କୋଭିଡ୍ ମୁକାବିଲା କରିବାରେ ବିଶ୍ବର ଅନ୍ୟ ଦେଶମାନଙ୍କ ଠାରୁ ଭାରତ ଅଗ୍ରଣୀ: ଅଧ୍ୟୟନ

କୋଭିଡ୍ ମୁକାବିଲା କରିବାରେ ବିଶ୍ବର ଅନ୍ୟ ଦେଶମାନଙ୍କ ଠାରୁ ଭାରତ ଅଗ୍ରଣୀ: ଅଧ୍ୟୟନ

Image Source: Times of India

ନୂଆଦିଲ୍ଲୀ: କରୋନାଭାଇରସ ସଂକ୍ରମଣ ମୁକାବିଲା କରିବାରେ ଭାରତ ବିଶ୍ବର ଅନ୍ୟାନ୍ୟ ଦେଶମାନଙ୍କ ଠାରୁ ଅଗ୍ରଣୀ ବୋଲି ‘ଅକ୍ସଫୋର୍ଡ କୋଭିଡ୍-୧୯ ଗଭର୍ଣ୍ଣମେଣ୍ଟ୍ ରେସପନସ୍ ଟ୍ରାକର୍’ (ଓଏକ୍ସସିଜିଆରଟି) କହିଛି। କୋଭିଡ୍-୧୯ ଆକ୍ରାନ୍ତ ବିଶ୍ବର ଉନ୍ନତ ଦେଶ ଯୁକ୍ତରାଷ୍ଟ୍ର ଆମେରିକା, ଜର୍ମାନି, ଇଟାଲି, ସ୍ପେନ୍, ଦକ୍ଷିଣ କୋରିଆ ଏବଂ ବ୍ରିଟେନ୍ ଆଦି ଦେଶ ତୁଳନାରେ ଭାରତର ସଂକ୍ରମଣ ପ୍ରତିରୋଧକ ଉଦ୍ୟମ ଉତ୍ତମ ବୋଲି ପ୍ରତିପାଦିତ ହୋଇଛି।

ରୋଗ ବିସ୍ତାର କରିବାର ପୂର୍ଣ୍ଣ ସମୟ ସୀମା ଯାଏଁ ସରକାର କିଭଳି ଏହାର ମୁକାବିଲା କରୁଛନ୍ତି ତାହା ବୁଝିବା ନିମନ୍ତେ ‘ଓଏକ୍ସସିଜିଆରଟି’ ତା’ର ଏକ ସୁବ୍ୟସ୍ଥିତ ତୁଳନାତ୍ମକ ମାପକ ପ୍ରସ୍ତୁତ କରିଛି। ସରକାରଙ୍କ ତରଫରୁ ଗ୍ରହଣ କରାଯାଇଥିବା ନୀତି ଏବଂ ପଦକ୍ଷେପ କଥା ମଧ୍ୟ ଏହି ସଂସ୍ଥାନ ବିଶ୍ଳେଷଣ କରିଛି। ଏହା ଅକ୍ସଫୋର୍ଡ ବିଶ୍ବ ବିଦ୍ୟାଳୟ କର୍ତ୍ତୃକ ସଂଗୃହୀତ ରିଅଲ୍ ଟାଇମ୍ ସୂଚନା ଉପରେ ଆଧାରିତ।

publive-image Image Source: India Today

୧୩ଟି ସୂଚକକୁ ଆଧାର କରି ଉକ୍ତ ତଥ୍ୟଗୁଡ଼ିକ ସଂଗ୍ରହ କରାଯାଇଥିଲା। ସ୍କୁଲ୍ ଏବଂ କାର୍ଯ୍ୟସ୍ଥଳୀ ବନ୍ଦ କରାଇବା, ସାର୍ବଜନୀନ କାର୍ଯ୍ୟକ୍ରମ ବାତିଲ କରିବା, ସାଧାରଣ ପରିବହନ ବନ୍ଦ କରିବା, ଜନସୂଚନା ଅଭିଯାନ ଆରମ୍ଭ କରିବା, ଅଭ୍ୟନ୍ତରୀଣ ଗମନାଗମନରେ କଟକଣା କରିବା, ଅନ୍ତର୍ଜାତୀୟ ଭ୍ରମଣ ନିୟନ୍ତ୍ରଣ କରିବା, ଆର୍ଥିକ ପଦକ୍ଷେପ ଗ୍ରହଣ, ଅର୍ଥନୈତିକ କଟକଣା, ସ୍ବାସ୍ଥ୍ୟ ସେବାରେ ଜରୁରୀ ବିନିଯୋଗ, ଟିକାରେ ବିନିଯୋଗ, ପରୀକ୍ଷଣ ନୀତି ଏବଂ ସଂକ୍ରମଣ ଚିହ୍ନଟରେ ସରକାରଙ୍କ ଭୂମିକା ଆଦି ଏହି ସୂଚକ ଅନ୍ତର୍ଭୁକ୍ତ।

ବିଶ୍ବର ଅନ୍ୟାନ୍ୟ ଦେଶ ଉପରୋକ୍ତ ପଦକ୍ଷେପ ଗ୍ରହଣ କରିବାରେ କୋହଳ ମନୋଭାବ ପୋଷଣ କରୁଥିବା ବେଳେ ଭାରତ ଏବେ ଯାଏଁ ଏସବୁରେ ଅଗ୍ରଣୀ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe