୬ମାସ ପରିବର୍ତ୍ତେ ୯ମାସ ପର୍ଯ୍ୟନ୍ତ କୋଭିସିଲ୍ଡ ଟିକାକୁ ଗଚ୍ଛିତ କରି ରଖାଯାଇ ପାରିବ: ରିପୋର୍ଟ

୬ମାସ ପରିବର୍ତ୍ତେ ୯ମାସ ପର୍ଯ୍ୟନ୍ତ କୋଭିସିଲ୍ଡ ଟିକାକୁ ଗଚ୍ଛିତ କରି ରଖାଯାଇ ପାରିବ: ରିପୋର୍ଟ

ndtv

ନୂଆଦିଲ୍ଲୀ: ଏବେ ୬ମାସ ପରିବର୍ତ୍ତେ ୯ମାସ ପର୍ଯ୍ୟନ୍ତ ଆଷ୍ଟ୍ରାଜେନେକାର କୋଭିସିଲ୍ଡ ଟିକାକୁ ଗଚ୍ଛିତ କରି ରଖାଯାଇ ପାରିବ। ପ୍ରସ୍ତୁତ ହେବାର ୯ମାସ ପର୍ଯ୍ୟନ୍ତ ଲୋକେ ଏହି ଟିକା ନେଇପାରିବେ। ପୂର୍ବରୁ ଏହାର ଏକ୍ସପାରୀ ଡେଟ ୬ମାସ ମଧ୍ୟରେ ରହୁଥିବା ବେଳେ ଏବେ ଏହାକୁ ୯ମାସ ପର୍ଯ୍ୟନ୍ତ ବଢ଼ାଇଛନ୍ତି ଭାରତର ଡ୍ରଗ୍ ନିୟାମକ।

ଏହି ଅନୁମତି ପରେ ଏବେ ଟିକା କମ ନଷ୍ଟ ହେବା ସହ ଅଧିକ ଦିନ ପର୍ଯ୍ୟନ୍ତ ଏହାକୁ ଗଚ୍ଛିତ ରଖାଯାଇ ‌ହିତାଧିକାରୀଙ୍କୁ ଦିଆଯାଇପାରିବ। ଭାରତରେ କୋଭିସିଲ୍ଡ ତିଆରି କରୁଥିବା ସେରମ ଇନଷ୍ଟିଚ୍ୟୁଟ ଡ୍ରଗ୍ ନିୟନ୍ତ୍ରକ-ଜେନେରାଲ ଭିଜି ସୋମାନିଙ୍କୁ ଚିଠି ଲେଖି କୋଭିସିଲ୍ଡ ଟିକାକୁ ଅଧିକ ଦିନ ରଖାଯାଇପାରିବ କି ନାହିଁ ପ୍ରଶ୍ନ କରିଥିଲା। ଏହାର ଉତ୍ତରରେ କୋଭିସିଲ୍ଡକୁ ତିଆରି ହେବାର ୯ମାସ ପର୍ଯ୍ୟନ୍ତ ରଖାଯାଇ ବ୍ୟବହାର କରାଯାଇ ପାରିବ ବୋଲି କହିଛନ୍ତି ଭିଜି ସୋମାନି।

India Changes Covishield Shelf Life To 9 Months From The Earlier 6 Months:  Report Moneycontrol

ଭାରତରେ ଏବେ କୋଭିସିଲ୍ଡ ଏବଂ ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ କୋଭାକ୍ସିନ ଟିକା ହିତାଧିକାରୀଙ୍କୁ ଦିଆଯାଉଛି। ପୂର୍ବରୁ ୬୦ବର୍ଷରୁ ଉର୍ଦ୍ଧ୍ବ ଏବଂ ଅନ୍ୟ ଗମ୍ଭୀର ଶାରୀରିକ ସମସ୍ୟା ଥିବା ୪୫ବର୍ଷୀୟ ବ୍ୟକ୍ତି ଏହି ଟିକା ନେଇପାରିବେ ବୋଲି ସରକାର ଘୋଷଣା କରିଥିବା ବେଳେ ଏପ୍ରିଲ ୧ରୁ ୪୫ବର୍ଷରୁ ଉର୍ଦ୍ଧ୍ବ ସମସ୍ତଙ୍କୁ କରୋନା ଟିକା ଦିଆଯିବ ବୋଲି ଘୋଷଣା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe