ବାୟୁସେନା ସର୍ଜିକାଲ୍‌ ଷ୍ଟ୍ରାଇକ : କେବଳ ମିରେଜ ୨୦୦୦ ନୁହେଁ, ଅନ୍ୟ ଯୁଦ୍ଧବିମାନ ମଧ୍ୟ ଅପରେସନରେ ସାମିଲ ହୋଇଥିଲେ 

ବାୟୁସେନା ସର୍ଜିକାଲ୍‌ ଷ୍ଟ୍ରାଇକ : କେବଳ ମିରେଜ ୨୦୦୦ ନୁହେଁ, ଅନ୍ୟ ଯୁଦ୍ଧବିମାନ ମଧ୍ୟ ଅପରେସନରେ ସାମିଲ ହୋଇଥିଲେ 

ନୂଆଦିଲ୍ଲୀ: ଫେବ୍ରୁଆରି ୨୬ ତାରିଖରେ ପୁଲଓ୍ଵାମା ଆକ୍ରମଣର କଡା ଜବାବ ଭାରତ ଦେଇଛି। ଗତକାଲି ମଧ୍ୟରାତ୍ରରେ ଭାରତୀୟ ବାୟୁସେନାର ବହୁ ବିମାନ ଭାରତ-ପାକ୍‌ ସୀମାର ନିୟନ୍ତ୍ରଣ ରେଖା ଭିତରକୁ  ଭୋର ୩ଟା ୩୦ ମିନିଟ୍‌ ସମୟରେ ପ୍ରବେଶ କରି ବୋମା ମାଡ଼ କରିଥିଲେ। ଏହି ଆକ୍ରମଣରେ ଭାରତୀୟ ବାୟୁସେନାର ୧୬ଟି ମିରେଜ୍‌ ୨୦୦୦ ଲଢୁଆ ବିମାନ ଅଂଶଗ୍ରହଣ କରିଥିଲା। ରାତି ଗୋଟାଏରୁ ଆରମ୍ଭ ହୋଇଥିଲା ଅପରେସନ୍‌। ଆସନ୍ତୁ ଜାଣିବା କିପରି ବାୟୁସେନାର ଅପରେସନ୍‌ ଆରମ୍ଭ ହୋଇଥିଲା। କେଉଁ ବିମାନ ଦେଶର କେଉଁ ବିମାନଘାଟିରୁ ପାକସୀମାକୁ ଭେଦ କରି ଆକାଶୀ ଆକ୍ରମଣରେ ସାମିଲ ହୋଇଥିଲା।

publive-image

ପ୍ରଥମେ ୧ ଏମ୍ବ୍ରେୟର ଏଇଡବ୍ଲ୍ୟୁ-୧୪୫  ବିମାନ  ରାତି ପାଖାପାଖି ୧.୦୦ଟା କେବଳକୁ ପଞ୍ଜାବର  ଭାଟିଣ୍ଡା ଏୟାରବେସରୁ ଉଡାଣ ଆରମ୍ଭ କରିଥିଲା।

ସେହିପରି ଆଇଏଲ-୭୮ ମିଡ-ଏୟାର ରିଫ୍ୟୁଏଲ୍‌  ବିମାନ ଆଗ୍ରା ବାୟୁସେନା ଘାଟିରୁ ସେହି ରାତି ଗୋଟାଏ ବେଳକୁ ଉଡିବା ଆରମ୍ଭ କରିଥିଲା। ଏମିତି ପଛକୁ ପଛ ୧୦ଟି ଯୁଦ୍ଧ ବିମାନ ଭାରତ-ପାକ୍‌ ସୀମାର ନିୟନ୍ତ୍ରଣ ରେଖା ଭିତରକୁ ପ୍ରବେଶ କରିଥିଲା।

ବାୟୁସେନାର ୩ଟି ସ୍କ୍ଵାଡ୍ରନ୍‌ରୁ ୧୬ ମିରେଜ୍‌ ୨୦୦୦ ବିମାନ ଅପରେସନରେ ସାମିଲ୍‌ ହୋଇଥିଲା। ଟାଇଗର ସ୍କ୍ଵାଡ୍ରନ୍‌ରୁ ୧, ବାଟଲେ ଏକ୍ସିସ୍‌ରୁ ୭ ଓ ଓ୍ଵଲଫ୍‌ ପେକ୍‌ରୁ ୮ ଗ୍ଵାଲିୟର ଯୁଦ୍ଧ ବିମାନ ଘାଟି ରାତି ପାଖାପାଖି ୨ଟାରେ ପାକିସ୍ତାନ ଜୈସ୍‌-ଇ-ମହମ୍ମଦ କ୍ୟାମ୍ପ ଧ୍ୱଂସ ପାଇଁ ନିଜ ଲକ୍ଷ୍ୟ ପଥରେ ଉଡିଥିଲେ। ୬ଟି ଯୁଦ୍ଧ ବିମାନ ମଧ୍ୟରୁ ଦୁଇରୁ ତିନି ଯୋଡାକୁ ସଠିକ୍‌ ଲକ୍ଷ୍ୟ ଲଗାଇବା ପାଇଁ ନାମିତ କରାଯାଇଥିଲା। ପାକିସ୍ତାନର ଆତଙ୍କବାଦୀ ପ୍ରଶିକ୍ଷଣ ଶିବିରକୁ ଧ୍ୱଂସ କରିବା ପାଇଁ ଇସ୍ରାଏଲ ଲେଜର ପେଡସ୍‌ ଉପଯୋଗ କରିଥିଲା ବାୟୁସେନା।

publive-image

ସେହିପରି ୪ ଏସ୍‌ୟୁ-୩୦ ଏମକେଆଇ ବିମାନ ପାଖାପାଖି ରାତି ୩ଟାରେ ସିରସା ବାୟୁସେନା ଘାଟିରୁ ଉଡିଥିଲା।

ନିୟନ୍ତ୍ରଣ ରେଖା ଓ ଅନ୍ତଜାର୍ତୀୟ ନିକଟରେ ଥିବା ବାୟୁସେନା ଘାଟିରେ କ୍ଷେପଣାସ୍ତ୍ର ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିଲା, ଯେପରିକି ଭାରତୀୟ ମିରେଜ ୨୦୦୦ ବିମାନକୁ ପିଛା କରି ପାକିସ୍ତାନର କୌଣସି ବିମାନ ଆସିଲେ ସେଗୁଡ଼ିକୁ ଖସାଇ ଦିଆଯିବ।

କୌଣସି ସମୟରେ ଯଦି ପାକିସ୍ତାନ ଆକ୍ରମଣ କରେ, ସେ ନେଇ ଭାରତୀୟ ବାୟୁସେନା ଘାଟିକୁ ପାଖାପାଖି ୩ଟା ସମୟରେ ସମ୍ପର୍କ କରାଯାଇ ସତର୍କ କରି ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe