୧୬ ଘଣ୍ଟିଆ ବୈଠକରେ ଦେସ୍‌ପାଙ୍ଗ୍‌, ଗୋଗ୍ରା ଓ ହଟ୍‌ ସ୍ପ୍ରିଙ୍ଗ୍‌ସ୍‌ରୁ ସୈନ୍ୟ ଅପସାରଣ ପ୍ରସଙ୍ଗ ଆଲୋଚନା କଲେ ଭାରତ ଓ ଚୀନ୍‌

Advertisment
୧୬ ଘଣ୍ଟିଆ ବୈଠକରେ ଦେସ୍‌ପାଙ୍ଗ୍‌, ଗୋଗ୍ରା ଓ ହଟ୍‌ ସ୍ପ୍ରିଙ୍ଗ୍‌ସ୍‌ରୁ ସୈନ୍ୟ ଅପସାରଣ ପ୍ରସଙ୍ଗ ଆଲୋଚନା କଲେ ଭାରତ ଓ ଚୀନ୍‌

Image Courtesy of India Today

ନୂଆଦିଲ୍ଲୀ: ଶନିବାର ଦିନ ଭାରତ ଓ ଚୀନ୍‌ ମଧ୍ୟରେ ଅନୁଷ୍ଠିତ ୧୦ମ ସାମରିକସ୍ତରୀୟ ଆଲୋଚନା ଦୀର୍ଘ ୧୬ ଘଣ୍ଟା ଚାଲିବା ପରେ ଗତରାତି ପ୍ରାୟ ୨ଟାରେ ଶେଷ ହୋଇଛି। ଗୋଗ୍ରା ହାଇଟ୍‌ସ୍‌, ହଟ୍‌ ସ୍ପ୍ରିଙ୍ଗ୍ସ୍‌ ଏବଂ ଦେସପାଙ୍ଗ ସମତଳ ଅଞ୍ଚଳ ଭଳି ତିନୋଟି ସ୍ଥାନରୁ ସୈନ୍ୟ ଅପସାରଣ ଲାଗି ଉଭୟ ପକ୍ଷ ଏହି ବୈଠକରେ ଆଲୋଚନା କରାଯାଇଥିଲା।

ଦୀର୍ଘ ୯ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଦୁଇ ଦେଶର ସେନାଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ଯୋଗୁଁ ଲଦାଖ ଅଞ୍ଚଳରେ ସୃଷ୍ଟ ଉତ୍ତେଜନା ହ୍ରାସ ନିମନ୍ତେ ଉପରୋକ୍ତ ଅଞ୍ଚଳରୁ ଅବିଳମ୍ବେ ସୈନ୍ୟ ପ୍ରତ୍ୟାହାର ଲାଗି ଚୀନ୍‌ ସହ ହୋଇଥିବା ଏହି ସଦ୍ୟ ଆଲୋଚନାରେ ଭାରତ ଗୁରୁତ୍ୱାରେପ କରିଥିବା ଜଣାପଡ଼ିଛି।

publive-image Image Courtesy of Times Now

ଏହି ଆଲୋଚନାରେ ଭାରତର ନେତୃତ୍ୱ ନେଇଥିଲେ ଲେହ୍‌ସ୍ଥିତ ୧୪ କର୍ପସ୍‌ର କମାଣ୍ଡର୍‌ ଇନ୍‌-ଚିଫ୍‌ ଲେଫ୍‌ଟ୍‌ନାଣ୍ଟ୍‌ ଜେନେରାଲ୍‌ ପିଜିକେ ମେନନ୍‌। ସେହିଭଳି ଚୀନ୍‌ ତରଫରୁ ନେତୃତ୍ୱ ନେଇଥିଲେ ପିପୁଲ୍ସ୍‌ ଲିବରେସନ୍‌ ଆର୍ମି ଦକ୍ଷିଣ ଚିନ୍‌ଜିଆଙ୍ଗ୍‌ ସାମରିକ ଜିଲ୍ଲାର କମାଣ୍ଡର୍‌ ମେଜର୍‌ ଜେନେରାଲ୍‌ ଲିୟୁ ଲିନ୍‌।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe