ହେଲିକପ୍ଟର୍‌ ଯୋଗେ ଉଗ୍ରବାଦୀଙ୍କୁ ଓହ୍ଲାଇ ଭାରତକୁ ଆସୁଥିବା ପଣ୍ୟବାହୀ ଜାହାଜକୁ ଅପହରଣ କରିନେଲା ହାଉତି

Advertisment
ହେଲିକପ୍ଟର୍‌ ଯୋଗେ ଉଗ୍ରବାଦୀଙ୍କୁ ଓହ୍ଲାଇ ଭାରତକୁ ଆସୁଥିବା ପଣ୍ୟବାହୀ ଜାହାଜକୁ ଅପହରଣ କରିନେଲା ହାଉତି

Image Courtesy of Times Now

ଜେରୁଜେଲମ୍‌: ଭାରତ ଅଭିମୁଖେ ଯାତ୍ରା କରୁଥିବା ଗୋଟାଏ ଆନ୍ତର୍ଜାତିକ ପଣ୍ୟବାହୀ ଜାହାଜକୁ ଲୋହିତ ସାଗରର ଦକ୍ଷିଣ ପ୍ରାନ୍ତରୁ ୟେମେନ୍‌ର ଉଗ୍ରବାଦୀ ସଙ୍ଗଠନ ଅପହରଣ କରି ନେଇଥିବା କଥା ରବିବାର ଦିନ ଇସ୍ରାଏଲ୍‌ ଅଭିଯୋଗ କରିଛି।

ତେଲ୍‌ ଆଭିଭ୍‌ ଏହାକୁ ଇରାନୀୟ ଆତଙ୍କବାଦୀଙ୍କ କାଣ୍ଡ ତଥା ବିଶ୍ବସ୍ତରରେ ଗୋଟାଏ ଜଘନ୍ୟ ଘଟଣା ବୋଲି ଅଭିହିତ କରିଛି।

ସୂଚନାଯୋଗ୍ୟ, ଗୋଟାଏ ହେଲିକପ୍ଟର୍‌ରୁ ଲଢୁଆ ଉଗ୍ରବାଦୀମାନଙ୍କୁ ସେ ଜାହାଜରେ ଓହ୍ଲାଇ ହାଉତି ତାହାକୁ ଅପହରଣ କରିନେଇଛି।

ଇସ୍ରାଏଲ୍‌ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ କହିଛନ୍ତି ଯେ, ବ୍ରିଟିସ୍‌ ମାଲିକାନା ଥିବା ଏବଂ ଜାପାନଦ୍ବାରା ପରିଚାଳିତ ହେଉଥିବା ଉକ୍ତ ପଣ୍ୟବାହୀ ପୋତକୁ ତେହେରାନ୍‌ର ମିତ୍ର ହୁଥିମାନେ (ହାଉତି) ଜବତ କରିଛନ୍ତି। କିନ୍ତୁ, ସେଥିରେ ଇସ୍ରାଏଲ୍‌ର କୌଣସି ନାଗରିକ ନାହାନ୍ତି।

Houthis Image Courtesy of India Today

ପଣ୍ୟବାହୀ ପୋତ ଅପହରଣ କରି ନେଇଥିବା କଥା ମଧ୍ୟ ହାଉତି ସ୍ବୀକାର କରିଛି ଏବଂ କହିଛି ଯେ, ସେମାନେ ଇସ୍ରାଏଲୀୟ ଜାହାଜ ଜବତ କରିଛନ୍ତି। ଲୋହିତ ସାଗରର ଦକ୍ଷିଣ ପ୍ରାନ୍ତରୁ ସେ ଜାହାଜକୁ ୟେମେନ୍‌ର ଏକ ବନ୍ଦରକୁ ନିଆଯାଇଛି।

ଜାରି କରିଥିବା ବିବୃତିରେ ଉଗ୍ରବାଦୀ ସଙ୍ଗଠନ ହାଉତି କହିଛି, ଇସ୍‌ଲାମୀୟ ନୀତି ଓ ମୂଲ୍ୟବୋଧ ଅନୁଯାୟୀ ଆମେ ସେ ଜାହାଜର କର୍ମଚାରୀମାନଙ୍କର ଚର୍ଚ୍ଚା କରୁଛୁ।

ତୁର୍କୀରୁ ଭାରତ ଅଭିମୁଖେ ଯାତ୍ରା କରୁଥିବା ଉକ୍ତ ଜାହାଜରେ ୟୁକ୍ରେନ୍‌, ବୁଲ୍‌ଗେରିଆ, ଫିଲିପ୍ପିନ୍‌ସ୍‌ ଓ ମେକ୍‌ସିକୋ ଆଦି ଦେଶର ୨୫ଜଣ କର୍ମଚାରୀ ଥିଲେ। କିନ୍ତୁ, ଏହା ଇସ୍ରାଏଲ୍‌ର ଜାହାଜ ନୁହେଁ ବୋଲି ତେଲ୍‌ ଆଭିଭ୍‌ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe