ଲଦାଖରେ ଶାନ୍ତି ରକ୍ଷା ପାଇଁ ଭାରତ-ଚୀନ୍‌ ସହମତି: ସୈନ୍ୟ ପ୍ରତ୍ୟାହାର ନେଇ ନିଷ୍ପତ୍ତି ହେଲାନାହିଁ

Advertisment
୨୧ତମ ଭାରତ-ଚୀନ ସାମରିକ ଆଲୋଚନା, ଅଚଳାବସ୍ଥା ଜାରି

Image Courtesy of India Today

ଲଦାଖ: ଲଦାଖ ସୀମା ବିବାଦକୁ ନେଇ ଭାରତ ଏବଂ ଚୀନ୍‌ର ଶୀର୍ଷ ସୀମା ପରିଚାଳନା କମିଟିର ବୈଠକ ଆଜି ଅନୁଷ୍ଠିତ ହୋଇଛି ଏବଂ ପୂର୍ବ ଲଦାଖର ସମସ୍ତ ଉତ୍ତେଜନାପ୍ରବଣ ଅଂଚଳରେ ଶାନ୍ତି ଫେରାଇ ଆଣିବାକୁ ଉଭୟ ଦେଶ ସହମତି ପ୍ରକାଶ କରିଛନ୍ତି। ଲଦାଖ୍‌ରେ ସୀମା ପରିଚାଳନାକୁ ନେଇ ଉଭୟ ଦେଶ ମଧ୍ୟରେ ଏହା ୨୩ତମ ବୈଠକ ଥିଲା ଏବଂ ବୈଠକରୁ ବିଶେଷ ସୁଫଳ ମିଳିବା ଆଶା ନାହିଁ। ଉତ୍ତେଜନା ହ୍ରାସ ପାଇଁ ସହମତି ପ୍ରକାଶ ପାଇବା ସତ୍ତ୍ବେ ସୈନ୍ୟ ପ୍ରତ୍ୟାହାର ଓ ଭାରୀ ଯୁଦ୍ଧାସ୍ତ୍ର ମୁତୟନ ନେଇ କୌଣସି ନିଷ୍ପତ୍ତି ହୋଇପାରି ନାହିଁ। ତେବେ ଉଭୟ ପକ୍ଷ ପୂର୍ବ ଲଦାଖ ସୀମାରେ କୌଣସି ଅପ୍ରୀତିକର ଘଟଣାରୁ ବର୍ତ୍ତିବା ପାଇଁ ଗୁରୁତ୍ବାରୋପ କରିଛନ୍ତି ଏବଂ ସର୍ବାଧିକ ସଂଯମ ରକ୍ଷା କରି ପଦକ୍ଷେପ ନେବା ଉପରେ ଆଲୋଚାନ ହୋଇଛି। ପୂର୍ବ ଲଦାଖରେ ଏଲ୍‌ଏସିକୁ ନେଇ ରହିଥିବା ବିବାଦର ସମାଧାନ ଖୋଜିବାକୁ ନିଷ୍ଠାର ସହ ଉଦ୍ୟମ ହେବ ବୋଲି ବୈଠକ ପରେ ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ଆଜିର ବୈଠକରେ ହୋଇଥିବା ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ପାଇଁ ଖୁବ୍‌ଶୀଘ୍ର ଆଉ ଏକ କମାଣ୍ଡରସ୍ତରୀୟ ବୈଠକ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ୧୦ ଅକ୍ଟୋବରରେ ଉଭୟ ପକ୍ଷ ମଧ୍ୟରେ କମାଣ୍ଡରସ୍ତରୀୟ ବୈଠକ ହୋଇଥିଲା କିନ୍ତୁ ଏହି ବୈଠକର କୌଣସି ନିଷ୍ପତ୍ତି କାର୍ଯ୍ୟକାରୀ ହେଲାନାହିଁ। ଏହା ପଛରେ ଉଭୟ ପକ୍ଷ ମଧ୍ୟରେ ବିଶ୍ବାସର ସଙ୍କଟ ଦାୟୀ ବୋଲି ମତପ୍ରକାଶ ପାଇଛି । ସୂଚନାଯୋଗ୍ୟ, ଗତ ୩ ସପ୍ତାହ ମଧ୍ୟରେ ପ୍ରବଳ ଥଣ୍ଡା ସତ୍ତ୍ବେ ପୂର୍ବ ଲଦାଖରେ ଭାରତ ଓ ଚୀନ୍‌ ସେନା ମୁତୟନ ବଢ଼ାଇଛନ୍ତି। ଉଭୟ ପଟୁ ପରସ୍ପର ବିରୋଧରେ ଆକ୍ରମଣ ଆଶଙ୍କା କରି ଭାରୀ ଯୁଦ୍ଧାସ୍ତ୍ର ମୁତୟନ ମଧ୍ୟ କରାଯାଇଛି। ସାମରିକ ଘାଟିଗୁଡ଼ିକରେ ସର୍ବାଧିକ ସତର୍କତା ଅବଲମ୍ବନ କରାଯାଇଥିବା ବେଳେ ସାମରିକ ପରିବହନ ଯଥେଷ୍ଟ ବଢ଼ିଛି। ପୂର୍ବ ଲଦାଖରେ ପୂର୍ବ ସ୍ଥିତି ଫେରାଇ ଆଣିବାକୁ ୧୩ଟି କମାଣ୍ଡରସ୍ତରୀୟ ବୈଠକରେ କୌଣସି ପରିଣାମ ବାହାରି ପାରିନଥିବାରୁ ସ୍ଥିତି ଜଟିଳ ରୂପ ନେଇଛି। ଗତବର୍ଷରୁ ପୂର୍ବ ଲଦାଖରେ ସେନା ମୁତୟନ ଯଥେଷ୍ଟ ବଢ଼ିଥିବା ବେଳେ ଏବେ ମଧ୍ୟ ତାହା ଜାରି ରହିଛି ଏବଂ ନିକଟରେ ଭାରତ ଅଧିକ ସେନା ପଠାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe