ଭାରତ ସର୍ବଦା ବନ୍ଧୁମାନଙ୍କୁ ସହଯୋଗ ପାଇଁ ପ୍ରସ୍ତୁତ

Advertisment
କରୋନା ମୁକାବିଲା ପାଇଁ ୯୯ ବର୍ଷୀୟ ପୂର୍ବ ବିଧାୟକ ସମସ୍ତ ଜମା ଦାନକଲେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ସମେତ ବ୍ରାଜିଲ୍‌ ଏବଂ ଇସ୍ରାଏଲ୍‌କୁ ହାଇଡ୍ରୋକ୍ସିକ୍ଲୋରକ୍ବିନ୍‌ ରପ୍ତାନୀ ଉପରୁ କଟକଣା ହଟାଇବାପରେ ବ୍ରାଜିଲ୍‌ ରାଷ୍ଟ୍ରପତି ଜେଆର୍‌ ବଲ୍‌ସୋନାରୋା ଦେଶକୁ ଉଦ୍‌ବୋଧନ ଦେବା ଅବସରରେ ମୋଦୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ମଧ୍ୟ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ନେତାନ୍ୟାହୁ ଏକ ଟ୍ବିଟ୍‌ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଥିଲେ। ଇସ୍ରାଏଲ୍‌ର ସମସ୍ତ ନାଗରିକ ଭାରତକୁ ଧନ୍ୟବାଦ ଜଣାଉଥିବା ସେ ଟ୍ବିଟ୍‌ କରି କହିଥିଲେ। ତେବେ ଏହାର ପ୍ରତ୍ୟୁତ୍ତରରେ ମୋଦୀ କହିଥିଲେ, ଆମକୁ ଏକାଠି ଏହି ମହାମାରୀ ସହ ଲଢ଼ିବାକୁ ପଡ଼ିବ। ଭାରତ ବନ୍ଧୁମାନଙ୍କୁ ସହଯୋଗ କରିବାପାଇଁ ଯାହା ସମ୍ଭବ କରିବ ବୋଲି ମୋଦୀ କହିଛନ୍ତି। ମୋଦୀ ଇସ୍ରାଏଲ୍‌ର ନାଗରିକମାନଙ୍କ ଉତ୍ତମ ସ୍ବାସ୍ଥ୍ୟ ଏବଂ ମଙ୍ଗଳ କାମନା କରିଛନ୍ତି। ବ୍ରାଜିଲ୍‌ ରାଷ୍ଟ୍ରପତି ବଲ୍‌ସୋନାରୋ ମଧ୍ୟ ଏକ ଟ୍ବିଟ୍‌ କରି ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe