ଭାରତ-କାନାଡା ବିବାଦ: ନିଜ୍ଜର ହତ୍ୟା ମାମଲାରେ ଭାରତକୁ ଦାୟୀ କଲା କାନାଡା

Advertisment

ଭାରତ-କାନାଡା ସରକାର ମଧ୍ୟରେ ବଢିଲା ବିବାଦ। କାନାଡାର ଅବସ୍ଥାପିତ ଭାରତୀୟ ହାଇକମିସନର ଫେରାଇ ଆଣିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । କାନାଡା ସରକାର ରବିବାର କହିଥିଲେ, ଖଲିସ୍ତାନୀ ଲିଡର ନିଜ୍ଜର ହତ୍ୟା ମାମଲାରେ ଭାରତୀୟ ହାଇକମିସନ ଏବଂ ଅନ୍ୟ କୂଟନୀତିଜ୍ଞଙ୍କ ଉପରେ ସନ୍ଦେହ ରହିଛି  ।

ଭାରତ-କାନାଡା ସରକାର ମଧ୍ୟରେ ବଢିଲା ବିବାଦ। କାନାଡାର ଅବସ୍ଥାପିତ ଭାରତୀୟ ହାଇକମିସନର ଫେରାଇ ଆଣିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । କାନାଡା ସରକାର ରବିବାର କହିଥିଲେ, ଖଲିସ୍ତାନୀ ଲିଡର ନିଜ୍ଜର ହତ୍ୟା ମାମଲାରେ ଭାରତୀୟ ହାଇକମିସନ ଏବଂ ଅନ୍ୟ କୂଟନୀତିଜ୍ଞଙ୍କ ଉପରେ ସନ୍ଦେହ ରହିଛି  ।

economictimes.indiatimes.com

ନୂଆଦିଲ୍ଲୀ: ଭାରତ-କାନାଡା ସରକାର ମଧ୍ୟରେ ବଢିଲା ବିବାଦ। କାନାଡାର ଅବସ୍ଥାପିତ ଭାରତୀୟ ହାଇକମିସନର ଫେରାଇ ଆଣିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । କାନାଡା ସରକାର ରବିବାର କହିଥିଲେ, ଖଲିସ୍ତାନୀ ଲିଡର ନିଜ୍ଜର ହତ୍ୟା ମାମଲାରେ ଭାରତୀୟ ହାଇକମିସନ ଏବଂ ଅନ୍ୟ କୂଟନୀତିଜ୍ଞଙ୍କ ଉପରେ ସନ୍ଦେହ ରହିଛି  । କାନାଡା ସରକାର ଏହି ହତ୍ୟା ଘଟଣାରେ ଭାରତୀୟ ହାଇକମିସନ ଏବଂ କୂଟନୀତିଜ୍ଞଙ୍କୁ ଦାୟୀ କରୁଛି । ହେଲେ  ଭାରତ ସରକାର ସୋମବାର କାନାଡାକୁ କଡ଼ା ଜବାବ ଦେଇଛନ୍ତି। 

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ଟ୍ରୁଡୋ ସରକାର ବିନା କୌଣସି ପ୍ରମାଣରେ ଲଗାତାର ଭିତ୍ତିହୀନ ଅଭିଯୋଗ ଆଣୁଛି। ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ରାଜନୈତିକ ଏଜେଣ୍ଡା ଚଲାଇବା ପାଇଁ ଏହିପରି ଭିତ୍ତିହୀନ ଅଭିଯୋଗ ଆଣି ଭାରତର ଛବି ଖରାପ କରିବା ପାଇଁ ଉଦ୍ୟମ କରୁଛନ୍ତି । ଭାରତ ସରକାର କହିଛନ୍ତି ଯେ ଟ୍ରୁଡୋ ସରକାରଙ୍କ ଏହି ଏଜେଣ୍ଡା ଭୋଟ୍ ବ୍ୟାଙ୍କ ରାଜନୀତିକୁ ପ୍ରେରିତ ଅଟେ । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ବୟାନରେ କୁହାଯାଇଛି, ୨୦୨୩ ସେପ୍ଟେମ୍ୱରରେ ଟ୍ରୁଡୋଙ୍କ ଦ୍ୱାରା ଭିତ୍ତିହୀନ ଅଭିଯୋଗ କରାଯିବା ପରଠୁ କାନାଡା ସରକାର ଗୋଟିଏ ବି ପ୍ରମାଣ ଦେଇ ନାହିଁ । ଅନ୍ୟପଟେ ଭାରତ ସରକାର ଅନେକ ଥର ଏହି ମାମଲାରେ ପ୍ରମାଣ ମାଗି ସାରିଛି । ଏମ୍‌ଇଏ ସନ୍ଦେହ ପ୍ରକାଶ କରିଛି ଯେ ନିଜ୍ଜର ହତ୍ୟାକାଣ୍ଡର ତଦନ୍ତ ଜରିଆରେ ଭାରତର ଛବିକୁ ଖରାପ କରି ରାଜନୈତିକ ଲାଭ ହସାଲ ପାଇଁ ଉଦ୍ୟମ କରାଯାଉଛି ।

ଗତବର୍ଷ ଖଲିସ୍ତାନ ଟାଇଗର ଫୋର୍ସର ନେତା ତଥା କୁଖ୍ୟାତ ଖଲିସ୍ତାନୀ ଉଗ୍ରବାଦୀ ହରଦୀପ ସିଂ ନିଜ୍ଜରଙ୍କୁ ଗତ ଜୁନ ୧୮ ତାରିଖରେ କାନାଡାରେ ହତ୍ୟା କରାଯାଇଥିଲା ।ଏହାକୁ ନେଇ କାନାଡାରେ ବିଦ୍ରୋହ ଦେଖିବାକୁ ମିଳିଥିଲା । କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ହତ୍ୟା ଘଟଣାକୁ ନେଇ ଆଣିଥିଲେ ସାଙ୍ଘାତିକ ଅଭିଯୋଗ । ଖଲିସ୍ତାନୀ ସମର୍ଥକ ହରଦୀପ ସିଂଙ୍କୁ ନିଜ ଦେଶର ନାଗରିକ ବୋଲି ସମ୍ବୋଧନ କରି ତାର ହତ୍ୟାକାଣ୍ଡ ଲାଗି ଭାରତ ସରକାରଙ୍କ ଏଜେଣ୍ଟକୁ ଦାୟୀ କରିଥିଲେ । ଭାରତରେ ଘୃଣା ତଥା ବିଶୃଙ୍ଖଳିତ ପରିବେଶ ସୃଷ୍ଟି କରୁଥିବା ଖଲିସ୍ତାନୀଙ୍କ ଟିପ୍ପଣୀକୁ ମଧ୍ୟ ଟ୍ରୁଡୋ ସମର୍ଥନ କରିଥିଲେ । ଏଥିଲାଗି ଭାରତ ସରକାର ତଦନ୍ତରେ ସହଯୋଗ କରିବାକୁ ମଧ୍ୟ ଅପିଲ୍‌ କରିଥିଲେ । ହେଲେ ସବୁଠୁ ଖାସ କଥା ହେଉଛି ଭାରତ ବିରୋଧରେ ଏଭଳି ଗମ୍ଭୀର ଅଭିଯୋଗ ଆଣିଥିଲେ ସୁଦ୍ଧା ତଥ୍ୟ ପ୍ରମାଣ ଦେଇପାରିନଥିଲା କାନାଡା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe