ଭାରତ: ଗତ ବର୍ଷ ଅପେକ୍ଷା ଅଙ୍ଗାର ନିର୍ଗମନ ୨୬% କମ୍‌

କରୋନା ଆଣିଛି ବିଶ୍ବରେ ସବୁଜ ପରିବେଶ, ଦ୍ବିତୀୟ ବିଶ୍ବ ଯୁଦ୍ଧ ପରଠାରୁ ସର୍ବନିମ୍ନ ନିର୍ଗମନ ଓ ସର୍ବାଧିକ ହ୍ରାସ

ଭାରତ: ଗତ ବର୍ଷ ଅପେକ୍ଷା ଅଙ୍ଗାର ନିର୍ଗମନ ୨୬% କମ୍‌

NewsBytes

ନୂଆଦିଲ୍ଲୀ: ମହାମାରୀ କୋଭିଡ୍–୧୯ର ବିଭୀଷିକାମୟ ସଂକ୍ରମଣକୁ ରୋକିବା ପାଇଁ ଏ ଯାବତ୍ କୌଣସି ଫଳପ୍ରଦ ଚିକିତ୍ସା ପଦ୍ଧତି କିମ୍ବା ପ୍ରଯୁଜ୍ୟ ଟିକାଟିଏ ଉପଲବ୍ଧ ନଥିବାରୁ ଏହାର ମୁକାବିଲା ପାଇଁ ସାମାଜିକ ଦୂରତ୍ବକୁ ହିଁ ପ୍ରାଧାନ୍ୟ ଦିଆଯାଉଛିା ଏପରିକି ଏହି ସାମାଜିକ ଦୂରତ୍ବ ବଜାୟ ରଖିବା ଲାଗି ଅନେକ ଦେଶରେ ଲକ୍ଡାଉନ୍ ପରି କଠୋର ପଦକ୍ଷେପ ମଧ୍ୟ ନିଆଯାଇଛିା ତେବେ ଏହାଦ୍ବାରା କରୋନାଭୂତାଣୁକୁ କେତେ ପ୍ରତିରୋଧ କରାଯାଇଛି ତାହା ସମୟ ତ କହିବ; ମାତ୍ର ଏହାର ଏକ ସକାରାତ୍ମକ ପ୍ରଭାବ ବିଶ୍ବ ପରିବେଶ ଉପରେ ପଡି଼ଛି ନିଶ୍ଚୟା ଏହି ଲକ୍ଡାଉନ୍ ଅବସରରେ ବିଭିନ୍ନ କରକାରଖାନା ସାଙ୍ଗକୁ ଗାଡି଼ମୋଟର ଚଳାଚଳ ବନ୍ଦ ରହିଥିବାରୁ ବାୟୁମଣ୍ତଳରେ ବିଷାକ୍ତ ଅଙ୍ଗାର କଣିକାର ନିର୍ଗମନ ଯଥେଷ୍ଟ କମିଯାଇଥିବା ଜଣାଯାଇଛିା ବିଶ୍ବ ବାୟୁମଣ୍ତଳରେ ଗତବର୍ଷ ଏପ୍ରିଲ ମାସର ଅଙ୍ଗାର ନିର୍ଗମନକୁ ତୁଳନା କଲେ ଚଳିତବର୍ଷ ଏପ୍ରିଲ ମାସରେ ତାହା ୧୭ ପ୍ରତିଶତ କମିଥିବା ଜଣାଯାଇଛିା ଖୁସିର କଥା ଭାରତ ପାଇଁ ଏହି ହ୍ରାସର ପରିମାଣ ୨୬ ପ୍ରତିଶତ ହୋଇଥିବା ବେଳେ ୟୁକେରେ ୩୦.୭ ପ୍ରତିଶତ, ଆମେରିକାରେ ୩୦.୬ ପ୍ରତିଶତ ଏବଂ ଚୀନ୍ରେ ୨୩.୯ ପ୍ରତିଶତ ହୋଇଥିବା ଏକ ଆନ୍ତର୍ଜାତିକ ସବେର୍କ୍ଷଣରୁ ଜଣାଯାଇଛିା

