୫୦୦୦ କି.ମି. ଦୂରରୁ ଶତ୍ରୁ ନିକ୍ଷେପ କରିଥିବା କ୍ଷେପଣାସ୍ତ୍ରକୁ ଚିହ୍ନଟ କରି ଧ୍ବଂସ କରି ପାରିବ ଭାରତ: ‘ଡିଆର୍‌ଡିଓ’

Advertisment
୫୦୦୦ କି.ମି. ଦୂରରୁ ଶତ୍ରୁ ନିକ୍ଷେପ କରିଥିବା କ୍ଷେପଣାସ୍ତ୍ରକୁ ଚିହ୍ନଟ କରି ଧ୍ବଂସ କରି ପାରିବ ଭାରତ: ‘ଡିଆର୍‌ଡିଓ’

Image Courtesy of India Today

ନୂଆଦିଲ୍ଲୀ: ୫୦୦୦ କିଲୋମିଟର୍‌ ଦୂରରୁ ଭାରତ ପ୍ରତି ନିକ୍ଷେପ କରାଯାଇଥିବା ଶତ୍ରୁର ବାଲିଷ୍ଟିକ୍ କ୍ଷେପଣାସ୍ତ୍ରଗୁଡ଼ିକୁ ଏବେ ଭାରତ ଚିହ୍ନଟ କରି ଧ୍ବଂସ କରିପାରିବ ବୋଲି ଗୁରୁବାର ଦିନ ‘ଦି ଡିଫେନ୍‌ସ୍‌ ରିସର୍ଚ ଆଣ୍ଡ୍‌ ଡେଭ୍‌ଲପ୍‌ମେଣ୍ଟ୍‌ ଅର୍ଗାନାଇଜେସନ୍‌’ (ଡିଆର୍‌ଡିଓ) କହିଛି।

ନବ ବିକଶିତ ‘ମିସାଇଲ୍‌ ଡିଫେନ୍‌ସ୍‌ ଇଣ୍ଟର୍‌ସେପ୍ଟର୍‌ ‘ଏଡି-୧’ର ଶୁଭାରମ୍ଭ କରାଯିବାର ଦିନକ ପରେ ‘ଡିଆର୍‌ଡିଓ’ ଏକଥା କହିଛି।

‘ଏଡି-୧’ କ୍ଷେପଣାସ୍ତ୍ର ହେଉଛି ଦ୍ବିତୀୟ ପର୍ଯ୍ୟାୟ ‘ବାଲିଷ୍ଟିକ୍‌ ମିସାଇଲ୍‌ ଡିଫେନ୍‌ସ୍‌’ (ବିଡିଏମ୍‌) କାର୍ଯ୍ୟକ୍ରମର ଜାଗ୍ରତ ପ୍ରହରୀ। ଏହା ଉଭୟ ବାଲିଷ୍ଟିକ୍‌ ମିସାଇଲ୍‌ ଏବଂ ସ୍ବଳ୍ପ ଉଚ୍ଚରେ ଉଡୁଥିବା ଲଢୁଆ ବିମାନଗୁଡ଼ିକୁ ଧ୍ବଂସ କରି ପାରିବ।

publive-image Image Courtesy of PKB News

‘ଡିଆର୍‌ଡିଓ’ର ଅଧ୍ୟକ୍ଷ ସମୀର କାମାତ କହିଛନ୍ତି, ପ୍ରାଥମିକ ଭାବେ ପ୍ରଥମ ପର୍ଯ୍ୟାୟରେ ଆମେ ୨୦୦୦ କିଲୋମିଟର୍‌ ଦୂରରୁ ନିକ୍ଷେପ କରାଯାଇଥିବା କ୍ଷେପଣାସ୍ତ୍ରଗୁଡ଼ିକୁ ଧ୍ବଂସ କରିବାର ସାମର୍ଥ୍ୟ ବିକଶିତ କରିଥିଲୁ। ଗତକାଲିର ପରୀକ୍ଷା ଆମକୁ ଏଥର ୫୦୦୦ କିଲୋମିଟର୍‌ ଦୂରରୁ ନିକ୍ଷେପ କରାଯାଉଥିବା କ୍ଷେପଣାସ୍ତ୍ରଗୁଡ଼ିକୁ ବାଧା ଦେବାରେ ସହାୟକ ହେବ।

ଯଦି ଶତ୍ରୁ ଆମକୁ ବହୁ ଦୂରରୁ ଲକ୍ଷ୍ୟ କରି କ୍ଷେପଣାସ୍ତ୍ର ନି‌କ୍ଷେପ କରେ, ଏବେ ତାହାକୁ ବାଧା ଦେବାର କ୍ଷମତା ଆମର ଅଛି। ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ରର ମୁକାବିଲା କରିବା ପାଇଁ ଏହା ଆମର ଉଲ୍ଲେଖନୀୟ ଦ୍ରୁତ ଅଗ୍ରଗତି। ‘ଭାରତୀୟ ସିଷ୍ଟମ୍‌’ ଶତ୍ରୁ କ୍ଷେପଣାସ୍ତ୍ର ଛାଡ଼ିଥିବା କଥା ଜାଣିସାରିବା ପରେ ତାହାକୁ ଚିହ୍ନଟ କରିପାରିବ। ତା’ପରେ ଆମର ପ୍ରତିରକ୍ଷା ସିଷ୍ଟମ୍‌କୁ ସକ୍ରିୟ କରି ଆସୁଥିବା କ୍ଷେପଣାସ୍ତ୍ରକୁ ବାଧା ଦେବ ବୋଲି ସେ କହିଛନ୍ତି।

ଏହି କ୍ଷେପଣାସ୍ତ୍ର ବିଧ୍ବଂସୀ ବ୍ୟବସ୍ଥା ପୂର୍ଣ୍ଣ ବିକଶିତ ହୋଇ ଯିବା ପରେ ସରକାର ଏହାକୁ ଦେଶର ବିଭିନ୍ନ ପ୍ରାନ୍ତରେ ମୁତୟନ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe