୨୯ରୁ ଭାରତ-ଅଷ୍ଟ୍ରେଲିଆ ବାଣିଜ୍ୟ ରାଜିନାମା କାର୍ଯ୍ୟକ୍ଷମ

Advertisment

୫ ବର୍ଷରେ ଦ୍ବିପାକ୍ଷିକ ବାଣିଜ୍ୟ ୫୦ ବିଲିଅନ ଡଲାର ଛୁଇଁବ

୫ ବର୍ଷରେ ଦ୍ବିପାକ୍ଷିକ ବାଣିଜ୍ୟ ୫୦ ବିଲିଅନ ଡଲାର ଛୁଇଁବ

୨୯ରୁ ଭାରତ-ଅଷ୍ଟ୍ରେଲିଆ ବାଣିଜ୍ୟ ରାଜିନାମା କାର୍ଯ୍ୟକ୍ଷମ

ନୂଆଦିଲ୍ଲୀ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ‌ହୋଇଥିବା ଅର୍ଥନୈତିକ ସହଯୋଗ ଓ ବାଣିଜ୍ୟ ରାଜିନାମା (ଇସିଟିଏ) ଡିସେମ୍ବର ୨୯ ତାରିଖରୁ କାର୍ଯ୍ୟକ୍ଷମ ହେବ। ଅଷ୍ଟ୍ରେଲିଆର ବାଣିଜ୍ୟ ଏବଂ ପର୍ଯ୍ୟଟନ ମନ୍ତ୍ରୀ ଡନ ‌ଫେରେଲ ବୁଧବାର ଏହି ସୂଚନା ଦେଇଛନ୍ତି। ଉକ୍ତ ରାଜିନାମା କାର୍ଯ୍ୟକାରୀ ହେଲେ ଆସନ୍ତା ୫ ବର୍ଷ ମଧ୍ୟରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ବିପାକ୍ଷିକ ବାଣିଜ୍ୟ ଦୁଇଗୁଣା ହୋଇ ୪୦ରୁ ୫୦ ବିଲିଅନ ଡଲାର ସ୍ତରକୁ ଛୁଇଁବ ବୋଲି ଆଶା କରାଯାଉଛି। ଏହି ବାଣିଜ୍ୟ ରାଜିନାମା ଦୁଇ ଦେଶର ବ୍ୟବସାୟୀଙ୍କ ପାଇଁ ନୂଆ ବ୍ୟବସାୟ ସୁଯୋଗ ସୃଷ୍ଟି କରିବ। ସେହିଭଳି ଦୁଇଦେଶର ଗ୍ରାହକମାନେ ମଧ୍ୟ ଏହାଦ୍ବାରା ଉପକୃତ ହେବେ ବୋଲି ଆଶା ରଖାଯାଇଛି।

ଉଲ୍ଲେଖଯୋଗ୍ୟ, ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ରାଜିନାମା ଗତ ଏପ୍ରିଲ ୨ ତାରିଖରେ ସ୍ବାକ୍ଷର ହୋଇଥିଲା। ଉକ୍ତ ରାଜିନାମା ଦ୍ବାରା ଭାରତର ରପ୍ତାନିକାରୀମାନଙ୍କୁ ୬୦୦୦ରୁ ଅଧିକ ସାମଗ୍ରୀ ବର୍ଗରେ ପର୍ଯ୍ୟାପ୍ତ ଲାଭ ମିଳିବ। ବିଶେଷକରି ବୟନଶିଳ୍ପ ଓ ପୋଷାକ, କୃଷି ଓ ମତ୍ସ୍ୟ, ଚମଡ଼ା, ଜୋତା, ଫର୍ଣ୍ଣିଚର, କ୍ରୀଡ଼ା ସାମଗ୍ରୀ, ଗହଣା, ଯନ୍ତ୍ରପାତି ଏବଂ ଇଲେକ୍ଟ୍ରେିକାଲ ସାମଗ୍ରୀ କ୍ଷେତ୍ରରେ ଏସବୁ ସୁବିଧା ମିଳିବ। ଅଷ୍ଟ୍ରେଲିଆ ପ୍ରଥମ ଦିନରୁ ହିଁ ଭାରତର ୯୬.୪ ପ୍ରତିଶତ ରପ୍ତାନି ଉପରେ କୌଣସି ଶୁଳ୍କ ଆଦାୟ କରିବ ନାହିଁ। ଏଥିରେ ଅନେକ ସାମଗ୍ରୀ ‌ରହିଛି ଯାହା ଉପରେ ଅଷ୍ଟ୍ରେଲିଆ ବର୍ତ୍ତମାନ ୪ରୁ ୫ ପ୍ରତିଶତ ଶୁଳ୍କ ଆଦାୟ କରୁଛି।

ସୂଚନାଯୋଗ୍ୟ, ୨୦୨୧-୨୨ ଆର୍ଥିକବର୍ଷରେ ଅଷ୍ଟ୍ରେଲିଆକୁ ଭାରତର ରପ୍ତାନି ୮.୩ ବିଲିଅନ ଡଲାର ରହିଥିବାବେଳେ ଆମଦାନି ୧୬.୭୫ ବିଲିଅନ ଡଲାର ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe