ଘନଉଛି ଆଣବିକ ଯୁଦ୍ଧ ଆଶଙ୍କା: ଭାରତୀୟ ନାଗରିକମାନଙ୍କୁ ତୁରନ୍ତ ୟୁକ୍ରେନ ଛାଡ଼ିବାକୁ ପରାମର୍ଶ ଜାରିକଲେ ଭାରତ ସରକାର

Advertisment
ଘନଉଛି ଆଣବିକ ଯୁଦ୍ଧ ଆଶଙ୍କା: ଭାରତୀୟ ନାଗରିକମାନଙ୍କୁ ତୁରନ୍ତ ୟୁକ୍ରେନ ଛାଡ଼ିବାକୁ ପରାମର୍ଶ ଜାରିକଲେ ଭାରତ ସରକାର

କିଭ୍‌/ ନୂଆଦିଲ୍ଲୀ: ସଂପ୍ରତି ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ଘନଘଟା ମଧ୍ୟରେ ଆଣବିକ ଯୁଦ୍ଧର ଆଶଙ୍କା ଘନେଇବାରେ ଲାଗିଛି। ଏପରିସ୍ଥିତିରେ ଆଣବିକ ଯୁଦ୍ଧର ଆଶଙ୍କା ବୃଦ୍ଧି ମଧ୍ୟରେ ଭାରତ ବୁଧବାର ଦିନ ଏକ ସପ୍ତାହ ମଧ୍ୟରେ ଦ୍ୱିତୀୟ ପରାମର୍ଶ ଜାରି କରି ୟୁକ୍ରେନରେ ଥିବା ଏହାର ନାଗରିକମାନଙ୍କୁ ସମସ୍ତ ଉପଲବ୍ଧ ଉପାୟରେ ତୁରନ୍ତ ୟୁକ୍ରେନ୍‌ ଛାଡିବାକୁ କହିଛି।

ଏହା ପୂର୍ବରୁ ଅକ୍ଟୋବର ୧୯ରେ ଭାରତ ଏହାର ନାଗରିକମାନଙ୍କୁ ୟୁକ୍ରେନ ଯାତ୍ରା ନକରିବାକୁ ଚେତାବନୀ ଦେଇଥିଲା ଏବଂ ଦେଶକୁ ଫେରିଥିବା ଛାତ୍ରମାନଙ୍କୁ ୟୁକ୍ରେନ୍‌ରେ ବିଗିଡି ଯାଇଥିବା ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଅନ୍ୟ ଭାରତୀୟ ନାଗରିକମାନଙ୍କୁ ଯୁଦ୍ଧ ଗ୍ରସ୍ତ ଦେଶ ଛାଡିବାକୁ କହିଥିଲା।

publive-image

ଅକ୍ଟୋବର ୧୯, ୨୦୨୨ରେ ଦୂତାବାସ ଦ୍ୱାରା ଜାରି କରାଯାଇଥିବା ପରାମର୍ଶ ଜାରି ରଖି ୟୁକ୍ରେନରେ ଥିବା ସମସ୍ତ ଭାରତୀୟ ନାଗରିକଙ୍କୁ ଉପଲବ୍ଧ ଉପାୟରେ ତୁରନ୍ତ ୟୁକ୍ରେନ ଛାଡିବାକୁ ପରାମର୍ଶ ଦିଆଯାଇଛି। ୟୁକ୍ରେନରେ ଭାରତୀୟ ମିଶନ କହିଛି ଯେ କିଛି ଭାରତୀୟ ନାଗରିକ ପୂର୍ବ ପରାମର୍ଶ ଅନୁଯାୟୀ ୟୁକ୍ରେନ ଛାଡି ସାରିଛନ୍ତି।
ଯଦି ସୀମାକୁ ଯାତ୍ରା କରିବାକୁ ଆବଶ୍ୟକ ହୁଏ ତେବେ ସେମାନେ କୌଣସି ମାର୍ଗଦର୍ଶନ କିମ୍ବା ସହାୟତା ପାଇଁ ନିମ୍ନଲିଖିତ ନମ୍ବରରେ ଦୂତାବାସ ସହିତ ଯୋଗାଯୋଗ କରିପାରନ୍ତି:

+380933559958,
+380635917881,
+380678745945।

ସୀମା ଅତିକ୍ରମ ପାଇଁ ରହିଥିବା ପ୍ରତିବନ୍ଧକକୁ ଏଡାଇବା ବିକଳ୍ପ ପାଇଁ ସେମାନେ ଦୂତାବାସ ୱେବସାଇଟକୁ ସୂଚିତ କରିପାରନ୍ତି ବୋଲି ଭାରତୀୟ ଦୂତାବାସ ପକ୍ଷରୁ ଜାରି ପରାମର୍ଶରେ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe