ଆତଙ୍କବାଦୀଙ୍କ ଲଞ୍ଚପ୍ୟାଡ୍ ଓ ଅସ୍ତ୍ରଭଣ୍ଡାର ଧ୍ବଂସ କଲା ଭାରତୀୟ ସେନା, ଅପରେସନର ଭିଡିଓ ଜାରି

Advertisment
ଆତଙ୍କବାଦୀଙ୍କ ଲଞ୍ଚପ୍ୟାଡ୍ ଓ ଅସ୍ତ୍ରଭଣ୍ଡାର ଧ୍ବଂସ କଲା ଭାରତୀୟ ସେନା, ଅପରେସନର ଭିଡିଓ ଜାରି

ନୂଆଦିଲ୍ଲୀ: ଜାମ୍ମୁ ଓ କାଶ୍ମୀର ଅର୍ନ୍ତଗତ ନିୟନ୍ତ୍ରଣ ‌ରେଖା ନିକଟରେ ଗଢ଼ିଉଠିଥିବା ଆତଙ୍କବାଦୀଙ୍କ ଲଞ୍ଚପ୍ୟାଡ୍  ଓ ଅସ୍ତ୍ରଭଣ୍ଡାର ଉପରେ ପ୍ରବଳ ଗୋଳା ବର୍ଷଣ କରି ତାହାକୁ ଉଡାଇ ଦେଇଛି ଭାରତୀୟ ସେନା। ଆଜି ସେନା ପକ୍ଷରୁ ଏହି ଅପରେସନର ଭିଡିଓ ଜାରି କରାଯାଇଛି।  ଗତ ରବିବ‌ାର କୁପୱାରାର  କେରାନ୍‌ ସେକ୍ଟରରେ କିଛି ଆତଙ୍କବାଦୀ ଭାରତ ମଧ୍ୟକୁ ଅନୁପ୍ରବେଶ କରିବାଲାଗି ଉଦ୍ୟମ କରିଥିଲେ । ଏହି ସମୟରେ ଭାରତୀୟ ସେନା ପକ୍ଷରୁ ସେମାନଙ୍କ ଉପରେ ଜୋରଦାର ପ୍ରତି ଆକ୍ରମଣ କରାଯାଇଥିଲା । ଏହି ଘଟଣା ପରେ ଭାରତୀୟ ସେନା ପକ୍ଷରୁ ଅନୁସନ୍ଧାନ କରାଯାଇ ଏଲଓସି ଆରପଟେ ଆତଙ୍କବାଦୀଙ୍କ ଲଞ୍ଚପ୍ୟାଡଥିବା ଜାଣିବାକୁ ମିଳିଥିଲା । ଏହା ପରେ ଭାରତ ପକ୍ଷରୁ ଆଜି ଆତଙ୍କବାଦୀଙ୍କ ଲଞ୍ଚପ୍ୟାଡ ଉପରେ ବୋଫର୍ସ କମାଣ ବ୍ୟବାହର କରାଯାଇ .ଗୋଳା ବର୍ଷଣ କରାଯାଇ ଧ୍ବଂସ କରାଯାଇଥିଲା ।

ଶୁକ୍ରବାର ସକାଳେ ଭାରତର ଗୋଳା ବର୍ଷଣରେ ଗୋଟିଏ ଲଞ୍ଚପ୍ୟାଡ୍ ସମ୍ପୂର୍ଣ୍ଣ ଧ୍ୱଂସ ପାଇଛି। ଭାରତ ପକ୍ଷରୁ ଆଜି ୧୦୫ଏମ୍ଏମ୍ ଫିଲ୍ଡ ଗନ୍ ସହ ୧୫୫ ଏମ୍ଏମ୍ ବୋଫର୍ ବ୍ୟବହାର କରାଯାଇଥିଲା।

ଗତ ରବିବାର ୫ ଜଣ ପାକିସ୍ତାନୀ ଆତଙ୍କବାଦୀ କେରାନ୍ ସେକ୍ଟରରେ ଅନୁପ୍ରବେଶ ଲାଗି ଉଦ୍ୟମ କରିଥିଲେ । ଏମାନଙ୍କୁ ନିପାତ କରିଥିଲା ସେନା। ତେବେ ଢ଼େର ସମୟ ଧରି ଆତଙ୍କବାଦୀ ଓ ସେନା ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ତେବେ ଶୁକ୍ରବାର ସେମାନଙ୍କ ଲଞ୍ଚପ୍ୟାଡକୁ ପୂରା ଧ୍ବଂସ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe