Image Courtesy of The Times of India
ନୂଆଦିଲ୍ଲୀ: ‘ନାସା’ର ଚନ୍ଦ୍ର ଓ ଅନ୍ୟାନ୍ୟ ଅଭିଯାନ ପ୍ରକଳ୍ପ ନିମନ୍ତେ ଭାରତ-ଜନ୍ମିତା ଇଞ୍ଜିନିୟର୍ ସୁଭାଷିନୀ ଆୟର ରକେଟ୍ ନିର୍ମାଣର ମୂଳଦୁଆ ତତ୍ତ୍ବାବଧାନ କରୁଛନ୍ତି। ଗତ ଦୁଇ ବର୍ଷ ହେବ କୋଏମ୍ବାଟୁର୍ ଜନ୍ମିତା ସୁଭାଷିନୀ ଆୟର୍ ଆମେରିକାର ‘ସ୍ପେସ୍ ଲଞ୍ଚ୍ ସିଷ୍ଟମ୍ (ଏସ୍ଏଲ୍ଏସ୍) ସହ ସମ୍ପୃକ୍ତ ଅଛନ୍ତି।
ଗଣମାଧ୍ୟମକୁ ଦେଇଥିବା ସାକ୍ଷାତ୍କାରରେ ସୁଭାଷିନୀ ଆୟର କହିଛନ୍ତି, ଆମେ ଚନ୍ଦ୍ରରେ ଓହ୍ଲାଇବା ପ୍ରାୟ ୫୦ ବର୍ଷ ବିତିଗଲାଣି। ଏବେ ଆମେ ଲୋକମାନଙ୍କୁ ଚନ୍ଦ୍ର, ମଙ୍ଗଳ ଏବଂ ଅନ୍ୟାନ୍ୟ ଗ୍ରହକୁ ନେବାକୁ ପ୍ରସ୍ତୁତି କରୁଛୁ।
ରକେଟ୍ ନିର୍ମାଣର ମୂଳଦୁଆ ବା ସୁଦୃଢ଼ ଭାବେ ନିର୍ମିତ ହେବାକୁ ଥିବା ରକେଟ୍ର ଢାଞ୍ଚା ତିଆରିର ତତ୍ତ୍ବାବଧାନ କରିବା ହେଉଛି ମୋର କାର୍ଯ୍ୟ। ଢାଞ୍ଚା ଗଢ଼ାଯିବା ପରେ ତାହା ‘ନାସା’କୁ ଯୋଗାଇ ଦିଆଯାଏ ବୋଲି ସେ କହିଛନ୍ତି।
Image Courtesy of India Todayଚନ୍ଦ୍ର ପୃଷ୍ଠରେ ଅଧିକ ଅନ୍ବେଷଣ ନିମନ୍ତେ ‘ନାସା’ର ‘ଆର୍ଟେମିସ୍ ଲୁନାର୍ ଏକ୍ସପ୍ଲୋରେସନ୍ ପ୍ରୋଗ୍ରାମ୍’ ଅନେକ ଅଭିନବ ବୈଷୟିକ ବିଦ୍ୟା ଓ ପଦ୍ଧତି ବ୍ୟବହାର କରିଛି। ‘ନାସା’ର ନୂଆ ରକେଟ୍ ‘ସ୍ପେସ୍ ଲଞ୍ଚ୍ ସିଷ୍ଟମ୍’ ମହାକାଶଚାରୀଙ୍କୁ ପୃଥିବୀ ଠାରୁ ଚନ୍ଦ୍ର କକ୍ଷପଥ ମଧ୍ୟସ୍ଥ ଦୂରତାର ପ୍ରାୟ ଚଉଠେ ଦୂରରେ ଥିବା ‘ଅରିଅନ୍ ମହାକାଶଯାନ’କୁ ନେଇଯିବ। ଏଥିସହ ‘ଡିପ୍ ସ୍ପେସ୍ ଏକ୍ସପ୍ଲୋରେସନ୍ ସିଷ୍ଟମ୍’ ପରୀକ୍ଷା କରିବା ନିମନ୍ତେ ‘ନାସା’ ଚନ୍ଦ୍ର ଚତୁର୍ପାଶ୍ବରେ ଦୁଇଟି ଅଭିଯାନରେ ରକେଟ୍ ଉଡ଼ାଣ କରିବ।
ପ୍ରାପ୍ତ ସୂଚନା ଅନୁସାରେ, ୧୯୯୨ରେ ତାଙ୍କ କଲେଜରେ ସୁଭାଷିନୀ ଆୟର୍ ଥିଲେ ମେକାନିକାଲ୍ ଇଞ୍ଜିନିୟରିଙ୍ଗ୍ରେ ପ୍ରଥମେ ସ୍ନାତକ ହାସଲ କରିଥିବା ମହିଳାମାନଙ୍କ ମଧ୍ୟରୁ ଅନ୍ୟତମା।
Follow Us