ଭାରତ ଏସ୍‌ଟିଏ-୧ ରାଷ୍ଟ୍ର ତାଲିକାରେ ସାମିଲ:ପାକିସ୍ତାନକୁ ଆଇଏମ୍‌ଏଫ୍‌ ଝଟ୍‌କା

Advertisment
ଭାରତ ଏସ୍‌ଟିଏ-୧ ରାଷ୍ଟ୍ର ତାଲିକାରେ ସାମିଲ:ପାକିସ୍ତାନକୁ ଆଇଏମ୍‌ଏଫ୍‌ ଝଟ୍‌କା

ନୂଆଦିଲ୍ଲୀ: ଗୋଟିଏ ପଟେ ଭାରତ ଉପରେ ଆମେରିକାର ବିଶ୍ୱାସ ବଢୁଥିବା ବେଳେ ପାକିସ୍ତାନ କିନ୍ତୁ ଏ ଦିଗରେ ଫେଲ୍‌ ମାରିଛି। ପାକିସ୍ତାନ ଉପରେ ଆମେରିକାର ଭରସା ଧୀରେ ଧୀରେ ଖସୁଥିବା ଦେଖିବାକୁ ମିଳିଛି। ଆଜି ଭାରତ ପାଇଁ ଆମେରିକା ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି। ସାମରିକ ବ୍ୟାପାର ପ୍ରାଧିକରଣ (ଏସ୍‌ଟିଏ)-୧ ରାଷ୍ଟ୍ର ତାଲିକାରେ ଆମେରିକା ଭାରତକୁ ସ୍ଥାନ ଦେଇଛି। ଏହାଦ୍ୱାରା ବିଭିନ୍ନ ହାଇଟେକ୍‌ ଉତ୍ପାଦ କାରବାରରେ ଭାରତକୁ ରିହାତି ମିଳିବ। ଏକମାତ୍ର ଦକ୍ଷିଣ ଏସୀୟ ରାଷ୍ଟ୍ର ଭାବେ ପ୍ରଥମ ଥର ପାଇଁ ଭାରତ ଏହି ତାଲିକାରେ ସ୍ଥାନ ପାଇଛି। ଭାରତ ଉପରେ ବଢୁଥିବା ବିଶ୍ୱାସ ଯୋଗୁ ଏଭଳି ପଦକ୍ଷେପ ନେଇଛି ଡୋନାଲ୍ଡ ଟ୍ରମ୍ପ୍‌ ପ୍ରଶାସନ।

୨୦୧୬ରେ ଭାରତକୁ ପ୍ରମୁଖ ପ୍ରତିରକ୍ଷା ସହଯୋଗୀ ଘୋଷଣା କରିଥିବା ଆମେରିକା ଆଜି ଏସ୍‌ଟିଏ-୧ରେ ସାମିଲ କରିଛି। ଅନ୍ୟପକ୍ଷରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌)ରୁ ଋଣ ହାସଲ କ୍ଷେତ୍ରରେ ପାକିସ୍ତାନକୁ ଝଟ୍‌କା ଦେଇଛି ଆମେରିକା। ଆଇଏମ୍‌ଏଫ୍‌ରୁ ଋଣ ନେଇ ପାକିସ୍ତାନ ବିଭିନ୍ନ କାର୍ଯ୍ୟରେ ଲଗାଇ ପାରିବ। କିନ୍ତୁ ଚୀନ୍‌ର ଋଣ ପରିଶୋଧରେ ଏହାକୁ ବ୍ୟବହାର କରାଯାଇ ପାରିବ ନାହିଁ ବୋଲି ଟ୍ରମ୍ପ୍‌ ପ୍ରଶାସନ ଚେତାବନୀ ଦେଇଛି। ଏ ନେଇ ଆଇଏମ୍‌ଏଫ୍‌କୁ ନୋଟିସ୍‌ ଜାରି କରାଯାଇଛି। ବାସ୍ତବରେ ପାକିସ୍ତାନ ଆଇଏମ୍‌ଏଫ୍‌ରୁ ଋଣ ନେଇ ଚୀନ୍‌ ଋଣ ପରିଶୋଧ କରିବାକୁ ଚାହୁଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe