Image Source: India Today
ନୂଆଦିଲ୍ଲୀ: କରୋନାଭାଇରସ୍ ସଂକ୍ରମଣ ଆଶଙ୍କାରେ ଆଉ ତିନିଟି ଦେଶର ନାଗରିକଙ୍କ ଭାରତ ପ୍ରବେଶ ଉପରେ ନିଷେଧାଦେଶ ଜାରି କରିଛନ୍ତି ସରକାର। ସେମାନେ ହେଉଛନ୍ତି ଫ୍ରାନ୍ସ୍, ଜର୍ମାନି ଏବଂ ସ୍ପେନ୍ର ନାଗରିକ। ସେମାନଙ୍କୁ ଦିଆଯାଇଥିବା ରେଗୁଲାଲ୍ ଏବଂ ଇ-ଭିସାଗୁଡ଼ିକୁ ରଦ୍ଦ କରାଯାଇଛି।
ଏହାଛଡ଼ା ଇଟାଲି, ଇରାନ୍, ଜାପାନ ଏବଂ ଦକ୍ଷିଣ କୋରିଆର ନାଗରିକମାନଙ୍କୁ ମାର୍ଚ ୩ ତାରିଖ ପୂର୍ବରୁ ଦିଆଯାଇଥିବା ଭିସାଗୁଡ଼ିକୁ ମଧ୍ୟ ରଦ୍ଦ କରି ଦିଆଯାଇଛି। ଫେବ୍ରୁଆରି ୫ ତାରିଖ ପୂର୍ବରୁ ଚୀନ୍ ନାଗରିକଙ୍କୁ ଦିଆଯାଇଥିବା ଭିସାଗୁଡ଼ିକ ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି।
ପୂର୍ବରୁ ଚୀନ୍, ଇରାନ୍, ଇଟାଲି, ଦକ୍ଷିଣ କୋରିଆ, ଜାପାନ, ଫ୍ରାନ୍ସ୍, ଜର୍ମାନି ଏବଂ ସ୍ପେନ୍ ଗସ୍ତରେ ଯାଇ ଭାରତକୁ ଆସିବାକୁ ଚାହୁଁଥିବା ବିଦେଶୀ ନାଗରିକମାନଙ୍କୁ ଫେବ୍ରୁଆରି ୧ ତାରିଖ ସୁଦ୍ଧା ମଞ୍ଜୁର କରାଯାଇଥିବା ସମସ୍ତ ଭିସା ଏବଂ ଇ-ଭିସା ମଧ୍ୟ ସରକାର ରଦ୍ଦ କରିଛନ୍ତି।
Image Source: The Weekଯେଉଁ ଭାରତୀୟ ନାଗରିକମାନେ ବିଦେଶ ଗସ୍ତରେ ଯିବାକୁ ଆଗ୍ରହୀ ସେମାନଙ୍କ ପ୍ରତି ମଧ୍ୟ ସରକାର ଟ୍ରାଭେଲ୍ ଆଡ୍ଭାଇଜରି (୨) ଜାରି କରିଛନ୍ତି। ସେଥିରେ ସୂଚାଇ ଦିଆଯାଇଛି ଯେ ଏବେ ବିଶ୍ୱର ଶତାଧିକ ଦେଶରେ କରୋନାଭାଇରସ୍ ସଂକ୍ରମଣ ହୋଇଛି। ସେଠାକୁ ଗଲେ କରୋନାଭାଇରସ୍ ସଂକ୍ରମିତ ଲୋକଙ୍କ ସଂସ୍ପର୍ଶରେ ଆସିବାର ଯଥେଷ୍ଟ ସମ୍ଭାବନା ରହିଛି।
ଭିସା ପାଇ ମଧ୍ୟ ଏ ପର୍ଯ୍ୟନ୍ତ ଭାରତକୁ ପ୍ରବେଶ କରି ନ ଥିବା ଉପରୋକ୍ତ ସମସ୍ତ ଦେଶର ନାଗରିକମାନଙ୍କ ପ୍ରତି ଏହି କଟକଣା ଲାଗୁ କରାଯାଇଛି। ଭାରତ ସରକାରଙ୍କ କଟକଣା ଜଳ, ସ୍ଥଳ ଓ ଆକାଶ ପଥ ବ୍ୟବହାର କରୁଥିବା ସମସ୍ତ ବିଦେଶୀ ନାଗରିକଙ୍କ ପ୍ରତି ପ୍ରଯୁଜ୍ୟ।
Follow Us