ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୨+୨ ଆଲୋଚନା ଆରମ୍ଭ; ‘ଫିଷ୍ଟ୍‌ବମ୍ପ୍‌’ କରି ପେନ୍‌ଙ୍କୁ ସ୍ବାଗତ କଲେ ଜୟଶଙ୍କର

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୨+୨ ଆଲୋଚନା ଆରମ୍ଭ; ‘ଫିଷ୍ଟ୍‌ବମ୍ପ୍‌’ କରି ପେନ୍‌ଙ୍କୁ ସ୍ବାଗତ କଲେ ଜୟଶଙ୍କର

Image Courtesy of Zee News

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀରେ ଭାରତ ଏବଂ ଅଷ୍ଟ୍ରେଲିଆ ଉଚ୍ଚସ୍ତରର ୨+୨ ବୈଦେଶିକ ଏବଂ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ଆଲୋଚନା ଆରମ୍ଭ କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସେମାନଙ୍କ ଅଷ୍ଟ୍ରେଲୀୟ ପ୍ରତିପକ୍ଷ ମେରାଇଜ୍‌ ପେନ୍‌ ଏବଂ ପିଟର୍‌ ଡୁଟନ୍‌ଙ୍କ ସହ ରୁଦ୍ଧଦ୍ବାର ବୈଠକ କରିଥିଲେ।

ଚୀନ୍‌ର ସାମରିକ ଆଧିପତ୍ୟ ବିସ୍ତାର ପାଉଥିବା ଭାରତ-ପ୍ରଶାନ୍ତ ମହାସାଗର ଅଞ୍ଚଳ ସମେତ ସାମଗ୍ରିକ ପ୍ରତିରକ୍ଷା ଏବଂ ଦୁଇ ଦେଶ ମଧ୍ୟରେ ରଣକୌଶଳ ସହଯୋଗିତାକୁ ଆହୁରି ବୃଦ୍ଧି କରିବା ଏହି ଆଲୋଚନାର ଉଦ୍ଦେଶ୍ୟ।

publive-image Image Courtesy of Mint

ଆଲୋଚନା ଆରମ୍ଭ ହେବାର କ୍ଷଣିକ ଆଗରୁ କରୋନାଭାଇରସ୍‌ଜନିତ ମହାମାରୀ ସମୟରେ ‘ହ୍ୟାଣ୍ଡ୍‌ସେକ୍‌’ ବା ‘କରମର୍ଦ୍ଦନ’ ପରିବର୍ତ୍ତେ ସ୍ବାଗତ ଜଣାଇବାର ନୂତ ‘ହ୍ୟାଣ୍ଡ୍‌ସେକ୍‌’ କୁହାଯାଉଥିବା ‘ଫିଷ୍ଟ୍‌ ବମ୍ପ୍‌’ ବା ‘ମୁଷ୍ଟିମର୍ଦ୍ଦନ’ (ପରସ୍ପର ହାତମୁଠା ଲଢ଼େଇ କରି) ପେନ୍‌ଙ୍କୁ ସ୍ବାଗତ କରିଥିଲେ।

ଆଜି ଅପରାହ୍ଣରେ ଅଷ୍ଟ୍ରେଲୀୟ ମନ୍ତ୍ରୀମାନେ ୭, ଲୋକ କଲ୍ୟାଣ ମାର୍ଗରେ ଥିବା ବାସଭବନକୁ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe