ୟୁନିକର୍ଣ୍ଣ ସୃଷ୍ଟିରେ ଚୀନ୍‌କୁ ଟପିଲା ଭାରତ

Advertisment
ଚୀନ୍‌ ସମକକ୍ଷ ହୋଇପାରିବନି ଭାରତ: ଲମ୍ବା ସମୟ ୮-୧୦% ଅଭିବୃଦ୍ଧି ହାସଲ କରିପାରିବନି

Digital Laoban

ନୂଆଦିଲ୍ଲୀ : ୟୁନିକର୍ଣ୍ଣ ଷ୍ଟାର୍ଟଅପ୍ ସୃଷ୍ଟି କରିବାରେ ଚୀନ୍‌କୁ ପଛରେ ପକାଇ ଦେଇଛି ଭାରତ। ଚଳିତ ଆର୍ଥିକ ବର୍ଷର ପ୍ରଥମ ଛଅ ମାସରେ ଭାରତ ୧୪ ୟୁନିକର୍ଣ୍ଣ ସୃଷ୍ଟି କରିଥିବା ବେଳେ ଚୀନ୍‌‌ ୧୧ରେ ସୀମିତ ରହିଛି। ଯେଉଁ ଷ୍ଟାର୍ଟଅପ୍ ସଂସ୍ଥାର ମୂଲ୍ୟ ୧୦୦ କୋଟି ଡଲାରରୁ ଅଧିକ ହୋଇଯାଏ ତାହାକୁ ୟୁନିକର୍ଣ୍ଣ ଘୋଷଣା କରାଯାଉଛି। ହୁରୁନ ଗ୍ଲୋବାଲ ୟୁନିକର୍ଣ୍ଣ ସୂଚୀ ୨୦୨୨ ଅନୁଯାୟୀ, ଛଅ ମାସରେ ଆମେରିକାରେ ସର୍ବାଧିକ ୧୩୮ୟନିକର୍ଣ୍ଣ ସୃଷ୍ଟି ହୋଇଛନ୍ତି। ପିଡବ୍ଲୁସି ରିପୋର୍ଟ ଅନୁଯାୟୀ ଏହା ପୂର୍ବରୁ ୨୦୨୦-୨୧ର ତୃତୀୟ ତ୍ରୈମାସିକରେ ଭାରତ ୧୦ ୟୁନିକର୍ଣ୍ଣ ସୃଷ୍ଟି କରିଥିବା ବେଳେ ଚୀନ୍ ଓ ହଂକଂ ୭ଟି ଲେଖାଏଁ ୟୁନିକର୍ଣ୍ଣ ସୃଷ୍ଟି କରିଥିଲେ।

ବିଶ୍ବ ତାଲିକାରେ ୬୨୫ ୟୁନିକର୍ଣ୍ଣ ସହ ଆମେରିକା ପ୍ରଥମ, ୩୧୨ ସହ ଚୀନ୍ ଦ୍ବିତୀୟ ଓ ୬୮ଟି ୟୁନିକର୍ଣ୍ଣ ସହ ଭାରତ ତୃତୀୟ ସ୍ଥାନରେ ରହିଛି। ଭାରତରେ ବାଇଜୁସ୍‌ର ମୂଲ୍ୟ ସର୍ବାଧିକ ୨୨୦୦ କୋଟି ଡଲାର ଥିବା ବେଳେ ଏହା ପଛକୁ ରହିଛନ୍ତି ସ୍ବିଗି ଓ ଡ୍ରିମ୍୧୧। ବିଶ୍ବର ଶ୍ରେଷ୍ଠ ୧୦ ୟୁନିକର୍ଣ୍ଣ ଭିତରେ ଭାରତର କୌଣସି ସଂସ୍ଥା ନାହାନ୍ତି। ବାଇଜୁସ୍‌ ୧୪ତମ ସ୍ଥାନରେ ରହିଛି। ଶ୍ରେଷ୍ଠ ୧୦୦ ତାଲିକାରେ ସ୍ବିଗି, ଡ୍ରିମ୍ ୧୧ ଓ ଓୟୋର ନାମ ରହିଛି। ୟୁନିକର୍ଣ୍ଣରେ ନିବେଶ କରିବାରେ ଜାପାନର ସଫ୍ଟବ୍ୟାଙ୍କ ପ୍ରଥମ, ସେ‌କୋଆ ଦ୍ବିତୀୟ ଓ ଟାଇଗର ଗ୍ଲୋବାଲ୍ ତୃତୀୟ ସ୍ଥାନରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe