ଆଉ ୪୩ଟି ମୋବାଇଲ ଆପକୁ ନିଷିଦ୍ଧ କଲେ ଭାରତ ସରକାର

Advertisment
ଆଉ ୪୩ଟି ମୋବାଇଲ ଆପକୁ ନିଷିଦ୍ଧ କଲେ ଭାରତ ସରକାର

ନୂଆଦିଲ୍ଲୀ: ଦେଶର ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରତ ସରକାର ଆଉ ୪୩ଟି ମୋବାଇଲ ଆପକୁ ନିଷିଦ୍ଧ ଘୋଷଣା କରିଛନ୍ତି। ସୂଚନା ପ୍ରଯୁକ୍ତି ଆଇନର ଧାରା ୬୯(ଏ) ଅନୁସାରେ ଉକ୍ତ ଆପଗୁଡ଼ିକୁ ବ୍ୟାନ କରାଯାଇଛି।

ଆପ୍ ବ୍ୟାନ ନେଇ ସରକାରଙ୍କ ପକ୍ଷରୁ ପ୍ରକାଶ ବିଜ୍ଞପ୍ତିରେ କୁହାଯାଇଛି ଯେ, ଉକ୍ତ ଆପଗୁଡ଼ିକର କାର୍ଯ୍ୟାବଳି ଅନୁଧ୍ୟାନ ପରେ ଏହାର ଦେଶର ଏକତା ଓ ଅଖଣ୍ଡତା ପ୍ରତି ବିପଦ ରଖୁଥିବା ଜଣାପଡ଼ିଥିଲା। ତେଣୁ ଦେଶର ସୁରକ୍ଷା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି।

ତେବେ ଏହି ଆପ୍ ନିଷିଦ୍ଧ ଘୋଷଣା ପୂର୍ବରୁ କେନ୍ଦ୍ର ସରକାର ଚୀନ୍‌ର ଅର୍ଥନୀତି ଉପରେ ଡିଜିଟାଲ ଷ୍ଟ୍ରାଇକ୍‌ କରିଥିଲେ। ଏହାପରେ ଭାରତ ସରକାର ୨୦୨୦ ଜୁନ ୨୯ ତାରିଖରେ ଟିକଟକ୍, ହ୍ୟାଲୋ ଓ ଲାଇକି ଭଳି ୫୯ଟି ଚୀନ ଆପକୁ ଦେଶରେ ନିଷିଦ୍ଧ ଘୋଷଣା କରିଥିଲେ। ସେହିପରି ସେପ୍ଟେମ୍ବର ୨ ତାରିଖରେ ସୂଚନା ପ୍ରଯୁକ୍ତି ଆଇନର ଧାରା ୬୯(ଏ) ଅନୁସାରେ ୧୧୮ଟି ଆପକୁ ବି ନିଷିଦ୍ଧ କରାଯାଇଥିଲା। ସୁରକ୍ଷା ଦୃଷ୍ଟିକୋଣରୁ କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଥିବା କୁହାଯାଉଛି।

ଟିକ୍‌ଟକ୍‌କୁ ଭାରତରେ ସର୍ବାଧିକ ଲୋକ ଡାଉନଲୋଡ୍‌ କରିଥିଲେ। ଏହି ଆପ୍‌କୁ ବ୍ୟବହାର କରୁଥିବା ଦେଶ ମଧ୍ୟରେ ଦ୍ୱିତୀୟରେ ଚାଇନା ଥିବା ବେଳେ ତୃତୀୟରେ ଆମେରିକା ରହିଥିଲା। ଆପ୍‌ଗୁଡ଼ିକ‌ ଜରିଆରେ ଚୀନ୍‌ କୋଟିକୋଟି ଟଙ୍କା ଭାରତରୁ ଆୟ କରୁଥିଲା। ବିଶେଷକରି ଯୁବଗୋଷ୍ଠୀ ଟିକ୍‌ଟକ୍‌ ପ୍ରେମରେ ପଡ଼ିଥିଲେ। ଛୋଟ ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ଟିକ୍‌ଟକ୍‌ ବ୍ୟବହାର କରୁଥିଲେ। ଏହା ବ୍ୟାନ୍‌ ହେବା ଫଳରେ ଚୀନର ଅର୍ଥନୀତିକୁ ଧକ୍କା ଲାଗିବ ବୋଲି କୁହାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe