ମଝି ଆକାଶରେ ୩୦ ହଜାର ଫୁଟ ଉଚ୍ଚରେ ଇନ୍ଧନ ଭରିଲା ରାଫେଲ; ଫଟୋ ରିଲିଜ୍‌ କଲା ପ୍ୟାରିସ୍‌ସ୍ଥିତ ଭାରତୀୟ ଦୂତାବାସ

Advertisment
ଗେମ୍‌ ଚେଞ୍ଜର ରାଫେଲ୍‌ କିଭଳି ଶକ୍ତି ବଢ଼ାଇବ

Twitter

ନୂଆଦିଲ୍ଲୀ: ଭାରତ ଫ୍ରାନ୍ସର ଦାସଲ୍ଟ ଏଭିଏସନ୍‌ ଠାରୁ କିଣିବାକୁ ଥିବା ୩୬ଟି ରାଫେଲ ଯୁଦ୍ଧ ବିମାନ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ଗତକାଲି (ସୋମବାର) ୫ଟି ରାଫେଲ ଫ୍ରାନ୍ସରୁ ଭାରତ ଅଭିମୁଖେ ଉଡ଼ାଣ ଭରି ସାରିଛି। ଦୀର୍ଘ ୭ ଘଣ୍ଟାରୁ ଅଧିକ ସମୟର ଉଡ଼ାଣ ଭରିବା ପରେ ଏହି ୫ଟି ରାଫେଲ ଜେଟ୍‌ ସଂଯୁକ୍ତ ଆରବ ଏମିରେଟ୍‌ର ଅଲ ଧଫ୍ରା ଏୟାରବେସରେ ଗତ ସନ୍ଧ୍ୟାରେ ନିରାପଦରେ ଅବତରଣ କରିଛନ୍ତି। ଏବଂ ଆସନ୍ତାକାଲି (ବୁଧବାର) ଭାରତୀୟ ବାୟୁସେନାର ପଞ୍ଜାବସ୍ଥିତ ଅମ୍ବାଲା ଏୟାରବେସ୍‌ରେ ଆସି ଅବତରଣ କରିବ।

ତେବେ, ପ୍ୟାରିସରେ ଥିବା ଭାରତୀୟ ଦୂତାବାସର ଅଫିସିଆଲ୍‌ ଟୁଇଟର ହ୍ୟାଣ୍ଡେଲରେ ଆଜି ଅଲ୍‌ ଧାଫ୍ରା ଅଭିମୁଖେ ଉଡ଼ାଣ ଭରିଥିବା ରାଫେଲ ଜେଟଗୁଡ଼ିକର ଗତକାଲି ବାଟରେ ମଝି ଆକାଶରେ ସମୁଦ୍ର ପତ୍ତନ ଠାରୁ ୩୦,୦୦୦ ଫୁଟ ଉଚ୍ଚତାରେ କିପରି ଇନ୍ଧନ ଭରୁଥିଲେ ତା’ର ଚିତ୍ର ସେୟାର କରାଯାଇଛି।

ଭାରତ ଅଭିମୁଖେ ଉଡ଼ାଣ ଭରିଥିବା ଏହି ରାଫେଲ ଜେଟ୍‌ଗୁଡ଼ିକୁ ଫ୍ରାନ୍‌ସର ବାୟୁସେନା ନିଜର ଏୟାରବସ୍‌ ଏ୩୩୦ ମଲ୍‌ଟି ରୋଲ୍‌ ଟ୍ୟାଙ୍କର୍‌ ପରିବହନ ବିମାନ ବ୍ୟବହାର କରି ଇଲିୟୁସିନ୍‌-୭୮ ରିଫୁଏଲର୍‌ ଦ୍ୱାରା ଏରିଆଲ୍‌ ରିଫିଲିଂ ସହାୟତାରେ ଏୟାର ଟୁ ଏୟାର ପଦ୍ଧତିରେ ଇନ୍ଧନ ଯୋଗାଇ ଦେଇଥିଲା।

୫ଟି ରାଫେଲ ଜେଟର ପ୍ରଥମ ବ୍ୟାଚ୍‌ ବୁଧବାର ଦିନ ଭାରତରେ ଆସି ପହଞ୍ଚିବ ଏବଂ ହରିୟାଣାର ଅମ୍ବାଲା ଏୟାର ବେସରେ ଭାରତୀୟ ବାୟୁସେନାରେ ଆନୁଷ୍ଠାନିକ ଭାବେ ଯୋଗଦେବେ। ଭରତୀୟ ବାୟୁସେନାରେ ରାଫେଲ ସାମିଲ ହୋଇଯିବା ପରେ ଏହା ଭାରତର ବାୟୁ ପ୍ରତିରକ୍ଷା ପାଇଁ ସବୁଠାରୁ ଶକ୍ତିଶାଳୀ ପ୍ଲାଟଫର୍ମ ରୂପେ କାର୍ଯ୍ୟ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe