Ajai Shukla
ନୂଆଦିଲ୍ଲୀ : ସୀମାବିବାଦ ପ୍ରସଙ୍ଗରେ ଭାରତ ଜମାରୁ ପଛଘୁଞ୍ଚା ଦେବ ନାହିଁ ବୋଲି ଆଗରୁ ସ୍ପଷ୍ଟ କରିସାରିଛି। ଅର୍ଥାତ୍ ଚୀନୀ ସେନା ନିଜ ମୂଳ ସ୍ଥାନକୁ ଫେରିବା ବ୍ୟତୀତ ଅନ୍ୟ ଚାରା ନାହିଁ। ପ୍ରକୃତ ନିୟନ୍ତ୍ରଣ ରେଖାରେ ନେପାଳକୁ ମତାଇ ଚୀନ୍ ଯେଉଁ ନାଟ ଲଗାଇଛି, ସେଥିରେ ଯବନିକା ପଡ଼ିବ। ଚୀନ୍ର ସବୁ ପଡ଼ୋଶୀ ରାଷ୍ଟ୍ର, ଚୀନ୍ର ଆଚରଣ ବିଷୟରେ ଅବଗତ। ବନ୍ଧୁତ୍ୱ ନୁହେଁ, ଦୁର୍ବଳତା ଉପରେ ଘାଉକିନି ମାଡ଼ିବସିବାକୁ ଚୀନ୍ ସଦାବେଳେ ଓର ଉଣ୍ଡୁଥାଏ। ଲଦାଖ, ସିକିମ୍ ଓ ଉତ୍ତରାଖଣ୍ଡ ସୀମାରେ ଚାଇନିଜ୍ ଚେକର ଗେମ୍ ଭଳି ଚୀନ୍ ଯେଉଁ ଗୁଟି ଗଡ଼ାଇଥିଲା, ତାହା ଏ ନିଦାଘ ଗ୍ରୀଷ୍ମକାଳରେ ଶୁଖିଲା ଫଳ ପାଇବାକୁ ଯାଉଛି।
ଭାରତର ସଡ଼କ ଭିତ୍ତିଭୂମି ପ୍ରକଳ୍ପକୁ ବା଼ଧା ଦେବା ପାଇଁ ଗଲୱାନ୍ ଉପତ୍ୟକାରେ ଏବଂ ଦୌଲତବେଗ୍ ଓଲ୍ଡି ଅଞ୍ଚଳରେ ମାଙ୍କଡ଼ାମି କରିବା ପାଇଁ ଚୀନ୍ ହଜାର ହଜାର ସୈନିକଙ୍କୁ ବ୍ୟବହାର କରିଛି। ଭାରତ ବି ସେମିତି ଟକ୍କର ଦେଇଛି। ଚୀନ୍ ତାହାର ଦକ୍ଷିଣ ସୀମା (ଭାରତର ଯାହା ଉତ୍ତର)ରେ ଦୃଢ଼ ଦଖଲ ରଖିବା ପାଇଁ ବ୍ୟସ୍ତ ହେଉଥିବା ବେଳେ ଭାରତ ବି ନିଜର ସୀମା ଓ ସାର୍ବଭୌମତ୍ୱକୁ ଜଳାଞ୍ଜଳି ଦେବାକୁ ଚାହୁନାହିଁ। କାଶ୍ମୀର ଓ ଚୀନ୍ ପ୍ରସଙ୍ଗରେ ଭାରତର କଠୋର ନୀତି ବେଜିଂକୁ ଶକ୍ତ ଚଟକଣା ଭଳି। ଭାରତକୁ ଏବେ ଦୃଢ଼ ହୋଇ ଠିଆ ହେବାର ଅଛି, ଯେଉଁ ଆତ୍ମବିଶ୍ୱାସ, ପ୍ରତି ସୈନିକଙ୍କ ଭିତରେ ସଂକ୍ରମିତ ହେବାରେ ଲାଗିଛି।
Follow Us