ନୂଆଦିଲ୍ଲୀ: ଭାରତ ଓ ଇୟୁରୋପୀ ସଂଘ (ଇୟୁ) ମଧ୍ୟରେ ମୁକ୍ତ ବାଣିଜ୍ୟ ରାଜିନାମା ନେଇ ଚାଲିଥିବା ଦୀର୍ଘବର୍ଷର ଆଲୋଚନା ଆସନ୍ତା ୨୭ ତାରିଖରେ ଶେଷ ହେବ ବୋଲି ଆଶା କରାଯାଉଛି। ଗତକାଲି ଭାରତରେ ୟୁରୋପୀୟ ଆୟୋଗର ସଭାପତିି ଉର୍ସୁଲା ଭନ ଡେର ଲେୟେନ୍ ପହଞ୍ଚି ସାରିଛନ୍ତି। ରବିବାର ୟୁରୋପୀୟ ପରିଷଦର ସଭାପତି ଆଣ୍ଟୋନିଓ ଲୁଇ ସାଣ୍ଟୋସ୍ ପହଞ୍ଚିବେ। ଦୁଇଜଣ ଯାକ ନେତା ଚଳିତବର୍ଷ ପାଇଁ ଜନରାଜ୍ୟ ଦିବସ ଉତ୍ସବର ମୁଖ୍ୟ ଅତିଥି ହେବେ। ଏଥିସହିତ ୨୭ ତାରିଖରେ ଭାରତ-ଇୟୁ ମୁକ୍ତ ବାଣିଜ୍ୟ ଆଲୋଚନା ଆନୁଷ୍ଠାନିକ ଭାବେ ଶେଷ ହେବ ବୋଲି ଆଶା କରାଯାଉଛି। ସେହିଦିନ ଭାରତ-ଇୟୁର ୧୬ତମ ସମ୍ମିଳନୀ ମଧ୍ୟ ଅନୁଷ୍ଠିତ ହେବ। ତେଣୁ ଏହା ଦ୍ବିପାକ୍ଷିକ ସଂପର୍କ ଓ ବାଣିଜ୍ୟକୁ ଆଗକୁ ନେବ ବୋଲି ଅନୁମାନ କରାଯାଉଛି।
ଗତବର୍ଷ ଅଗଷ୍ଟ ମାସରରୁ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲଗାଇଛନ୍ତି। ଏଭଳି ସ୍ଥିତିରେ ଭାରତ ଏହାର ବାଣିଜ୍ୟିକ ସଂପର୍କକୁ ଅନ୍ୟାନ୍ୟ ଦେଶ ସହିତ ମଜଭୁତ କରିବାକୁ ଚାହୁଛି। ଭାରତର ମୋଟ ସାମଗ୍ରୀ ରପ୍ତାନିର ୧୭ ପ୍ରତିଶତ ୟୁରୋପୀୟ ସଂଘକୁ କରୁଛି। ଏଫ୍ଟିଏ ହେଲେ ଏହା ବୃଦ୍ଧି ପାଇବ। ୨୦୨୪-୨୫ରେ ଉଭୟ ପକ୍ଷ ମଧ୍ୟରେ ଦ୍ବିପାକ୍ଷିକ ବାଣିଜ୍ୟ ପ୍ରାୟ ୧୩୬ ବିଲିଅନ ଡଲାରରେ ରହିଛି। ୨୦୧୯ରୁ ୨୦୨୪ ମଧ୍ୟରେ ସେବା କ୍ଷେତ୍ରରେ ଭାରତ-ଇୟୁ ଦ୍ବିପାକ୍ଷିକ ବାଣିଜ୍ୟରେ ଭଲ ବୃଦ୍ଧି ହୋଇଛି। ଇୟୁକୁ ଭାରତର ରପ୍ତାନି ଏହି ସମୟ ମଧ୍ୟରେ ୧୯ ବିଲିଅନ ୟୁରୋରୁ ୩୭ ବିଲିଅନ ୟୁରୋକୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ଭାରତକୁ ଇୟୁର ରପ୍ତାନି ୨୯ ବିଲିୟନ ୟୁରୋକୁ ବୃଦ୍ଧି ଘଟିଛି।
ଆହୁରି ପଢ଼ନ୍ତୁ: Rourkela: ରାଉରକେଲା ରେଳ ଷ୍ଟେସନରେ ବଡ଼ କାର୍ଯ୍ୟାନୁଷ୍ଠାନ; ଅନେକ ବୁଲା ବେପାରୀ ଗିରଫ
ଭାରତ-ଇୟୁ ମଧ୍ୟରେ ମୁକ୍ତ ବାଣିଜ୍ୟ ରାଜିନାମା ହେଲେ ଭାରତରେ ୟୁରୋୟୀୟ କମ୍ପାନିଙ୍କ କାର୍ ଏବଂ ମଦ ଶସ୍ତା ହେବ। ସେହିଭଳି ଇୟୁକୁ ଭାରତର ପେଟ୍ରୋଲିୟମ ଉତ୍ପାଦ, ବୟନ ସାମଗ୍ରୀ,ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଏବଂ କମ୍ପ୍ୟୁଟର ଉପକରଣର ରପ୍ତାନି ବୃଦ୍ଧି ପାଇବ। ଏଥିସହିତ ୟୁରୋପୀୟ ସଂଘରୁ ଭାରତକୁ ଅଧିକ ଏଫ୍ଡିଆଇ ଆସିବ। ୨୦୦୦ ଏପ୍ରିଲରୁ ୨୦୨୪ ସେପ୍ଟେମ୍ବର ମଧ୍ୟରେ ଭାରତକୁ ୧୧୭.୪ ବିଲିଅନ ଡଲାରର ଏଫ୍ଡିଆଇ ଆସିଛି। ଭାରତରେ ୬୦୦୦ କମ୍ପାନିଙ୍କର ଉପସ୍ଥିତି ଏବେ ରହିଛି। ବିଶ୍ବରୁ ଆସିଥିବା ମୋଟ ଏଫ୍ଡିଆଇର ୧୬.୬ ପ୍ରତିଶତ ଇୟୁରୁ ଆସିଛି।
ଆହୁରି ପଢ଼ନ୍ତୁ: Sambad Ravivar Sahitya Page: ଆଜିର ସମ୍ବାଦ ସାହିତ୍ୟ ପୃଷ୍ଠାର ଝଲକ... କ୍ଲିକ୍ କରନ୍ତୁ ଗଳ୍ପ, କବିତା ପଢ଼ନ୍ତୁ...
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/01/25/untitled-14jpg-2026-01-25-16-56-44.jpeg)