ନୂଆଦିଲ୍ଲୀ: ଦକ୍ଷିଣ କୋରିଆ କରୋନା ମୁକାବିଲା ଦିଗରେ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିଛି। କରୋନାକୁ ନିୟନ୍ତ୍ରଣ କରିବାରେ ଏହା ସଫଳ ହୋଇଛି। ଦକ୍ଷିଣ କୋରିଆରେ ମାତ୍ର କିଛି ସପ୍ତାହ ମଧ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଥିଲେ ମଧ୍ୟ ଏହା ସ୍ଥିତିକୁ ନିୟନ୍ତ୍ରଣ କରିନେଇଥିଲା। ଭାରତ ସରକାର ଏବେ ଦକ୍ଷିଣ କୋରିଆରୁ ଟେଷ୍ଟିଂ କିଟ୍ ଆଣିବାପାଇଁ ଦକ୍ଷିଣ କୋରିଆ କମ୍ପାନିଗୁଡ଼ିକ ସହ ଯୋଗାଯୋଗରେ ରହିଛନ୍ତି। ସାରା ବିଶ୍ବରେ ଦକ୍ଷିଣ କୋରିଆ ସବୁଠୁ ଅଧିକ ଲୋକଙ୍କର କରୋନା ଭାଇରସ୍ ପରୀକ୍ଷା କରିଛି। ପ୍ରାୟ ୩ ଲକ୍ଷ ଲୋକଙ୍କର ଦକ୍ଷିଣ କୋରିଆ କରୋନା ପରୀକ୍ଷା କରିଛି। ଏହା ଦେଶବ୍ୟାପୀ ୬୫୦ ପରୀକ୍ଷା କେନ୍ଦ୍ର ଖୋଲିଛି। କରୋନା ମୁକାବିଲା କରିବାପାଇଁ ଭାରତ ଦକ୍ଷିଣ କୋରିଆଠାରୁ ଟେଷ୍ଟିଂ କିଟ୍ ଆଣିବାପାଇଁ ଆଲୋଚନା ଆରମ୍ଭ କରିଦେଇଛି। ଅନ୍ୟପକ୍ଷରେ ଦେଶରେ ମାସ୍କ, ସାନିଟାଇଜର୍ର ଅଭାବ ନାହିଁ ବୋଲି ଆଜି ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀ ମନସୁଖ ମଣ୍ଡଭିୟା ଆଜି ଗଣମାଧ୍ୟମରେ ବିବୃତି ଜାରି କରି କହିଛନ୍ତି ଯେ, କରୋନା ମୁକାବିଲା ଦିଗରେ ଦେଶରେ ଯଥେଷ୍ଟ ସାମଗ୍ରୀ ଉପଲବ୍ଧ ହୋଇଛି। ଦେଶରେ ଏବେ ପ୍ରତିଦିନ ୧.୫ କୋଟିରୁ ଅଧିକ ମାସ୍କ, ସାନିଟାଇଜର ଏବଂ ରୋଗୀଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାପାଇଁ ଟାବଲେଟ୍ ପ୍ରସ୍ତୁତ ହେଉଛି। ସମସ୍ତ ଆବଶ୍ୟକତା ପୂରଣ କରିବାକୁ ଆମେ ପ୍ରସ୍ତୁତ ଅଛୁ ବୋଲି ସେ କହିଛନ୍ତି। ସେହିପରି ଦେଶରେ ଏବେ କରୋନା ପରୀକ୍ଷା ପାଇଁ ୧୧୧ଟି ଲ୍ୟାବ୍ କାର୍ଯ୍ୟକ୍ଷମ ଅଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us