୍ଟର ଗୁରୁତ୍ବପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ: ଆଜି ଶେଷ ପର୍ଯ୍ୟାୟରେ ଦେଶରେ ମତଦାନ ଚାଲିଛି। ଶେଷ ପର୍ଯ୍ୟାୟ ମତଦାନ ମଧ୍ୟରେ ଶନିବାର ଇଣ୍ଡି ମେଣ୍ଟର ମୁଖ୍ୟ ସହଯୋଗୀ ଦଳର ନେତାମାନଙ୍କର ଏକ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଦିଲ୍ଲୀସ୍ଥିତ ବାସଭବନରେ ଏହି ବୈଠକ ଡକାଯାଇଛି। ବୈଠକରେ ଯୋଗଦେବା ପାଇଁ ବିଭିନ୍ନ ଦଳର ନେତାମାନେ ଦିଲ୍ଲୀରେ ପହଞ୍ଚିବାରେ ଲାଗିଛନ୍ତି। ଶନିବାର ଅପରାହ୍ନରେ ଏହି ବୈଠକ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ନିର୍ବାଚନ ପରେ ଇଣ୍ଡି ମେଣ୍ଟର ରଣନୀତି କ'ଣ ହେବ ସେ ନେଇ ବୈଠକରେ ଆଲୋଚନା ହେବ ବୋଲି ଆଶା କରାଯାଉଛି।

ମମତା ବାନାର୍ଜୀ, ଷ୍ଟାଲିନ ଯୋଗଦେବେ ନାହିଁ

ବୈଠକ ସମ୍ପର୍କରେ ସୂଚନା ଦେଇ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ମେଣ୍ଟର ସମସ୍ତ ବରିଷ୍ଠ ନେତା ଏଥିରେ ଯୋଗ ଦେବେ। ତେବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ବୈଠକରେ ଯୋଗ ଦେବେ ନାହିଁ। ମମତା ବାନାର୍ଜୀଙ୍କ ବ୍ୟତୀତ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ମଧ୍ୟ ଇଣ୍ଡିଆ ଆଲାଏନ୍ସର ଏହି ବୈଠକରେ ଅନୁପସ୍ଥିତ ରହିପାରନ୍ତି । ତେବେ ଏହି ବୈଠକରେ ତାଙ୍କ ଦଳର ବରିଷ୍ଠ ସଦସ୍ୟମାନେ ପ୍ରତିନିଧିତ୍ୱ କରିବେ। ଶନିବାର ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ପଶ୍ଚିମବଙ୍ଗର ଅନେକ ଆସନରେ ମତଦାନ ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe