କରୋନା ବୁଷ୍ଟର ଡୋଜ୍ ପାଇଁ କୋର୍ବେଭାକ୍ସ ଟିକାକୁ ମିଳିଲା ଅନୁମତି

କରୋନା ବୁଷ୍ଟର ଡୋଜ୍ ପାଇଁ କୋର୍ବେଭାକ୍ସ ଟିକାକୁ ମିଳିଲା ଅନୁମତି

indiatoday

ନୂଆଦିଲ୍ଲୀ: ବୁଷ୍ଟର୍ ସଟ୍ ପାଇଁ ବାୟୋଲୋଜିକାଲ୍ ଇ’ର କରୋନା ଟିକା କୋର୍ବେଭାକ୍ସକୁ ମିଳିଲା ଅନୁମତି। ୧୮ ବର୍ଷ ଏବଂ ତଦୁର୍ଦ୍ଧ୍ୱ ଲୋକମାନେ ଏବେ ବାୟୋଲୋଜିକାଲ୍ ଇ’ର ବୁଷ୍ଟର୍ ସଟ୍ ନେଇପାରିବେ। କୋର୍ବେଭାକ୍ସର ଦ୍ୱିତୀୟ ଡୋଜ ନେଇସାରିବାର ୬ମାସ ପରେ ଲୋକେ ଏହାର ବୁଷ୍ଟର ସଟ୍ ନେଇପାରିବେ।

ଭାରତର ଡ୍ରଗ୍ ରେଗୁଲେଟର ଡିସିଜିଆଇ ଏପ୍ରିଲ୍ ଶେଷରେ ୫ରୁ ୧୨ ବର୍ଷ ବୟସ୍କଙ୍କ ଉପରେ କୋର୍ବେଭାକ୍ସର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଥିଲା। ସେପର୍ଯ୍ୟନ୍ତ ଏହି ଟିକା ୧୨-୧୪ ବର୍ଷ ବୟସ୍କଙ୍କୁ ଦିଆଯାଉଥିଲା ।

ବେସରକାରୀ ଟିକାକରଣ କେନ୍ଦ୍ରଗୁଡ଼ିକ ପାଇଁ ବାୟୋଲୋଜିକାଲ୍ ଇ’ ମେ’ ମାସରେ କୋର୍ବେଭାକ୍ସର ମୂଲ୍ୟ ହ୍ରାସ କରିଥିଲା। ଡୋଜ ପିଛା ମୂଲ୍ୟ ୮୪୦ ଥିବା ବେଳେ ଏହାକୁ କମ କରାଯାଇ ୨୫୦ ଟଙ୍କା କରାଯାଇଥିଲା। ମାର୍ଚ୍ଚରେ ଯେତେବେଳେ ଭାରତରେ ୧୨ରୁ ୧୪ବର୍ଷ ବୟସ୍କଙ୍କୁ ଟିକା ଦିଆଯିବା ଆରମ୍ଭ ହେଲା, ସେତେବେଳେ ସରକାର ଏହାର ମୂଲ୍ୟ ୧୪୫ ଟଙ୍କା ରଖିଥିଲେ।

ହାଇଦ୍ରାବାଦସ୍ଥିତ ଫାର୍ମାସ୍ୟୁଟିକାଲ୍ ଏବଂ ଟିକା କମ୍ପାନି ବାୟୋଲୋଜିକାଲ୍  ଇ ଲିମିଟେଡର ପରିଚାଳନା ନିର୍ଦ୍ଦେଶିକା ମହିମା ଡଟଲା କହିଛନ୍ତି, ଏହି ଅନୁମୋଦନକୁ ନେଇ ଆମେ ବହୁତ ଖୁସି, ଯାହା ଭାରତରେ କୋଭିଡ୍ ବୁଷ୍ଟର୍ ଡୋଜର ଆବଶ୍ୟକତାକୁ ସମାଧାନ କରିବ। ଆମର କରୋନା ଟିକାକରଣ ଯାତ୍ରାରେ ଆମେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ  କରିଛୁ। ଏହି ଅନୁମୋଦନ ବିଶ୍ବ ସ୍ତରୀୟ ନିରାପତ୍ତା ମାନକ ଏବଂ  କୋର୍ବେଭାକ୍ସର ଉଚ୍ଚ ପ୍ରତିରକ୍ଷା କ୍ଷମତାକୁ ଦର୍ଶାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe