News18
ନୂଆଦିଲ୍ଲୀ: ଦେଶରେ ସମ୍ପ୍ରତି କରୋନାଭୂତାଣୁ ସଂକ୍ରମଣର ଅହେତୁକ ବୃଦ୍ଧି ପରିପ୍ରେକ୍ଷୀରେ ସରକାର ଭୂତାଣୁ ବିରୋଧୀ ଔଷଧ ରେମ୍ଡେସିଭିର ରପ୍ତାନିକୁ ନିଷିଦ୍ଧ ଘୋଷଣା କରିଛନ୍ତି। ଦେଶରେ ମହାମାରୀ ସ୍ଥିତି ନିୟନ୍ତ୍ରଣାଧୀନ ନହେଲା ଯାଏ ରେମଡେସିଭିର ଇଞ୍ଜେକ୍ସନ ଓ ଅନ୍ୟାନ୍ୟ ତତ୍ସଂଲଗ୍ନ ଉପାଦାନର ରପ୍ତାନିକୁ ସରକାର ସମ୍ପୂର୍ଣ୍ଣ ବନ୍ଦ କରିଦେଇଛନ୍ତି। ଅପରପକ୍ଷେ, ଏହାକୁ ଏକ ଅବ୍ୟର୍ଥ ଔଷଧ ଭାବି ଲୋକେ କିଣିବା ଲାଗି ବିକଳ ନହେବାକୁ ବିଶେଷଜ୍ଞମାମନେ ପରାମର୍ଶ କରିଛନ୍ତି। ରେମଡେସିଭିର ଯଦିଓ କୋଭିଡ୍ରୁ ଆରୋଗ୍ୟଲାଭ ପାଇଁ ସମ୍ପୂର୍ଣ୍ଣ ଫଳପ୍ରଦ ନୁହେଁ, ତେବେ ଗୁରୁତର କୋଭିଡ୍ ପୀଡ଼ିତଙ୍କ ଠାରେ ଏହାର ପ୍ରୟୋଗ ଡାକ୍ତରଖାନା ରହଣିକୁ କମାଇ ଦେଇଥାଏ। କୋଭିଡ୍ ଲକ୍ଷଣ ଦେଖାଦେବାର ୯ ଦିନ ଭିତରେ ଏହି ଭୂତାଣୁ ବିରୋଧୀ ଔଷଧକୁ ବ୍ୟବହାର କଲେ କିଛିମାତ୍ରାରେ ଉପଶମ ମିଳିଥାଏ।
ଅପରପକ୍ଷେ, ଦେଶରେ ସମ୍ପ୍ରତି ଦିନକୁ ଦିନ କୋଭିଡ୍ ପୀଡ଼ିତଙ୍କ ସଂଖ୍ୟା ସହ ଚିକିତ୍ସାଧୀନଙ୍କ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ତେଣୁ ସେଥିପାଇଁ ରେମଡେସିଭିରର ଚାହିଦା ରହିବା ସହ ଆଗକୁ ମଧ୍ୟ ଲୋକେ ଏହି ଔଷଧ ଅଧିକ ଲୋଡ଼ିପାରନ୍ତି। ତେଣୁ ଆଗକୁ ଦେଶରେ ଏହାର ଅଭାବ ପରିଲକ୍ଷିତ ନହେବା ଉଦ୍ଦେଶ୍ୟରେ ସରକାର ଏପରି ପଦକ୍ଷେପ ନେଇଛନ୍ତି। ତେବେ ଏହି ଔଷଧ କୋଭିଡ୍ ମୃତ୍ୟୁହାର କମାଇପାରିବ ବୋଲି କୌଣସି ପ୍ରମାଣ ନାହିଁ।
Follow Us