ଭାରତ-ଚୀନ ମଧ୍ୟରେ ସ୍ଥିତି ବିଗିଡ଼ିପାରେ, କିନ୍ତୁ ଯୁଦ୍ଧ ପରିସ୍ଥିତି ଆସିନାହିଁ : ସାମରିକ ବିଶେଷଜ୍ଞ

Advertisment
ଚୀନ ସେନା ହାଜତରେ ଅଛନ୍ତି ଅରୁଣାଚଳ ପ୍ରଦେଶର ୫ ନିଖୋଜ  ଯୁବକ, ଭାରତକୁ ଫେରାଇଦେବାକୁ ରାଜି

image credit : The Hindu

ନୂଆଦିଲ୍ଲୀ : ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି । ପରିସ୍ଥିତି ଯେ କୌଣସି ସମୟରେ ଖରାପ ହୋଇପାରେ । କିନ୍ତୁ ସ୍ଥିତି ଯୁଦ୍ଧ ହେବା ଭଳି ଖରାପ ହୋଇନାହିଁ ବୋଲି ଭାରତ ସରକାରଙ୍କ ନିରାପତ୍ତା ବିଶେଷଜ୍ଞମାନେ ମନେ କରୁଛନ୍ତି ।

ସରକାରୀ ସୁତ୍ରରୁ ଜଣାପଡ଼ିଛି ଯେ ବର୍ତ୍ତମାନ ସ୍ଥିତି ବେଶ ଉତ୍ତେଜକ ରହିଛି । ଏଠାର ସ୍ଥିତି ଯେକୌଣସି ସ୍ଥିତିକୁ ଯାଇପାରେ । ତେବେ ଯୁଦ୍ଧ ଭଳି ସ୍ଥିତି ଆସିନାହିଁ । ଚୀନ ସେନା ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି) ନିକଟରେ ଟ୍ୟାଙ୍କ, ଯୁଦ୍ଧ ବିମାନ, ଯୁଦ୍ଧଯାନ, ତୋପ, ଏୟାର ଡିଫେନ୍ସ ସିଷ୍ଟମ ମୁତୟନ କରିଥିଲେ ମଧ୍ୟ ସେଗୁଡ଼ିକୁ ତୁରନ୍ତ ଯୁଦ୍ଧ ପାଇଁ ମୁତୟନ କରାଯାଇନଥିବା ଭଳି ଲାଗୁଛି ।

କିନ୍ତୁ ଆଗକୁ ସ୍ଥିତି କିଭଳ ରହିବ ? ସରକାରଙ୍କ ସାମରିକ ବିଶେଷଜ୍ଞମାନେ ମନେ କରୁଛନ୍ତି ଯେ ଚୀନ ଅଗଷ୍ଟ୨୯-୩୦ ରାତି ଭଳି କେତେକ ହରକତ କରିପାରେ । ସେମାନେ କେତେକ ଶିଖର ଅଧିକାର କରି ଭାରତୀୟ ସେନା ଉପରେ ଚାପ ପ୍ରୟୋଗ କରିବାକୁ ଉଦ୍ୟମ କରିପାରନ୍ତି । ପୂର୍ବଲଦାଖର ବିଭିନ୍ନ ଅଞ୍ଚଳ, ପେଙ୍ଗୟାଂ ହ୍ରଦ, ରେଜିଂ ଲା, ରେଚିଂ ଲା ଆଦି ଅଞ୍ଚଳରେ ଦୁଇ ଦେଶର ସେନା ମୁହାଁମୁହିଁ ଅବସ୍ଥା ରହିଛି । ଏକ ଛୋଟିଆ ଘଟଣା ଏକ ବଡ଼ ଯୁଦ୍ଧ ଆଡ଼କୁ ଟାଣିନେଇପାରେ ବୋଲି କୁହାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe