ଜି-୭ରେ ଭାରତର କୂଟନୈତିକ ବିଜୟ; ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଲେ କଶ୍ମୀର ହେଉଛି ଏକ ଦ୍ୱିପାକ୍ଷିକ ପ୍ରସଙ୍ଗ

Advertisment
ଜି-୭ରେ ଭାରତର କୂଟନୈତିକ ବିଜୟ; ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଲେ କଶ୍ମୀର ହେଉଛି ଏକ ଦ୍ୱିପାକ୍ଷିକ ପ୍ରସଙ୍ଗ

India Today

ନୂଆଦିଲ୍ଲୀ: ଫ୍ରାନ୍ସ ଠାରେ ଆରମ୍ଭ ହୋଇଥିବା ଜି-୭ ଶିଖର ସମ୍ମିଳନୀ ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପରସ୍ପରକୁ ଭେଟିବା ସହ ଆଲୋଚନା କରିଛନ୍ତି। ତେବେ, ଆଜି ପର୍ଯ୍ୟନ୍ତ କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ବାରମ୍ବାର ଆଗ୍ରହ ପ୍ରକାଶ କରୁଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜିର ଆଲୋଚନା କାଳରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କହିଛନ୍ତି ଯେ କଶ୍ମୀର ପ୍ରସଙ୍ଗ ହେଉଛି ଭାରତ ଓ ପାକିସ୍ତାନ ମଧ୍ୟରେ ଏକ ଦ୍ୱିପାକ୍ଷିକ ପ୍ରସଙ୍ଗ। ଏପ୍ରସଙ୍ଗରେ ଉଭୟ ଭାରତ ଓ ପାକିସ୍ତାନ ପରସ୍ପର ମଧ୍ୟରେ ଆଲୋଚନା କରି ଏହାର ଶାନ୍ତିପୂର୍ଣ୍ଣ ସମାଧାନ କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ। ଏଥିସହ ଜମ୍ମୁ- କଶ୍ମୀରରୁ ଧାରା ୩୭୦ର ଉଚ୍ଛେଦ ମଧ୍ୟ ଭାରତର ଏକ ଆଭ୍ୟନ୍ତରୀଣ ମାମଲା ବୋଲି ମଧ୍ୟ ଆଲୋଚନା କାଳରେ ରାଷ୍ଟ୍ରପତି ଟ୍ରମ୍ପ ସ୍ପଷ୍ଟ କରି ଦେଇଛନ୍ତି।

publive-image ANI

ଆଲୋଚନା କାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ କଶ୍ମୀର ପ୍ରସଙ୍ଗ ଭାରତ ଓ ପାକିସ୍ତାନ ମଧ୍ୟରେ ସୀମିତ। ଦୁଇ ରାଷ୍ଟ୍ର ମଧ୍ୟରେ ସୀମିତ ଥିବା ଏ ପ୍ରସଙ୍ଗକୁ ନେଇ ଅନ୍ୟ ତୃତୀୟ ରାଷ୍ଟ୍ରକୁ କୌଣସି ପୀଡ଼ା ଦେବାକୁ ସେ ଚାହୁଁ ନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe