ନୂଆଦିଳ୍ଲୀ : ରୋହିଙ୍ଗ୍ୟା ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ଭାରତ ଓ ବାଂଲାଦେଶର ସୀମା ସୁରକ୍ଷା ଦ୍ୱିପାକ୍ଷିକ ଆଲୋଚନା ଆସନ୍ତାକାଲିଠାରୁ ଆରମ୍ଭ ହେବ। ବାଂଲାଦେଶର ବର୍ଡର ଗାର୍ଡ ବାଂଲାଦେଶ (ବିଜିବି) ଏବଂ ଭାରତ ବର୍ଡର ସିକ୍ୟୁରିଟି ଫୋର୍ସ (ବିଏସଏଫ)ର ଅଧିକାରୀଙ୍କ ମଧ୍ୟରେ ଏହି ଆଲୋଚନା ହେବ। ବିଜିବିର ୨୪ ଜଣିଆ ଦଳ ଏହି ଆଲୋଚନାରେ ଭାଗନେବ। ଏହାର ପ୍ରତିନିଧିତ୍ୱ କରିବେ ବିଜିବି ଡିଜି ମାଜ୍ ଜେନ୍। ସେହିଭଳି ଭାରତ ପକ୍ଷରୁ ବିଏସଏଫ ମୁଖ୍ୟ କେ କେ ଶର୍ମା ନେତୃତ୍ୱ ନେବେ। ରୋହିଙ୍ଗ୍ୟା ମୁସଲିମ ଶରଣାର୍ଥୀ ପ୍ରସଙ୍ଗ ସହିତ ଜାଲ୍ ଭାରତୀୟ ନୋଟ୍, ନିଶାଦ୍ରବ୍ୟର ଚୋରା ଚାଲାଣ ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା ହେବ।
ଭାରତ ବାଂଲାଦେଶ ଦ୍ୱିପାକ୍ଷିକ ସୀମା ସୁରକ୍ଷା ଆଲୋଚନା
Advertisment
Follow Us