ଯେକୌଣସି ମୁହୂର୍ତ୍ତରେ ଆକ୍ରମଣ କରିପାରେ ଭାରତ: ପାକ୍‌ ପ୍ରତିରକ୍ଷା ମନ୍ତ୍ରୀ

Advertisment

ଜମ୍ମୁ-କାଶ୍ମୀରର ନିୟନ୍ତ୍ରଣ ରେଖା (ଏଲ୍‌ଓସି) ନିକଟରେ ଭାରତ ଯେ କୌଣସି ସମୟରେ ସାମରିକ ଆକ୍ରମଣ କରିପାରେ ବୋଲି ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ୍  କହିଛନ୍ତି।

ଜମ୍ମୁ-କାଶ୍ମୀରର ନିୟନ୍ତ୍ରଣ ରେଖା (ଏଲ୍‌ଓସି) ନିକଟରେ ଭାରତ ଯେ କୌଣସି ସମୟରେ ସାମରିକ ଆକ୍ରମଣ କରିପାରେ ବୋଲି ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ୍  କହିଛନ୍ତି।

sffxccxc

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ନିୟନ୍ତ୍ରଣ ରେଖା (ଏଲ୍‌ଓସି) ନିକଟରେ ଭାରତ ଯେ କୌଣସି ସମୟରେ ସାମରିକ ଆକ୍ରମଣ କରିପାରେ ବୋଲି ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ୍  କହିଛନ୍ତି। ପହଲଗାମ ଆତଙ୍କବାଦୀ ଆକ୍ରମଣରେ ଅନେକ ପର୍ଯ୍ୟଟକଙ୍କ ସମେତ ୨୬ ଜଣଙ୍କ ମୃତ୍ୟୁ ହେବା ପରେ ଭାରତ ପ୍ରତିଶୋଧ ନେବାକୁ ଚାହୁଥିବାରୁ ସେ ଏହି ଚେତାବନୀ ଦୋହରାଇଛନ୍ତି।

ଆକ୍ରମଣ କଲେ ନୂଆଦିଲ୍ଲୀକୁ ଉଚିତ ଜବାବ ଦିଆଯିବ ବୋଲି ଆସିଫ୍ ଇସଲାମାବାଦରେ କହିଥିବା ବେଳେ  ଅନେକ ପାକ୍‌ ସଂଗଠନ ନିଜ ଦେଶର ସାମର୍ଥ୍ୟ ଉପରେ ବି ପ୍ରଶ୍ନ ଉଠାଇଛନ୍ତି। ଆସିଫ୍ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତୀବ୍ର ସମାଲୋଚନା କରିବା ସହ ସେ ରାଜନୈତିକ ଉଦ୍ଦେଶ୍ୟ ପାଇଁ ଆଞ୍ଚଳିକ ଉତ୍ତେଜନା ବଢ଼ାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି। ରାଜନୈତିକ ଫାଇଦା ପାଇଁ ମୋଦୀ ଏହି ଅଞ୍ଚଳକୁ ପରମାଣୁ ଯୁଦ୍ଧର ଦ୍ୱାରକୁ ଠେଲି ଦେଉଛନ୍ତି ବୋଲି ସେ କହିଛନ୍ତି।

ଖୈବର ପଖତୁନଖ୍ୱା ଓ ବଲୁଚିସ୍ତାନରେ ଆତଙ୍କବାଦରେ ନୂଆଦିଲ୍ଲୀ ସମ୍ପୃକ୍ତ ଥିବା ସେ ଅଭିଯୋଗ କରିଛନ୍ତି। ଆସିଫ୍ ଦାବି କରିଛନ୍ତି ଯେ ପାକିସ୍ତାନ ଏହା ପୂର୍ବରୁ ୨୦୧୬ ଏବଂ ୨୦୧୭ରେ ଜାତିସଂଘକୁ ଭିଡିଓ ସେୟାର କରି ଭାରତ ଆତଙ୍କବାଦ ପାଇଁ ପାଣ୍ଠି ଯୋଗାଉଥିବା ଅଭିଯୋଗ କରିଥିଲା। ନିକଟରେ ପାକିସ୍ତାନର ପଶ୍ଚିମ ପ୍ରଦେଶରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧିକୁ ସେ ଆଫଗାନିସ୍ତାନ-ଭିତ୍ତିକ ଗୋଷ୍ଠୀ ସହ ଯୋଡ଼ିଛନ୍ତି, ଯେଉଁମାନଙ୍କୁ ଭାରତ ସମର୍ଥନ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe