ଆଜି ଭାରତ ଓ ଚୀନ୍‌ ମଧ୍ୟରେ ୧୧ଶ ପର୍ଯ୍ୟାୟ କର୍ପସ୍‌ କମାଣ୍ଡର୍‌ସ୍ତରୀୟ ଆଲୋଚନା

ଆଜି ଭାରତ ଓ ଚୀନ୍‌ ମଧ୍ୟରେ ୧୧ଶ ପର୍ଯ୍ୟାୟ କର୍ପସ୍‌ କମାଣ୍ଡର୍‌ସ୍ତରୀୟ ଆଲୋଚନା

Image Courtesy of India Today

ନୂଆଦିଲ୍ଲୀ: ପ୍ରାରମ୍ଭିକ ଭାବେ ପାଙ୍ଗୋଙ୍ଗ୍‌ ହ୍ରଦ ଅଞ୍ଚଳରୁ ଭାରତୀୟ ଓ ଚୀନା ସେନା ଅପସାରିତ ହେବା ପରେ ପୂର୍ବ ଲଦାଖର ଅନ୍ୟାନ୍ୟ ବିବାଦୀୟ ସ୍ଥାନରେ ଲାଗି ରହିଥିବା ଉତ୍ତେଜନା ହ୍ରାସ ନିମନ୍ତେ ଆଜି କର୍ପସ୍‌ କମାଣ୍ଡର୍‌ସ୍ତରୀୟ ବୈଠକ ଆୟୋଜନ ହେବାକୁ ଯାଉଛି। ଆଜିର ଏହି ବୈଠକ ହେଉଛି ଭାରତ ଓ ଚୀନ୍‌ ମଧ୍ୟରେ ୧୧ଶ ପର୍ଯ୍ୟାୟ କର୍ପସ୍‌ କମାଣ୍ଡର୍‌ସ୍ତରୀୟ ଆଲୋଚନା। ଗତ ଦିନମାନଙ୍କରେ ଅନୁଷ୍ଠିତ ବୈଠକଗୁଡ଼ିକର ପ୍ରାୟ ଦୁଇ ମାସ ପରେ ଆଜିର ବୈଠକ ବସୁଛି। ଭାରତୀୟ ସୀମାରେଖା ମଧ୍ୟରେ ଥିବା ଚୁଶୂଲରେ ଏହି ବୈଠକ ଆୟୋଜନ କରାଯାଇଥିବା କଥା ସେନା ସୂତ୍ରରୁ ପ୍ରକାଶ।

ପାଙ୍ଗୋଙ୍ଗ୍‌ ହ୍ରଦ ଅଞ୍ଚଳରୁ ସଫଳତାର ସହ ସୈନ୍ୟ ଅପସାରଣ ହୋଇଥିଲେ ମଧ୍ୟ ପ୍ରାୟ ବର୍ଷେ ତଳେ ଭାରତ ଓ ଚୀନ୍‌ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଯୋଗୁଁ ଏବେ ମଧ୍ୟ ପୂର୍ବ ଲଦାଖରେ ଉତ୍ତେଜନା ଲାଗିରହିଛି।

publive-image Image Courtesy of Business Standard

ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ, ଗୋଗ୍ରା, ହଟ୍‌ ସ୍ପ୍ରିଙ୍ଗ୍‌ସ୍‌ ଏବଂ ଦେପ୍‌ସାଙ୍ଗ୍‌ ପରିସ୍ଥିତିର ସମାଧାନ ହୋଇ ପାରିନାହିଁ। କିନ୍ତୁ, ପୂର୍ବ ଲଦାଖର ସମସ୍ତ ଅଞ୍ଚଳରେ ଲାଗି ରହିଥିବା ବିବାଦ ଏବଂ ସମସ୍ୟା ସମାଧାନ କରାଯିବା ଉପରେ ନିକଟ ଅତୀତରେ ଶେଷ ହୋଇଥିବା ବୈଠକଗୁଡ଼ିକରେ ଭାରତ ଗୁରୁତ୍ୱାରୋପ କରିଥିଲା।

ପାଙ୍ଗୋଙ୍ଗ୍‌ ହ୍ରଦ ଅଞ୍ଚଳ ପରି ଅନ୍ୟାନ୍ୟ ଅଞ୍ଚଳରୁ ସୈନ୍ୟ ଅପସାରଣ ପାଇଁ ପୁନଃ ଉଦ୍ୟମ କରାଯିବ ବୋଲି ଭାରତ ଆଶା କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe