ୟୁକ୍ରେନ୍‌ରୁ ସୈନ୍ୟ ପ୍ରତ୍ୟାହାର ଲାଗି ରୁଷ୍‌ ନିକଟରେ ଦାବି ଉପସ୍ଥାପନ ପାଇଁ ଜାତିସଂଘରେ ଆୟୋଜିତ ଭୋଟ୍‌ରୁ ବିରତ ରହିଲେ ଭାରତ ଓ ଚୀନ୍‌

Advertisment
ୟୁକ୍ରେନ୍‌ରୁ ସୈନ୍ୟ ପ୍ରତ୍ୟାହାର ଲାଗି ରୁଷ୍‌ ନିକଟରେ ଦାବି ଉପସ୍ଥାପନ ପାଇଁ ଜାତିସଂଘରେ ଆୟୋଜିତ ଭୋଟ୍‌ରୁ ବିରତ ରହିଲେ ଭାରତ ଓ ଚୀନ୍‌

Image Courtesy of India Today

ନୂଆଦିଲ୍ଲୀ: ଶତ୍ରୁତାର ଅବସାନ ଘଟାଇ ତୁରନ୍ତ ୟ‌ୁକ୍ରେନ୍‌ରୁ ସୈନ୍ୟ ପ୍ରତ୍ୟାହାର କରିବା ଲାଗି ରୁଷ୍‌ ନିକଟରେ ଦାବି କରିବା ପାଇଁ ଜାତିସଂଘରେ ଗୁରୁବାର ଦିନ ଉପସ୍ଥାପନ କରାଯାଇଥିବା ପ୍ରସ୍ତାବନା ଉପରେ ଭୋଟ୍‌ ଦେବାରୁ ଭାରତ ଓ ଚୀନ୍‌ ବିରତ ରହିଛନ୍ତି।

ଜାତିସଂଘ ସଂଯୁକ୍ତ ରାଷ୍ଟ୍ର ମହାସଭା ଏହି ପ୍ରସ୍ତାବନା ଉପରେ ବିପୁଳସଂଖ୍ୟକ ‌ଭୋଟ୍‌ ପାଇବା ସହିତ ଏହାକୁ ଗୃହୀତ କରିଛି। ୧୯୩ ସଦସ୍ୟବିଶିଷ୍ଟ ଜାତିସଂଘ ସଂଯୁକ୍ତ ରାଷ୍ଟ୍ର ମହାସଭାର ମତଦାନରେ ୧୪୧ ସଦସ୍ୟ ରାଷ୍ଟ୍ର ଏହି ପ୍ରସ୍ତାବନା ସପକ୍ଷରେ ଭୋଟ୍‌ ଦେଇଥିଲେ। ସେହିପରି, ୭ଟି ରାଷ୍ଟ୍ର ଏହି ପ୍ରସ୍ତାବନାକୁ ବିରୋଧ କରିଥିବା ବେଳେ ଭାରତ ଓ ଚୀନ୍‌ ସମେତ ୩୨ ସଦସ୍ୟ ରାଷ୍ଟ୍ର ଭୋଟ୍‌ ଦାନରୁ ବିରତ ହୋଇଥିଲେ।

ଉଲ୍ଲେଖଯୋଗ୍ୟ, କୂଟନୀତି ମାଧ୍ୟମରେ ଶାନ୍ତି ପ୍ରସଙ୍ଗ ଉଲ୍ଲେଖ କରି ଭାରତ ଜାତିସଂଘ ସଂଯୁକ୍ତ ରାଷ୍ଟ୍ର ମହାସଭାଦ୍ବାରା ଆଗତ ରୁଷ୍‌ ବିରୋଧୀ ଅନେକ ପ୍ରସ୍ତାବନାରେ ଭୋଟ୍‌ ଦେବାରୁ ବିରତ ରହିଛି।

publive-image Image Courtesy of Amarujala

ସୂଚନାଯୋଗ୍ୟ, ୟୁକ୍ରେନ୍‌ ଓ ତାହାର ସମର୍ଥକ ରାଷ୍ଟ୍ରମାନେ ଉପସ୍ଥାପନ କରିଥିବା ଏହି ଚିଠା ପ୍ରସ୍ତାବନା ଆଗତ କରିଥିଲେ।

ଗୁରୁବାର ଦିନ ଆଗତ ଏହି ପ୍ରସ୍ତାବନା ଉପରେ ଭୋଟ୍‌ ଦେବାରୁ ବିରତ ରହିବା ପରେ ଜାତିସଂଘସ୍ଥିତ ଭାରତର ସ୍ଥାୟୀ ପ୍ରତିନିଧି ରୁଚିରା କମ୍ବୋଜ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବକ୍ତବ୍ୟରୁ ଉଦ୍ଧୃତ କରି କହିଲେ ଯେ, ମାନବ ଜୀବନ ବିନିମୟରେ କେବେ କୌଣସି ସମସ୍ୟା ସମାଧାନ କରାଯାଇ ପାରିବ ନାହିଁ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ୟୁକ୍ରେନ୍‌ ସଂଘର୍ଷ ପ୍ରତି ଭାରତର ଦୃଷ୍ଟିଭଙ୍ଗୀ ଜନକେନ୍ଦ୍ରିକ। ଭାରତ ୟୁକ୍ରେନ୍‌ ମାନବୀୟ ସହାୟତା ଯୋଗାଇ ଦେବା ସହିତ ‘ଗ୍ଲୋବାଲ୍‌ ସାଉଥ୍‌’ ବ୍ୟବସ୍ଥା ଅନୁସାରେ, ତା’ର କେତେକ ପଡ଼ୋଶୀ ରାଷ୍ଟ୍ରଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe