ଖୁବ୍‌ ଶୀଘ୍ର ଭାରତ ଶୁକ୍ର ଗ୍ରହକୁ ମହାକାଶଯାନ ପଠାଇବ, ଯୋଜନା ପ୍ରସ୍ତୁତ: ଏସ୍‌. ସୋମନାଥ

Advertisment
୧୦ ବର୍ଷରେ ଭାରତର ମହାକାଶ ଅର୍ଥନୀତି ୩,୬୫,୨୦୦ କୋଟି ଛୁଇଁବ

Image Courtesy of India Today

ନୂଆଦିଲ୍ଲୀ: ଖୁବ୍‌ ଅଳ୍ପ ଦିନ ମଧ୍ୟରେ ଭାରତ ଶୁକ୍ର ଗ୍ରହକୁ ମହାକାଶଯାନ ପଠାଇବ ଏବଂ ଏଥିପାଇଁ ଯୋଜନା ପ୍ରସ୍ତୁତ ହୋଇସାରିଥିବା କଥା ‘‌ଇସ୍ରୋ’ର ଅଧ୍ୟକ୍ଷ ଏସ୍. ସୋମନାଥ କହିଛନ୍ତି।

ମହାକାଶ ଆଧାରିତ ଅଧ୍ୟୟନ ଆଲୋଚନା କରିବା ନିମନ୍ତେ ଆୟୋଜିତ ଏକଦିବସୀୟ ସଭାରେ ସେ କହିଲେ ଯେ, ଶୁକ୍ର ଗ୍ରହ ଅଭିଯାନ ପାଇଁ ମହାକାଶଯାନ ନିର୍ମାଣ ଏବଂ ଉତ୍‌କ୍ଷେପଣ ନିମନ୍ତେ ଭାରତର ସାମର୍ଥ୍ୟ ଅଛି।

ବିଷାକ୍ତ ଓ କ୍ଷୟକାରୀ ସ୍ବଭାବବିଶିଷ୍ଟ ଶୁକ୍ର ଗ୍ରହର ବାୟୁମଣ୍ଡଳ ଉପରେ ଅଧ୍ୟୟନ କରିବା ହେଉଛି ଏହି ଅଭିଯାନର ଲକ୍ଷ୍ୟ। ଏହି ଗ୍ରହକୁ ‘ସଲ୍‌ଫ୍ୟୁରିକ୍‌ ଏସିଡ୍‌’ର ବଉଦ ଢାଙ୍କି ରହିଛି।

publive-image Image Courtesy of Science

‘ଇସ୍ରୋ’ ଅଧ୍ୟକ୍ଷ କହିଛନ୍ତି ଯେ, କିଛି ବର୍ଷ ହେବ ଏହି ଅଭିଯାନ ପାଇଁ କାମ ଚାଲିଛି। ଏଥିପାଇଁ ଆବଶ୍ୟକ ମିସନ୍‌ ପ୍ଲାନ୍‌ ପ୍ରସ୍ତୁତ ହୋଇସାରିଛି ଏବଂ କେତେ ଅର୍ଥ ଆବଶ୍ୟକ ହେବ, ତାହା ମଧ୍ୟ ଆକଳନ କରାଯାଇଛି।

ଶୁକ୍ର କିଭଳି ଅନିୟନ୍ତ୍ରିତ ଆଗ୍ନେୟ ଗୋଲୋକ ପାଲଟିଲା ତାହା ଜାଣିବା ଲାଗି ଯୁକ୍ତରାଷ୍ଟ୍ର ଆମେରିକା ସମେତ କେତେକ ଦେଶ ଶୁକ୍ର ଅଭିଯାନରେ ଯିବା ପାଇଁ ଯୋଜନା କରୁଛନ୍ତି। ବିଶେଷଜ୍ଞମାନେ କହୁଛନ୍ତି କି, ଏକଦା ଶୁକ୍ର ପୃଥିବୀ ପରି ଥିଲା। ସେହି କାରଣରୁ ତାହାକୁ ପୃଥିବୀର ଯମଜ ବୋଲି କୁହାଯାଏ। କିନ୍ତୁ, ଜଳବାୟୁ ପରିବର୍ତ୍ତନ ଯୋଗଁ ଶୁକ୍ରର ଦଶା ଆଜି ଏମିତ ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe