ଆମେରିକା, ଫ୍ରାନ୍ସ ସହିତ “ଏୟାର ବବଲ୍ସ” ଘୋଷଣା କଲା ଭାରତ, ଆସନ୍ତାକାଲି ଠାରୁ ଉଡ଼ାଣ କରିବ ବିମାନ

ଜାଣନ୍ତୁ “ଏୟାର ବବଲ୍ସ” କ'ଣ

ଆମେରିକା, ଫ୍ରାନ୍ସ ସହିତ “ଏୟାର ବବଲ୍ସ” ଘୋଷଣା କଲା ଭାରତ, ଆସନ୍ତାକାଲି ଠାରୁ ଉଡ଼ାଣ କରିବ ବିମାନ

The Statesman

ନୂଆଦିଲ୍ଲୀ: ଫ୍ରାନ୍ସ ଏବଂ ଆମେରିକା ସହ “ଏୟାର ବବଲ୍ସ” ଘୋଷଣା କରିଛି ଭାରତ । ଏୟାର ବବୁଲ୍ ହେଉଛି ଏକ ଦ୍ୱିପାକ୍ଷିକ ବ୍ୟବସ୍ଥା ଯାହା ଦ୍ବାରା କିଛି ନିୟମ ଏବଂ ପ୍ରତିବନ୍ଧକ ସହିତ ଦୁଇ ଦେଶର ବିମାନ କମ୍ପାନି ଅନ୍ତର୍ଜାତୀୟ ବିମାନ ଚଳାଚଳ କରିପାରିବେ | ଏବେ ଭାରତ ଫ୍ରାନ୍ସ ଏବଂ ଆମେରିକା ସହ ଏହି ଦ୍ୱିପାକ୍ଷିକ ଚୁକ୍ତିନାମା ସ୍ୱାକ୍ଷର କରିଛି । ଏହି ଦ୍ୱିପାକ୍ଷିକ ଚୁକ୍ତିନାମାରେ ଭାରତରୁ ଏହି ଦୁଇ ଦେଶକୁ ଅନ୍ତର୍ଜାତୀୟ ବିମାନ ଚଳାଚଳ ଆରମ୍ଭ ହେବା ସହ ଦୁଇ ଦେଶରୁ ବିମାନ ଭାରତକୁ ଉଡ଼ାଣ କରି ପାରିବ। ଆସନ୍ତାକାଲି ଠାରୁ ଏହି ଦୁଇ ଦେଶକୁ ବିମାନ ଉଡ଼ାଣ କରିବ ବୋଲି କହିଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ । ଏହା ସହ ଜର୍ମାନୀ ଏବଂ ବ୍ରିଟେନକୁ ବିମାନ ଚଳାଚଳ ଆରମ୍ଭ କରିବା ପାଇଁ ମଧ୍ୟ ସମାନ ବ୍ୟବସ୍ଥା ଚାଲିଛି ବୋଲି ‌ସେ କହିଛନ୍ତି ।

ଜୁଲାଇ ୧୭ରୁ ଜୁଲାଇ ୩୧ ମଧ୍ୟରେ ଆମେରିକାର କ୍ୟାରିଅର ୟୁନାଇଟେଡ୍ ଏୟାରଲାଇନ୍ସ ଭାରତ ଏବଂ ଆମେରିକା ମଧ୍ୟରେ ୧୮ଟି ବିମାନ ଚଳାଚଳ କରିବା ସହ ଜୁଲାଇ ୧୮ରୁ ଅଗଷ୍ଟ ୧ ପର୍ଯ୍ୟନ୍ତ ଫ୍ରାନ୍ସର ଏୟାର ଫ୍ରାନ୍ସ ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ ଏବଂ ପ୍ୟାରିସ ମଧ୍ୟରେ ୨୮ଟି ବିମାନ ଚଳାଚଳ କରିବ ବୋଲି ସେ କହିଛନ୍ତି। ମନ୍ତ୍ରୀ ହରଦୀପ ସିଂ ପୁରୀ ଆହୁରି ମଧ୍ୟ କହିଛନ୍ତି ଯେ, ଆମେରିକାର ୟୁନାଇଟେଡ୍ ଏୟାରଲାଇନ୍ସ ଦିଲ୍ଲୀ ଏବଂ ନ୍ୟୁର୍ୟକ ମଧ୍ୟରେ ସବୁଦିନ ଚଳାଚଳ କରିବା ସହ  ଦିଲ୍ଲୀ-ସାନ ଫ୍ରାନ୍ସିସ୍କୋ ମଧ୍ୟରେ ସପ୍ତାହରେ ତିନିଥର ଚଳାଚଳ କରିବ ।

ବର୍ତ୍ତମାନ ଏୟାର ବବଲ୍ସ ପାଇଁ ଆମର ଅନେକ ଦାବି ଅଛି, କିନ୍ତୁ ଆମକୁ ସତର୍କ ରହିବା ଆବଶ୍ୟକ | ଆମେ କେବଳ ସେହିମାନଙ୍କୁ ଅନୁମତି ଦେବା ଉଚିତ ଯାହାକୁ ଆମେ ସମ୍ଭାଳି ପାରିବା ବୋଲି ମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ତେବେ ଭାରତରୁ ଏୟାର ଇଣ୍ଡିଆ ଏହି ଏୟାର ବବୁଲ୍ସ ଅଧିନରେ ଫ୍ରାନ୍ସ ଏବଂ ଆମେରିକାକୁ ବିମାନ ଚଳାଚଳ କରିବ ବୋଲି ଜଣା ପଡ଼ିଛି।

Domestic flights operations to resume from May 25 National Herald

କରୋନା ମହାମାରୀ ସମୟରେ ସଂକ୍ରମଣକୁ ରୋକିବା ପାଇଁ ସରକାର ଉଭୟ ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ସେବାକୁ ସ୍ଥଗିତ ରଖିଥିଲେ । ମେ ୨୫ରେ ଘରୋଇ ବିମାନ ସେବାକୁ ସରକାର ଅନୁମତି ଦେଇଥିବା ବେଳେ ଆସନ୍ତାକାଲିଠାରୁ ପ୍ରଥମ କରି ଫ୍ରାନ୍ସ ଏବଂ ଆମେରିକାକୁ  ଲୋକେ ଯାତ୍ରା କରି ପାରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe