ଆଜି ପୁଣି ଭାରତ-ଚୀନ ମଧ୍ୟରେ ହେବ କମାଣ୍ଡର ସ୍ତରୀୟ ବୈଠକ, ପ୍ରଥମ ଥର ପାଇଁ ଉପସ୍ଥିତ ରହିବେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ଯୁଗ୍ମ ସଚିବ

Advertisment
ଆଜି ପୁଣି ଭାରତ-ଚୀନ ମଧ୍ୟରେ ହେବ କମାଣ୍ଡର ସ୍ତରୀୟ ବୈଠକ, ପ୍ରଥମ ଥର ପାଇଁ ଉପସ୍ଥିତ ରହିବେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ଯୁଗ୍ମ ସଚିବ

aajtak

ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ଭାରତ ଏବଂ ଚୀନ୍ ମଧ୍ୟରେ ତିକ୍ତତା ଲାଗି ରହିଛି। ଅନେକ ଆଲୋଚନା ପରେ ଚୀନ ସୈନ୍ୟ ପ୍ରତ୍ୟାହାର ବନ୍ଦ ନକରିବା ସହ ଅଗଷ୍ଟ ଶେଷରେ ଅନୁପ୍ରବେଶ ଉଦ୍ୟମ କରିବାରୁ ଶାନ୍ତି ପ୍ରତିଷ୍ଠା ପାଇଁ ଦୁଇ ମଧ୍ୟରେ ଆଲୋଚନା ବନ୍ଦ ହୋଇଯାଇଥିଲା। କିନ୍ତୁ ଭାରତୀୟ ଏବଂ ଚୀନ୍ ସୈନ୍ୟବାହିନୀର ଅଧିକାରୀମାନେ ଆଜି ପୁଣି ଥରେ ସୀମାରେ ଶାନ୍ତି ପ୍ରତିଷ୍ଠା ପାଇଁ ବୈଠକ କରିବେ। ଆଜି କର୍ପସ କମାଣ୍ଡର ସ୍ତରରେ ଦୁଇ ଦେଶ ମଧ୍ୟରେ ଏକ ଆଲୋଚନା ହେବ, ଯେଉଁଠାରେ ବିବାଦର ସମାଧାନ ଏବଂ ସୈନ୍ୟ ସଂଖ୍ୟା ହ୍ରାସ କରିବା ଉପରେ ଗୁରୁତ୍ୱ ଦିଆଯିବ।

ଏହି ବୈଠକରେ ଭାରତ ପକ୍ଷରୁ ଲେଫ୍ଟନାଣ୍ଟ ଜେନେରାଲ ହରିନ୍ଦର ସିଂ (କର୍ପସ କମାଣ୍ଡର) ଉପସ୍ଥିତ ରହିବା ସହ ଚୀନ୍ ପକ୍ଷରୁ ମେଜର ଜେନେରାଲ ଲିନ ଲିଉ (ପିଏଲଏ) ଉପସ୍ଥିତ ରହିବେ। ଏହି ବୈଠକ ମୋଲଡୋ ଅଞ୍ଚଳରେ ଅନୁଷ୍ଠିତ ହେବ।

ବଡ଼ କଥା ହେଉଛି ଏଥର ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ଯୁଗ୍ମ ସଚିବ ନବୀନ ଶ୍ରୀବାସ୍ତବ ମଧ୍ୟ ଭାରତ ପକ୍ଷରୁ ଉପସ୍ଥିତ ରହିବେ। ନବୀନ ବୈଦେଶିକ ମନ୍ତ୍ରାଳୟର ପୂର୍ବ ଏସିଆ ବିଭାଗରେ କାର୍ଯ୍ୟ କରୁଛନ୍ତି। ଏହା ବ୍ୟତୀତ ସେ ଚୀନ୍ ସହିତ ସୀମା ବିବାଦ ଉପରେ ଆଲୋଚନା କରୁଥିବା ପ୍ୟାନେଲର ଏକ ଅଂଶ।

<REPRESENTATIVE IMAGE> File photo of IAF chopper flying over Leh in Ladakh indiatodayଲେଫ୍ଟନାଣ୍ଟ ଜେନେରାଲ ହରିନ୍ଦର ସିଂଙ୍କ ବ୍ୟତୀତ ମେଜର ଜେନେରାଲ ଅଭିଜିତ ବାପତ, ମେଜର ଜେନେରାଲ ପଦମ ଶେଖାୱତ, ଦୀପକ ସେଠ୍ (ଆଇଜି ଆଇଟିବିପି) ଏବଂ ଅନ୍ୟ ଚାରିଜଣ ବ୍ରିଗେଡିୟର୍ ଭାରତୀୟ ପ୍ରତିନିଧୀ ଦଳରେ ରହିବେ। ଭାରତ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ସେମାନେ ଏକ ଇଞ୍ଚ ମଧ୍ୟ ପଛକୁ ଫେରିବେ ନାହିଁ ଏବଂ ନିଜ ଜମି ଛାଡିବେ ନାହିଁ।

ଏଥର ବୈଠକରେ ଡେପସଙ୍ଗ ପ୍ରସଙ୍ଗ ମଧ୍ୟ ଉଠିପାରେ, କାରଣ ଚୀନ୍ କିଛି ଦିନ ମଧ୍ୟରେ ଏହି ଅଞ୍ଚଳରେ ବହୁ ପରିମାଣରେ ସୈନ୍ୟ ଠୁଳ କରିଥିବା ଦେଖାଯାଇଛି। ଏଥିସହ ପାଙ୍ଗୋ‌ଙ୍ଗ ଉତ୍ତର ଏବଂ ଦକ୍ଷିଣ କୂଳରେ ଚାଲିଥିବା ଆନ୍ଦୋଳନ ଉପରେ ମୁଖ୍ୟ ଧ୍ୟାନ ଦିଆଯିବ। ଭାରତର ଗଲୱାନ ପରି ଏହି ଅଞ୍ଚଳରେ ସୈନିକମାନଙ୍କୁ ହଟାଇବାକୁ ଦାବି କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe