ଅକ୍ଟୋବର ୧୨ରେ ସୀମା ବିବାଦ ସଂକ୍ରାନ୍ତ କର୍ପସ୍ କମାଣ୍ଡର୍‌ସ୍ତରୀୟ ଆଲୋଚନା କରିବେ ଭାରତ ଓ ଚୀନ୍

ଅକ୍ଟୋବର ୧୨ରେ ସୀମା ବିବାଦ ସଂକ୍ରାନ୍ତ କର୍ପସ୍ କମାଣ୍ଡର୍‌ସ୍ତରୀୟ ଆଲୋଚନା କରିବେ ଭାରତ ଓ ଚୀନ୍

Image Courtesy of Hindustan Times

ନୂଆଦିଲ୍ଲୀ: ଭାରତ ଓ ଚୀନ୍ ମଧ୍ୟରେ ଚାଲିଥିବା ସୀମା ବିବାଦ ଏବଂ ସାମରିକ ଅଚଳାବସ୍ଥାର ମୀମାଂସା ନିମନ୍ତେ ଅକ୍ଟୋବର ୧୨ ତାରିଖ ଦିନ ଦୁଇ ଦେଶ କର୍ପସ୍‌ କମାଣ୍ଡରସ୍ତରୀୟ ଆଲୋଚନା କରିବେ ବୋଲି ଆଜି ବିଶେଷସୂତ୍ରରୁ ଜଣାପଡ଼ିଛି।

ପ୍ରାପ୍ତ ସୂଚନା ଅନୁସାରେ, ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ସାମରିକ ଅଚଳବସ୍ଥାର ସମାଧାନ ଲାଗି ଅକ୍ଟୋବର ୧୨ ତାରିଖ ଦିନ ପୂର୍ବ ଲଦାଖରେ ଭାରତ ଓ ଚୀନ୍ କର୍ପସ୍ କମାଣ୍ଡରସ୍ତରୀୟ ଆଲୋଚାନ କରି‌ବେ। ଏ ପର୍ଯ୍ୟନ୍ତ ଦୁଇ ଦେଶ ଛଅ ପର୍ଯ୍ୟାୟ କର୍ପସ୍ କମାଣ୍ଡର୍‌ସ୍ତରୀୟ ଆଲୋଚନା କରି ସାରିଲେଣି।

publive-image Image Courtesy of OneIndia

ସେପ୍ଟେମ୍ବର ୨୧ ତାରିଖରେ ୧୩ ଘଣ୍ଟା କାଳ ଆଲୋଚନା ପରେ ଲଦାଖ ଅଚଳାବସ୍ଥା ସମ୍ବନ୍ଧରେ ଭାରତ ଓ ଚୀନ୍ ମଧ୍ୟରେ ଷଷ୍ଠ କର୍ପସ୍ କମାଣ୍ଡର୍‌ସ୍ତରୀୟ ଶେଷ ହୋଇଥିଲା। କିନ୍ତୁ, ଭାରତୀୟ ପ୍ରତିନିଧିମାନେ ସମସ୍ତ ଫ୍ଲାସ୍‌ ପଏଣ୍ଟ୍‌ରୁ ବ୍ୟାପକସଂଖ୍ୟକ ସୈନ୍ୟ ଅପସାରଣ ଏବଂ ପୂର୍ବ ସ୍ଥିତାବସ୍ଥା ବଜାୟ ରଖିବାକୁ ଦାବି କରିବାରୁ ଏହି ଆଲୋଚନା ଅମୀମାଂସିତ ରହିଥିଲା।

ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳରେ ଅନ୍ୟୂନ ତିନୋଟି ଗୁଳିକାଣ୍ଡ ଘଟଣା ଘଟିବାରୁ ଦୀର୍ଘ ଏକ ମାସରୁ ଅଧିକ ସମୟ ପରେ ଦୁଇ ଦେଶ ମଧ୍ୟରେ ଏହି କର୍ପସ୍ କମାଣ୍ଡର୍‌ସ୍ତରୀୟ ଆଲୋଚନା ହୋଇଥିଲା। ଭାରତୀୟ ସୀମା ମଧ୍ୟରେ ଥିବା ମୋଲ୍‌ଦୋ ହଟ୍‌ ସମ୍ମୁଖ ପାର୍ଶ୍ବରେ ଏହି କର୍ପସ୍‌ କମାଣ୍ଡର୍‌ସ୍ତରୀୟ ଆଲୋଚନା ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe