ସୀମା ବିବାଦରେ ଭାରତ ଏକାକୀ ଚୀନ୍‌ର ମୁକାବିଲା କରିପାରିବ

Advertisment
ସୀମା ବିବାଦରେ ଭାରତ ଏକାକୀ ଚୀନ୍‌ର ମୁକାବିଲା କରିପାରିବ

The Logical Indian

ଆମଷ୍ଟରଡାମ୍‌: ଗତ ଜୁନ୍‌ ୧୫ ତାରିଖ ରାତିରେ ଗଲଵାନ୍‌ ଉପତ୍ୟକାରେ ଚୀନ୍‌ ସେନା ସହ ରକ୍ତାକ୍ତ ସଂଘର୍ଷ ପରଠାରୁ ଭାରତ ନିଜକୁ ଦୃଢ଼ ଭାବେ ପ୍ରତିପାଦନ କରି ଆସିଛି। ଏପରିକି ଭବିଷ୍ୟତରେ କୌଣସି ପ୍ରକାର ସୀମା ବିବାଦ ପାଇଁ ଚୀନ୍‌ ବିରୋଧରେ ଛିଡ଼ା ହେବାକୁ ଆମେରିକା ଏକ ଚତୁର୍ଦେଶୀୟ ମେଣ୍ଟର ପ୍ରସ୍ତାବ ଦେଇଥିବା ସତ୍ତ୍ବେ ଭାରତ ହିଁ ଏକୁଟିଆ ଚୀନ୍‌ର ମୁକାବିଲା କରିବାକୁ ସମର୍ଥ ବୋଲି ୟୁପରୋପର କିଛି ସାମରିକ ତଥା କୂଟନୈତିକ ବିଶେଷଜ୍ଞ ଅନୁଭବ କରୁଛନ୍ତି।

ସୂଚନାନୁଯାୟୀ, ସଂଘର୍ଷ ପରଠାରୁ ଉଭୟ ଦେଶର ବିଭିନ୍ ସ୍ତରୀୟ ଦ୍ବିପାକ୍ଷିକ ଆଲୋଚନା ପରେ ନିରପେକ୍ଷ ଅଞ୍ଚଳରୁ ସେନା ପ୍ରତ୍ୟାହାର ପାଇଁ ଉଭୟ ପକ୍ଷ ସହମତ ହୋଇଥିଲେ। ତେବେ ଚୀନୀ ସୈନିକମାନେ ଦେପସାଙ୍ଗ ସମତଳ, ଗୋଗ୍ରା ଓ ଫିଙ୍ଗର୍ସ ଇଲାକାରେ ଅଦ୍ୟାବଧି ରହିଛନ୍ତି। ପ୍ରଥମେ ପ୍ରଥମେ ଚୀନୀ ସେନା ପାଙ୍ଗଙ୍ଗ ସୋ ହ୍ରଦ ନିକଟ ଫିଙ୍ଗର ୪ ଇଲାକାରୁ ଫିଙ୍ଗର ୫ ଯାଏ ପଛକୁ ଘୁଞ୍ଚିଛି, ମାତ୍ର ଭାରତର ଦାବି ମୁତାବକ ପିଙ୍ଗର ୮ ଯାଏ ହଟିଯିବାକୁ ଅମଙ୍ଗ ହେଉଛି। ଅପରପକ୍ଷେ, ଦ୍ବିପାକ୍ଷିକ ଆଲୋଚନା ବେଳେ ଚୀନୀ କର୍ତ୍ତୃପକ୍ଷ ଭାରତୀୟ ସେନାକୁ ସମ୍ମୁଖ ଭାଗରୁ ଆହୁରି ପଛକୁ ଅପସରିଯିବାକୁ ବାରମ୍ବାର ଦାବି କରି ଆସୁଛି। ମାତ୍ର ଚୀନୀ ପ୍ରତିପକ୍ଷ ସମ୍ପୂର୍ଣ୍ଣ ପଛଘୁଞ୍ଚା ନଦେଲେ ଭାରତ ଆଉ ଇଞ୍ଚେ ବି ପଛକୁ ହଟିବନି ବୋଲି ଅଡ଼ିବସିଛି। ଏଥିରୁ ଭାରତର ଦମ୍ଭ ଏବଂ ସାମର୍ଥ୍ୟ ଅନୁମେୟ ବୋଲି ୟୁରୋପିଆନ୍‌ ଫାଉଣ୍ଡେସନ୍‌ ର୍ଫ ସାଉଥ୍‌ ଏସିଆନ୍‌ ଷ୍ଟଡିଜ୍‌(ଏଫ୍‌ସାସ୍‌) ଟିପ୍ପଣୀ କରିଛି। ଠିକ୍‌ ଯେପରି ୨୦୧୭ ମସିହାରେ ଡୋକଲାମ୍‌ ପରିସ୍ଥିତି ବେଳେ ଚୀନୀ ଅତିକ୍ରମଣ ଆଗରେ ଭାରତୀୟ ରାଜନୀତି ଓ ସାମରିକ ନେତୃତ୍ବ ଦୃଢ଼ତା ଓ ସଂକଳ୍ପ ଦେଖାଇଥିଲା, ତାହା ସାମ୍ପ୍ରତିକ ସ୍ଥିତିରେ ଅନୁରୂପ ଭାବେ ବେଜିଂ ପ୍ରଶାସନକୁ ଆଶ୍ଚର୍ଯ୍ୟଚକିତ କରିଦେଇଛି ବୋଲି ଏଫ୍‌ସାସ୍‌ କହିଛି। ତେବେ ସୀମାରେ ଉତ୍ତେଜନା ହ୍ରାସ ପାଇଁ ଗୋଟିଏ ପଟେ ଦ୍ବିପାକ୍ଷିକ ଆଲୋଚନା ଜାରି ରହିଥିବା ବେଳେ ଅନ୍ୟପଟେ ଦୁଇ ଦେଶ ଘଟଣାସ୍ଥଳରେ ସେନା ଠୁଳ କରିବାରେ ବ୍ୟସ୍ତ ରହିଛନ୍ତି। ତେଣୁ ସେହି ଅତ୍ୟୁଚ୍ଚ ଇଲାକାରେ ପ୍ରତିକୂଳ ପାଗ ସତ୍ତ୍ବେ ଦୁଇ ଦେଶ ମଧ୍ୟରେ ଏ ପ୍ରକାର ମୁହାଁମୁହିଁ ସ୍ଥିତି ଦୀର୍ଘ ଦିନ ଧରି ଜାରି ରହିପାରେ ବୋଲି ଏଫ୍‌ସାସ୍‌ ଆଶଙ୍କା ପ୍ରକଟ କରିଛି। ତେବେ ଏ ପରିପ୍ରେକ୍ଷୀରେ ଭାରତ ଗଲଵାନ୍‌ ଉପତ୍ୟକାରେ ନିଜକୁ ସିଆଚେନ୍‌ ଗ୍ଲାସିଅର ଠାରୁ ମଧ୍ୟ ଅଧିକ ପ୍ରସ୍ତୁତ କରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe