ଆସନ୍ତାକାଲି ଭାରତ-ଚୀନ ମଧ୍ୟରେ ହେବ ୯ମ କମାଣ୍ଡରସ୍ତରୀୟ ବୈଠକ

ଆସନ୍ତାକାଲି ଭାରତ-ଚୀନ ମଧ୍ୟରେ ହେବ ୯ମ କମାଣ୍ଡରସ୍ତରୀୟ ବୈଠକ

aajtak

ନୂଆଦିଲ୍ଲୀ: ଜୁନ ମାସରୁ ଭାରତ ଏବଂ ଚୀନ୍ ମଧ୍ୟରେ ଆରମ୍ଭ ହୋଇଥିବା ସୀମା ବିବାଦର ଏ ପର୍ଯ୍ୟନ୍ତ ସମାଧାନ ହୋଇପାରିନାହିଁ। ସୈନ୍ୟ ପ୍ରତ୍ୟାହାରକୁ ନେଇ ଦୁଇ ଦେଶ ନିଜ ନିଜ ଜିଦ‌ରେ ଅଟଳ ଥିବାରୁ ୮ଥର ହୋଇଥିବା କମାଣ୍ଡରସ୍ତରୀୟ ବୈଠକ ସଫଳ ହୋଇପାରିନାହିଁ। ଏବେ ପୁଣି ଥରେ ଦୁଇ ଦେଶ ମଧ୍ୟରେ ଶାନ୍ତି ଫେରାଇ ଆଣିବା ପାଇଁ ଆସନ୍ତାକାଲି ୯ମ କମାଣ୍ଡରସ୍ତରୀୟ ବୈଠକ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି । ୯ମାସ ଧରି ପୂର୍ବ ଲଦାଖରେ ଲାଗିରହିଥିବା ଉତ୍ତେଜନାର ସମାଧାନ କରିବା ପାଇଁ ଏହି ବୈଠକ କରାଯିବ।

India, China to hold 9th round of talks tomorrow to resolve Ladakh standoff zeenews

ରବିବାର ଦିନ ଏହି ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ପୂର୍ବରୁ ହୋଇଥିବା ବୈଠକ ଭଳି ୯ମ ପର୍ଯ୍ୟାୟ ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ପ୍ରତିନିଧୀମାନେ ସାମିଲ ହେବେ। ସରକାରୀ ସୂତ୍ରରୁ ପ୍ରକାଶ ଯେ, ଏହି ବୈଠକ ଚୀନର ମୋଲଡୋର ଚୁସୁଲ ସେକ୍ଟର ସମ୍ମୁଖରେ ହେବ। ନଭେମ୍ବର ୬ରେ ଉଭୟ ପକ୍ଷର ଶେଷ ସାମରିକ ବୈଠକ ଅନୁଷ୍ଠିତ ହୋଇଥିଲା। ହେଲେ କୌଣସି ସମାଧାନର ବାଟ ନମିଳିବାରୁ ଆସନ୍ତାକାଲି ପୁଣି ଥରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା କମ କରିବାକୁ ଚେଷ୍ଟା କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe