ଅଜରବୈଜାନର ଶିଶୁପାଳ ଅବସ୍ଥା : ଏସସିଓରେ ପ୍ରବେଶ ଉପରେ ରୋକ ଲଗାଇଲା ଭାରତ

ଚୀନରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ସମ୍ମିଳନୀରେ ବଡ଼ ଆଶା ନେଇ ଆସିଥିଲା ଅଜରବୈଜାନ । ଆଶା ଥିଲା ଯେ ଏହି ସମ୍ମିଳନୀ ଅବସରରେ ଏହି ଦେଶକୁ ପୂର୍ଣ୍ଣକାଳୀନ ସଦସ୍ୟ ଘୋଷଣା କରାଯିବ ।

azarbaijan

ନୂଆଦିଲ୍ଲୀ : ଚୀନରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ସମ୍ମିଳନୀରେ ବଡ଼ ଆଶା ନେଇ ଆସିଥିଲା ଅଜରବୈଜାନ । ଆଶା ଥିଲା ଯେ ଏହି ସମ୍ମିଳନୀ ଅବସରରେ ଏହି ଦେଶକୁ ପୂର୍ଣ୍ଣକାଳୀନ ସଦସ୍ୟ ଘୋଷଣା କରାଯିବ । ସବୁ ଯୋଜନା ଚୂଡ଼ାନ୍ତ ଥିଲା, କିନ୍ତୁ ଭାରତର ଭେଟୋ ପ୍ରୟୋଗ ଯୋଗୁଁ ଏହି ଯୋଜନା ଫସର ଫାଟିଗଲା । ଶିଶୁପାଳ ହୋଇ ଫେରିଥିଲା ଅଜରବୈଜାନ ।

ଦୁଇବର୍ଷ ତଳେ ଅରଜବୈଜାନ-ଆର୍ମେନିଆ ଯୁଦ୍ଧ ସମୟରେ ଭାରତ ଆର୍ମେନିଆକୁ ଅସ୍ତ୍ରଶସ୍ତ୍ର ଯୋଗାଇଥିବାରୁ ଅଜରବୈଜାନ ଭାରତ ଉପରେ କ୍ଷୁବଧ ଥିଲା । ଗତ ମେ ମାସରେ ଅନୁଷ୍ଠିତ ଅପରେସନ ସିନ୍ଦୂର ସମୟରେ ଅଜରବୈଜାନ ପାକିସ୍ତାନକୁ ଖୋଲାଖୋଲି ସମର୍ଥନ କରିଥିଲା । ଏହା ଫଳରେ ଭାରତ ସହ ଏହି ଦେଶର ସମ୍ପର୍କ ଆହୁରି ଖରାପ ହୋଇଥିଲା। 

ଏସସିଓ ସମ୍ମିଳନୀରେ ଅଜରବୈଜାନ  ଏକ ପର୍ଯ୍ୟବେକ୍ଷକ ଭାବରେ ଅଂଶଗ୍ରହଣ କରିଥିଲା। ଅଜରବୈଜାନର ରାଷ୍ଟ୍ରପତି ଇଲହାମ ଅଲିୟେଭ ନିଜେ ଏହି ସମ୍ମିଳନୀରେ ଯୋଗ ଦେଇଥିଲେ। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ସହିତ ଆଲିୟେଭଙ୍କ ସାକ୍ଷାତର ଚିତ୍ର ମଧ୍ୟ ସାମ୍ନାକୁ ଆସିଥିଲା। ଏହି ସମ୍ମିଳନୀରେ ଅଜରବୈଜାନକୁ ପୂର୍ଣ୍ଣକାଳୀନ ସଦସ୍ୟତା ପ୍ରଦାନ କରାଯାଇଥାନ୍ତା । କିନ୍ତୁ ଭାରତର ବିରୋଧ ଯୋଗୁଁ ଏହା ସମ୍ଭବ ହୋଇପାରିନଥିଲା । 

ଦୁଇବର୍ଷ ତଳେ ଅରଜବୈଜାନ-ଆର୍ମେନିଆ ଯୁଦ୍ଧ ସମୟରେ ଭାରତ ଆର୍ମେନିଆକୁ ଅସ୍ତ୍ରଶସ୍ତ୍ର ଯୋଗାଇଥିବାରୁ ଅଜରବୈଜାନ ଭାରତ ଉପରେ କ୍ଷୁବଧ ଥିଲା । ଗତ ମେ ମାସରେ ଅନୁଷ୍ଠିତ ଅପରେସନ ସିନ୍ଦୂର ସମୟରେ ଅଜରବୈଜାନ ପାକିସ୍ତାନକୁ ଖୋଲାଖୋଲି ସମର୍ଥନ କରିଥିଲା । ଏହା ଫଳରେ ଭାରତ ସହ ଏହି ଦେଶର ସମ୍ପର୍କ ଖରାପ ହୋଇଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe