ରୋହିଙ୍ଗ୍ୟା ସମସ୍ୟା ନେଇ ଭାରତ-ବାଂଲାଦେଶ ଆଲୋଚନା

ଶରଣାର୍ଥୀ ଫେରିଲେ ହିଁ ମିଆଁମାରରେ ଶାନ୍ତି ଫେରିବ: ସୁଷମା

ରୋହିଙ୍ଗ୍ୟା ସମସ୍ୟା ନେଇ ଭାରତ-ବାଂଲାଦେଶ ଆଲୋଚନା

ଢାକା: ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଆଜିଠାରୁ ଦୁଇ ଦିନିଆ ବାଂଲାଦେଶ ଗସ୍ତ ଆରମ୍ଭ ହୋଇଥିବା ବେଳେ ଉଭୟ ରାଷ୍ଟ୍ର ମଧ୍ୟରେ ରୋହିଙ୍ଗ୍ୟା ଶରଣାର୍ଥୀ ପ୍ରସଙ୍ଗ ନେଇ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ଆଲୋଚନା ହୋଇଛି। ମିଆଁମାରର ରେଖିନ୍‌ ପ୍ରଦେଶରେ ଶାନ୍ତି ଫେରାଇ ଆଣିବା ପାଇଁ ଶରଣାର୍ଥୀଙ୍କୁ ମଧ୍ୟ ଫେରିବାକୁ ହେବ। ଶରଣାର୍ଥୀ ଫେରିଲେ ହିଁ ଶାନ୍ତି ଫେରିବ ବୋଲି ସୁଷମା କହିଛନ୍ତି। ବାଂଲାଦେଶ ପ୍ରତିପକ୍ଷଙ୍କ ସହ ଆଲୋଚନା ପରେ ସୁଷମା କହିଛନ୍ତି ଯେ ରେଖିନ୍‌ ପ୍ରଦେଶର ସାମାଜିକ ଓ ଆର୍ଥିକ ଭିତ୍ତିଭୂମିର ବିକାଶ ପାଇଁ ଭାରତ ଯଥା ସମ୍ଭବ ସହାୟତା ଯୋଗାଇଦେବ। ମିଆଁମାର୍‌ର ରେଖିନ୍‌ ପ୍ରଦେଶରେ ଭୟଙ୍କର ହିଂସା ବ୍ୟାପିବା ପରେ ପ୍ରାୟ ୬ ଲକ୍ଷ ରୋହିଙ୍ଗ୍ୟା ଶରଣାର୍ଥୀ ବାଂଲାଦେଶକୁ ପଳାଇ ଆସିଛନ୍ତି। ସେମାନଙ୍କୁ ଆଶ୍ରୟ ଦେବା ଏବେ ବାଂଲାଦେଶ ସରକାରଙ୍କ ପାଇଁ ବଡ଼ ଚ୍ୟାଲେଂଜ ହୋଇଛି । ମିଆଁମାର ରୋହିଙ୍ଗ୍ୟା ମୁସ୍‌ଲିମଙ୍କୁ ମିଆଁମାର ନିଜ ନାଗରିକ ଭାବେ ଗ୍ରହଣ କରୁନଥିବାରୁ ଏବେ ସଙ୍କଟ ଜଟିଳ ହୋଇଛି ।

ତିସ୍ତା ନଦୀ ଜଳଚୁକ୍ତି ବାବଦରେ ମଧ୍ୟ ସୁଷମା ବାଂଲାଦେଶ ବିଦେଶମନ୍ତ୍ରୀଙ୍କ  ସହିତ ଆଲୋଚନା କରିଛନ୍ତି।   ଦ୍ୱିପାକ୍ଷିକ ଆଲୋଚନା ପରେ ସୁଷମା ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରି ଆଲୋଚନାର ଅଗ୍ରଗତି ସଂପର୍କରେ ଅବଗତ କରାଇଥିଳେ। ଢାକାରେ ଅବସ୍ଥାପିତ ଭାରତୀୟ ହାଇକମିସନର କହିଛନ୍ତି ଯେ ବାଂଲାଦେଶ ନେତୃତ୍ୱ ସହ ଦ୍ୱିପାକ୍ଷିକ ଆଲୋଚନା ସପଳ ହୋଇଛି ଏବଂ ଆସନ୍ତାକାଲି ବିଦେଶ ମନ୍ତ୍ରୀ ବାଣିଜ୍ୟ ସଂଗଠନ  ପ୍ରତିନିଧି ଏବଂ ବୁଦ୍ଧିଜୀବୀଙ୍କ ସହ ମଧ୍ୟ ଆଲୋଚନା କରିବେ। ବିଦେଶ ମନ୍ତ୍ରୀ ଭାବେ ଏହା ସୁଷମାଙ୍କ ଦ୍ୱିତୀୟ ବାଂଲାଦେଶ ଗସ୍ତ ହୋଇଥିବା ବେଳେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସଂପର୍କକୁ ଆହୁରି ମଜବୁତ କରିବାକୁ ସେ ଗୁରୁତ୍ୱାରୋପ କରିଛନ୍ତି। ବାଂଲାଦେଶରେ ଚୀନ୍‌ର ପ୍ରଭାବ ବଢ଼ୁଥିବାରୁ ଏହାକୁ ପ୍ରତିହତ କରିବା ପାଇଁ ସୁଷମାଙ୍କ ଗସ୍ତ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ଭାରତ ସହାୟତାରେ ବାଂଲାଦେଶରେ ଚାଲିଥିବା ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ମଧ୍ୟ ସୁଷମା ଅବଗତ ହୋଇଛନ୍ତି। ବାଂଲାଦେଶକୁ ହାଇସ୍ପିଡ୍‌ ଡିଜେଲ୍‌ ରପ୍ତାନି ଏବଂ ଖୁଲ୍‌ନା ସହରରେ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ଏକ ମିଳିତ ସୁବିଧା କେନ୍ଦ୍ର ଖୋଲିବା ପାଇଁ ସୁଷମା ରାଜିନାମା ସ୍ୱାକ୍ଷର କରିବେ। ସେହିପରି ଭାରତ ସରକାରଙ୍କ ଅନୁଦାନରେ ନିର୍ମିତ ୧୫ଟି ପ୍ରକଳ୍ପର ମଧ୍ୟ ସେ ଉଦ୍‌ଘାଟନ କରିବେ। ସ ଭାରତର ୨୯,୨୫୦ କୋଟି ଟଙ୍କା ସହାୟତାରେ ବାଂଲାଦେଶର ପ୍ରମୁଖ ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର କାର୍ଯ୍ୟାନ୍ଵୟନ ପାଇଁ ନିକଟରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲି ବାଂଲାଦେଶ ଗସ୍ତ କରି ଫେରିବା ପରେ  ସୁଷମାଙ୍କ ଏହି ଗସ୍ତ ବେଶ ଗୁରୁତ୍ୱ ବହନ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe