ନୂଆଦିଲ୍ଲୀ: ଗତ ସପ୍ତାହରେ ସିକିମ ଅନ୍ତର୍ଗତ ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି) ଅଞ୍ଚଳରେ ଭାରତୀୟ ସେନା ଏବଂ ଚୀନ୍ର ‘ପିପୁଲ୍ସ୍ ଲିବରେସନ୍ ଆର୍ମି’ (ପିଏଲ୍ଏ) ମଧ୍ୟରେ ସାମାନ୍ୟ ଧସ୍ତାଧସ୍ତି ହୋଇଥିବା ସଂକ୍ରାନ୍ତରେ ଅବଗତ ଥିବା ସରକାରୀ ଅଧିକାରୀମାନେ ସୋମବାର ଦିନ କହିଛନ୍ତି।
ଜାନୁଆରି ୨୦ ତାରିଖ ଦିନ ରାତିରେ ଘଟିଥିବା ଏହି ଘଟଣାକୁ ସ୍ଥାନୀୟ କମାଣ୍ଡର୍ମାନେ ତୁରନ୍ତ ସମାଧାନ କରି ଦେଇଥିଲେ ବୋଲି ସେମାନେ କହିଛନ୍ତି।
Image Courtesy of India Todayପ୍ରାପ୍ତ ସୂଚନା ଅନୁସାରେ, ଉତ୍ତର ସିକିମର ନକୁଲାରେ ଚୀନ୍ ସୈନିକମାନେ ସୀମା ଟପିବାକୁ ଉଦ୍ୟମ କରୁଥିବା ବେଳେ ଭାରତୀୟ ଯବାନମାନେ ପ୍ରତିରୋଧ କରିଥିଲେ। ଫଳରେ ଉଭୟ ଦେଶର ସୈନିକମାନଙ୍କ ମଧ୍ୟରେ ଠେଲାପେଲା ଓ ଧସ୍ତାଧସ୍ତି ହୋଇଥିଲା। ଏଥିରେ ଭାରତୀୟ ସେନାର ୪ଜଣ ଯବାନ ଆହତ ହୋଇଥିବା କୁହାଯାଉଛି।
Image Courtesy of Hindustan Timesଉତ୍ତର ସିକିମରେ ପ୍ରତିକୂଳ ପାଗ ସତ୍ତ୍ୱେ ଭାରତୀୟ ସେନାର ଯବାନମାନେ ସଫଳତାର ସହ ଚୀନ୍ ସୈନିକମାନଙ୍କୁ ବାସ୍ତବ ନିୟନ୍ତ୍ରଣ ରେଖା ସେପାରିକୁ ହଟାଇ ଦେଇଥିଲେ।
ସିକିମରେ ଘଟିଥିବା ଏହି ସଂର୍ଘଷସ୍ଥଳ ସମ୍ପ୍ରତି ଉତ୍ତେଜନାପୂର୍ଣ୍ଣ ଥିଲେ ମଧ୍ୟ ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବା କଥା ଜଣାପଡ଼ିଛି।
Follow Us