ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ସହନସାହପୁର ଗସ୍ତ କରି ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହି ଅବସରରେ ମୋଦି ଶୌଚାଳୟ ପାଇଁ ଇଟା ଯୋଡିବା ସହିତ ସ୍ୱଚ୍ଛତା ଅଭିଯାନ ଆରମ୍ଭ କରି ପଶୁ ଆରୋଗ୍ୟ ମେଳାର ଶୁଭ ଉଦଘାଟନ କରିଥିଲେ। ମୋଦି କହିଥିଲେ, ପଶୁ ଭୋଟ ଦେବାକୁ ଯାଆନ୍ତି ନାହିଁ, ହେଲେ ବି ଆମେ ତାଙ୍କ ସେବା କରୁଛୁ।
ପ୍ରଧାନମନ୍ତ୍ରୀଙ୍କ ସହିତ ୟୁପି ରାଜ୍ୟପାଳ ରାମ ନାଏକ ଓ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରମୁଖ ଉପସ୍ଥିତ ଥିଲେ । ପଶୁ ଆରୋଗ୍ୟ ମେଳାରେ ବୁଲି ବୁଲି ଚାଷୀ ଓ ପଶୁ ଡାକ୍ତରଙ୍କୁ ଭେଟି ସ୍ଥିତି ଅନୁଧ୍ୟାନ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି।
Follow Us