ବ୍ରିଟେନ୍ରୁ ପ୍ରକାଶିତ ନାସନାଲ୍ କ୍ଲାଇମେଟ ଚେଞ୍ଜ୍ ନାମକ ପତ୍ରିକାରେ ସ୍ଥାନ ପାଇଥିିବା ଏହି ସବେର୍କ୍ଷଣର ତଥ୍ୟ ମୁତାବକ, ଗତବର୍ଷର ଜାନୁଆରି ଠାରୁୁ ଏପ୍ରିଲ ମଧ୍ୟରେ ଦେଖାଦେଇଥିବା ହାରାହାରି ଅଙ୍ଗାର ନିର୍ଗମନ ପରିମାଣରେ ଚଳିତ ବର୍ଷ ବ୍ୟାପକ ହ୍ରାସ ଘଟିଛିା ଏପରିକି ଚଳିତ ବର୍ଷ ଶେଷ ସୁଦ୍ଧା ତାହା ଗତବର୍ଷ ତୁଳନାରେ ୪.୪ ପ୍ରତିଶତରୁ ୮ ପ୍ରତିଶତ ଭିତରେ ରହିବା ଦ୍ବିତୀୟ ବିଶ୍ବଯୁଦ୍ଧ ପରଠାରୁ ଏହା ବାୟୁମଣ୍ତଳରେ ବାର୍ଷିକ ଅଙ୍ଗାର ନିର୍ଗମନର ସବୁଠୁ ଅଧିକ ହ୍ରାସ ଆଣିଛି ବୋଲି ରେକର୍ଡ କହୁଛିା ଏପରିକି ଚଳିତବର୍ଷର ଅଙ୍ଗାର ନିର୍ଗମନ ପରିମାଣ ଦ୍ବିତୀୟ ବିଶ୍ବ ଯୁଦ୍ଧ ପରଠାରୁ ଯେ କୌଣସି ବର୍ଷର ଅଙ୍ଗାର ନିର୍ଗମନ ଅପେକ୍ଷା କମ୍ ବୋଲି ଅନୁଧ୍ୟାନକାରୀମାନେ ଜଣାଇଛନ୍ତିା ତେବେ ଅଙ୍ଗାର ନିର୍ଗମନରେ ସଂଘଟିତ ଏହି ହ୍ରାସରେ ଗାଡି଼ମୋଟର ଚଳାଚଳ ଯୋଗୁଁ ସର୍ବାଧିକ ୪୩ ପ୍ରତିଶତ ଯୋଗଦାନ ରହିଥିବା ବେଳେ ଶକ୍ତି ଉତ୍ପାଦନ ପାଇଁ ୧୯ ପ୍ରତିଶତ, କଳକାରଖାନା ପାଇଁ ୨୫ ପ୍ରତିଶତ, ବିମାନ ଚଳାଚଳ ପାଇଁ ୧୦ ପ୍ରତିଶତ ଏବଂ ବାକି ୩ ପ୍ରତିଶତ ଘରୋଇ ବ୍ୟବହାର ପାଇଁ ରହିଥିବା ଜଣାଯାଇଛିା ତେବେ ବାୟୁମଣ୍ତଳ ଆଗରୁ ଧାରଣ କରିଥିବା ଅଙ୍ଗାର ପରିମାଣ ଏତେ ଅଧିକ ରହିଛି ଯେ ବିଶ୍ବ ଜଳବାୟୁରେ ଅନୁକୂଳ ପରିବର୍ତ୍ତନ ଆଣିବା ପାଇଁ ଆବଶ୍ୟକ ପଡୁଥିବା ଦେଡ଼ ଡିଗ୍ରି ଯାଏ ତାପମାତ୍ରା ହ୍ରାସରେ ଚଳିତ ବର୍ଷର ଅଙ୍ଗାର ନିର୍ଗମନ ହ୍ରାସର ସାମାନ୍ୟ ପ୍ରଭାବ ପଡି଼ବନି ବୋଲି ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତିା ସୁତରାଂ କରୋନା ସ୍ଥିତି ଯୋଗୁଁ ବିଶ୍ବରେ ଭୁଶୁଡି଼ପଡି଼ଥିବା ଅର୍ଥନୀତିର ପୁନରୁଦ୍ଧାର ପାଇଁ ବ୍ୟାକୁଳ ହୋଇ ଭବିଷ୍ୟତରେ ଅଙ୍ଗାର ନିର୍ଗମନକୁ ଆଶାତୀତ ଭାବେ ନ ବଡ଼ାଇବାକୁ ସେମାନେ ପରାମର୍ଶ କରିଛନ୍ତିା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe