ଭାରତର ରଣନୀତି ଆଗରେ ହାର ମାନିଲା ଚୀନ, ଶାନ୍ତି ପ୍ରତିଷ୍ଠା ପାଇଁ ସୈନ୍ୟ ପ୍ରତ୍ୟାହାର କରିବାକୁ ରାଜି ହେଲା

Advertisment
ଭାରତର ରଣନୀତି ଆଗରେ ହାର ମାନିଲା ଚୀନ, ଶାନ୍ତି ପ୍ରତିଷ୍ଠା ପାଇଁ ସୈନ୍ୟ ପ୍ରତ୍ୟାହାର କରିବାକୁ ରାଜି ହେଲା

aajtak

ନୂଆଦିଲ୍ଲୀ: ଦୀର୍ଘ ୧୩ ଘଣ୍ଟାର ପ୍ରତିରକ୍ଷା କମାଣ୍ଡର ସ୍ତରୀୟ ଆଲୋଚନା ପରେ ବାହାରିଲା ନିଷ୍ପତି । ସୀମାରେ ଶାନ୍ତି ବଜାୟ ରଖିବାକୁ ଭାରତ ଓ ଚୀନ୍ ଆଉ ସୀମାନ୍ତ ଅଞ୍ଚଳରେ ସେନା ସଂଖ୍ୟା ବଢ଼ାଇବେ ନାହିଁ । ଏହା ଦ୍ୱାରା ଏଲଏସିରେ ଲାଗି ରହିଥିବା ଉତ୍ତେଜନା କମ୍ ହୋଇପାରିବ ବୋଲି ଦୁଇ ଦେଶ ସହମତ ହୋଇଛନ୍ତି । ଦୁଇ ଦେଶର ପ୍ରତିରକ୍ଷା କମାଣ୍ଡର ସ୍ତରୀୟ ଆଲୋଚନାରେ ଗତ ଜୁନ୍ ମାସରୁ ଏଲଏସିରେ ସୃଷ୍ଟି ହୋଇଥିବା ଉତ୍ତେଜନାମୂଳକ ସ୍ଥିତି କିପରି କମ ହୋଇପାରିବ ତାହା ଉପରେ ଗୁରୁତ୍ବ ଦିଆଯାଇଥିଲା । କଥାବାର୍ତ୍ତା ମାଧ୍ୟମରେ ଏହାର ସମାଧାନ କରିବା ପାର୍ଇ ସୋମବାର ଏନେଇ ଆରମ୍ଭ ହୋଇଥିବା ବୈଠକ ।

ସୋମବାର ଷଷ୍ଠ ପର୍ଯ୍ୟାୟ ଆଲୋଚନା ୧୩ ଘଣ୍ଟା ଧରି ଚାଲିଥିଲା । ଦୁଇ ଦେଶ ଆଗୁଆ ମୋର୍ଚା ଗୁଡିକୁ ଆଉ ଅଧିକ ସୈନ୍ୟ ବଳ ପଠାଇବେ ନାହିଁ ବୋଲି ଏହି ବୈଠକରେ ଭାରତ ସହିତ ସହମତ ହୋଇଛି ଚୀନ୍ । ବର୍ତ୍ତମାନ ଲଦାଖର ଏଲଏସିରେ ଫିଙ୍ଗର ୪ର ଗୁରୁତ୍ୱପୂର୍ଣ୍ଣ ଘାଟି ଗୁଡିକରେ ଭାରତୀୟ ସେନା କବଜା କରି ସାରିଛି । ଉଚ୍ଚ ଘାଟି ଗୁଡିକରେ ଭାରତୀୟ ସେନା ପହଞ୍ଚିବା ପରେ ପ୍ରକୃତରେ ଏଲଏସିରେ ଚୀନ ପାଇଁ ସ୍ଥିତି ଅଡୁଆ ହୋଇଛି । ଏହାରି ମଧ୍ୟରେ ବାରମ୍ୱାର ଏଲଏସିରେ ଚୀନ୍ ସେନାର ଅନୁପ୍ରବେଶ ଉଦ୍ୟମକୁ ଭାରତୀୟ ସେନା ବିଫଳ କରିଆସୁଛି ।

India, China hold Major General-level talks over disengagement in Despang | Business Standard News Business Standard

ଏହାରିି ଭିତରେ ଆଗକୁ ଶୀତ ଆସୁଥିବା ବେଳେ ଯୁଦ୍ଧ ସ୍ଥିତିର ମୁକାବିଲା ପାଇଁ ଭାରତ ଅସ୍ତ୍ରଶସ୍ତ୍ର ଓ ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟ ମହଜୁଦ୍ କରି ସାରିଛି । ଏଲଏସିରେ ଚୀନ୍ ର ଚାଲ୍ କାମ ଦେଉନଥିବାରୁ ଏବେ ଚୀନ୍ , ପ୍ରତିରକ୍ଷା କମାଣ୍ଡର ସ୍ତରୀୟ ଆଲୋଚନାରେ ସୀମାରେ ଆଉ ସୈନ୍ୟ ବଳ ନଢାଇବାକୁ ରାଜି ହୋଇଛି । ତେବେ ଚୀନ୍ ଏହି ନିଷ୍ପତିକୁ କେତେ ଦୂର ପାଳନ କରୁଛି ତାହା ଉପରେ ରହିଛି ନଜର । ଖୁବଶୀଘ୍ର ଦୁଇ ଦେଶର ପ୍ରତିରକ୍ଷା କମାଣ୍ଡର ସ୍ତରୀୟ ଆଲୋଚନା ହେବା ନେଇ ସୀମା ଶାନ୍ତି ଆଲୋଚନା ଆଗକୁ ବଢାଇବାକୁ ମଧ୍ୟ ବୈଠକରେ ସହମତି ହୋଇଥିବା ନେଇ ଚୀନ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe