ସଂମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାରକୁ ନେଇ ଆଜି ମୋଲଡୋରେ ପଞ୍ଚମ ରାଉଣ୍ଡ କମାଣ୍ଡର ସ୍ତରୀୟ ଆଲୋଚନା କରିବେ ଭାରତ-ଚୀନ

Advertisment
ସଂମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାରକୁ ନେଇ ଆଜି ମୋଲଡୋରେ ପଞ୍ଚମ ରାଉଣ୍ଡ କମାଣ୍ଡର ସ୍ତରୀୟ ଆଲୋଚନା କରିବେ ଭାରତ-ଚୀନ

TTN NEWS

ନୂଆଦିଲ୍ଲୀ: ଡି ଫାକ୍ଟୋ ସୀମାରେ ଥିବା ଉତ୍ତେଜନାକୁ ହ୍ରାସ କରିବା ପାଇଁ ଲଦାଖର ଫିଙ୍ଗର ଅଞ୍ଚଳରେ ଚୀନ୍‌ର ସମ୍ପୂର୍ଣ୍ଣ ‌ସେନା ପ୍ରତ୍ୟାହାର ଉପରେ ଭାରତ ଧ୍ୟାନ ଦେବ ବୋଲି ସେନା ସୂତ୍ରରୁ ପ୍ରକାଶ। ଏ ନେଇ ଭାରତୀୟ ଏବଂ ଚୀନ୍ ସୈନ୍ୟବାହିନୀ ଆଜି ମୋଲଡୋରେ କମାଣ୍ଡର ସ୍ତରୀୟ ଆଲୋଚନା କରିବେ ବୋଲି ଜଣା ପଡ଼ିଛି ।

ଜୁନ୍ ମାସରେ ଗଲୱାନ୍ ଉପତ୍ୟକାରେ ଦୁଇ ଦେଶ ମଧ୍ୟରେ ସଂଘର୍ଷ ପରେ ଉତ୍ତେଜନାକୁ ଦୂର କରିବା ପାଇଁ ଏହା ଦୁଇ ଦେଶ ମଧ୍ୟରେ ପଞ୍ଚମ ରାଉଣ୍ଡ ଆଲୋଚନା ହେବ। ଜୁନ ୧୫ରେ ଦୁଇ ଦେଶ ମଧ୍ୟରେ ହୋଇଥିବା ସଂଘର୍ଷରେ ୨୦ଜଣ ଭାରତୀୟ ଯବାନ ସହିଦ ହେବା ପରେ ଉତ୍ତେଜନାକୁ କିପରି ଦୂର କରାଯିବ ସେନେଇ ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ସପ୍ତାହେ ଧରି ଆଲୋଚନା ହୋଇଥିଲା।

India-China to hold fifth round of talks today Rediff.com

ଭାରତ ଗୁରୁବାର ଏକ ବିବୃତ୍ତିରେ କହିଥିଲା ଯେ, ପୂର୍ବ ଲଦାଖରେ ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟାରେ ଅଗ୍ରଗତି ହୋଇଥିଲେ ମଧ୍ୟ ଚୀନ ଏପର୍ଯ୍ୟନ୍ତ ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ଶେଷ କରିନାହିଁ । ଦୁଇ ଦେଶର ସେନା ନିଜ ସୀମାରେ ଥିବା ଅଧିକାଂଶ ସ୍ଥାନରେ ସୈନ୍ୟ ପ୍ରତ୍ୟାହାରକୁ ସମାପ୍ତ କରିଥିବା ନେଇ ଚୀନ କରିଥିବା ଦାବିର ଉତ୍ତର ରଖି ଭାରତ ପକ୍ଷରୁ ଏଭଳି ମନ୍ତବ୍ୟ ରଖାଯାଇଥିଲା।

ଚୀନ୍‌ର ସୈନ୍ୟମାନେ ପାଙ୍ଗଙ୍ଗ ହ୍ରଦ କୂଳରେ ଥିବା ଡେପସାଙ୍ଗ ସମତଳ ଅଞ୍ଚଳ, ଗୋଗ୍ରା ଏବଂ ଫିଙ୍ଗର୍ସ ଅଞ୍ଚଳରେ ମଧ୍ୟ ଉପସ୍ଥିତ ଅଛନ୍ତି ଯେଉଁଠାରେ ଭାରତ ଏବଂ ଚୀନ୍  ଏକ ବଫର୍ ଜୋନ୍ ସୃଷ୍ଟି କରି ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ କରିଥିଲେ ବୋଲି ଭାରତ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe