photo-zee news
ନୂଆଦିଲ୍ଲୀ: ଶିଖମାନଙ୍କର ପ୍ରସିଦ୍ଧ ଆଧ୍ୟାତ୍ମିକ ସ୍ଥଳୀ ‘କରତାରପୁର କରିଡର’ ପ୍ରସଙ୍ଗରେ ଭାରତ ଓ ପାକିସ୍ତାନର ଅଧିକାରୀମାନଙ୍କ ମଧ୍ୟରେ ଆଜି ପୁଣି ଥରେ ଆଲୋଚନା ହେବ । ଏହା ଗତ ଏପ୍ରିଲ ମାସ ୨ ତାରିଖରେ ହେବାର ଥିଲା ମାତ୍ର ସେତେବେଳେ ତାହା ହୋଇପାରି ନଥିଲା। ଏହି ବୈଠକ ଆଜି ସକାଳ ସାଢ଼େ ୧୦ଟା ବେଳେ ହେବାର ସୂଚନା ମିଳିଛି।ଏହା ଅପରାହ୍ନ ସାଢ଼େ ୧ଟା ଯାଏଁ ଚାଲିବ ବୋଲି ଜଣାଯାଇଛି। ଏହି ବହୁ ପ୍ରତୀକ୍ଷିତ ବୈଠକ ୱାଘା ସୀମାରେ ଅନୁଷ୍ଠିତ ହେବ ବୋଲି ଜଣାଯାଇଛି ।
ଭାରତ ପକ୍ଷରୁ ଯୁଗ୍ମ ସଚିବ ଏସସିଏଲ ଦାସ ଏବଂ ଦିପକ ମିତ୍ତଲ ଏହି ବୈଠକରେ ଯୋଗ ଦେଉଥିବାର ସୂଚନା ମିଳିଛି । ଅପରପକ୍ଷରେ ପାକିସ୍ତାନ ତରଫରୁ ବୈଠକରେ ଦକ୍ଷିଣ ଏସିଆ ସହଯୋଗୀ ସଂଗଠନ (ସାର୍କ)ର ମହାନିର୍ଦ୍ଦେଶକ ଡ. ମହମ୍ମଦ ଫୈଜଲ ଯୋଗ ଦେବେ ବୋଲି କୁହାଯାଉଛି ।
/sambad/media/post_attachments/wp-content/uploads/2019/07/kartarpur-sahib-380-news18.jpg) photo-news18
 photo-news18ଉଭୟ ଭାରତ ଓ ପାକିସ୍ତାନ ପାଇଁ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ କୁହାଯାଉଥିବା ଏହି କରିଡର ପାଇଁ ପୂର୍ବରୁ ପ୍ରଥମ ପର୍ଯ୍ୟାୟର ଆଲୋଚନା ବିଫଳ ହୋଇଛି । ଗୁରୁ ନାନକଙ୍କ ୫୫୦ତମ ଜୟନ୍ତୀ ପୂର୍ବରୁ ଏହି କାମ ଶେଷ କରାଯିବାକୁ ଉଦ୍ୟମ ରଖାଯାଇଛି । ଏହି ପ୍ରକଳ୍ପର ଯବନିକା ପଡ଼ିଲେ ଉଭୟ ଭାରତ ଓ ପାକିସ୍ତାନ ମଧ୍ୟରେ ଆଧ୍ୟାତ୍ମିକ ସଂପର୍କରେ ଉନ୍ନତି ଆସିବ ବୋଲି କୁହାଯାଉଛି ।
/sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2019/07/kartarpur-corridor-zee-news.jpg)