New Indian Express
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ, ଜାପାନ ଓ ଆମେରିକା ସହିତ ମିଶି ଇଣ୍ଡୋ-ପାସିଫିକ୍ (ଭାରତ- ପ୍ରଶାନ୍ତ ମହାସାଗରୀୟ) ଅଞ୍ଚଳରେ ଭାରତ ମୁକ୍ତ, ଅବାଧ ଓ ଶାନ୍ତ ବାତାବରଣ ସୃଷ୍ଟି କରିବ। ଅନ୍ତର୍ଜାତୀୟ ସାମୁଦ୍ରିକ ଜଳସୀମା ମଧ୍ୟରେ ଆମେ ଆମର ସାର୍ବଭୌମତ୍ବ, ସଂହତି ଓ ଶାନ୍ତି ବଜାୟ ରଖି ସବୁ ସମସ୍ୟାର ସମାଧାନ କରିବୁ। ଅନ୍ତର୍ଜାତୀୟ ସ୍ତରରେ ଆମେ ପ୍ରଚଳିତ ଆଇନକୁ ଉଲ୍ଲଂଘନ ନକରି ଏହାର ପାଳନ କରିବୁ ବୋଲି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର ଟୋକିଓରେ ଆୟୋଜିତ ‘କ୍ୱାଡ୍’ ବୈଠକରେ ଘୋଷଣା କରିଛନ୍ତି।
ଟୋକିଓରେ ହୋଇଥିବା ଏହି ମନ୍ତ୍ରୀସ୍ତରୀୟ ବୈଠକରେ ୟୁଏସ୍ ସେକ୍ରେଟେରି ଅଫ୍ ଷ୍ଟେଟ୍ ମାଇକ ପୋମ୍ପିଓ, ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀ ମରିସ ପେନେ, ଜାପାନର ବୈଦେଶିକ ମନ୍ତ୍ରୀ ତୋଷିମିଟୁ ମୋଟେଗି ଏବଂ ଭାରତର ବୈଦେଶିକମନ୍ତ୍ରୀ ଏସ୍. ଜୟଶଙ୍କର ଯୋଗ ଦେଇଥିଲେ।
timesnow.comଇଣ୍ଡୋ-ପାସିଫିକ୍ ଅଞ୍ଚଳରେ ଭାରତ ମୁକ୍ତ, ଅବାଧ ଓ ଶାନ୍ତ ବାତାବରଣ ସୃଷ୍ଟି କରିବ ବୋଲି ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ବୈଠକରେ ନିଜ ଉଦ୍ବୋଧନରେ କହିଛନ୍ତି। ସେ ଆହୁରି ବି କହିଛନ୍ତି ଯେ ସମସ୍ତ ପ୍ରକାର ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଭାରତ ନିୟମ ଭିତ୍ତିକ ଆନ୍ତର୍ଜାତୀୟ ଶୃଙ୍ଖଳା ରକ୍ଷା କରିବାକୁ ପ୍ରତିଶ୍ରୁତିବଦ୍ଧ।
ଉଲ୍ଲେଖଯୋଗ୍ୟ, ବିଶ୍ବରେ ଚୀନର ପ୍ରାଦୁର୍ଭାବ ବଢି ଚାଲିଥିବାରୁ ତାହାର ମୁକାବିଲା ପାଇଁ ଏକାଠି ହୋଇଛନ୍ତି ବିଶ୍ବର ସୁପରପାଓ୍ବାର ଆମେରିକା ଓ ଅନ୍ୟ ୩ଟି ଶକ୍ତିଶାଳୀ ଦେଶ-ଭାରତ, ଜାପାନ ଓ ଅଷ୍ଟ୍ରେଲିଆ । ଏହି ୪ଟି ଦେଶକୁ ନେଇ ଗଠିତ ମେଣ୍ଟ କ୍ବାଡର ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଅନେକ ପ୍ରସଂଗରେ ଆଲୋଚନା ହୋଇଯାଇଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି କ୍ବାଡ ସଂଗଠନର ଏହା ହେଉଛି ୨ୟ ମନ୍ତ୍ରିସ୍ତରୀୟ ବୈଠକ । ଗତ ବର୍ଷ ନ୍ୟୁୟର୍କଠାରେ ପ୍ରଥମ ମନ୍ତ୍ରିସ୍ତରୀୟ ବୈଠକ ବସିଥିଲା ।
Follow Us