ସିନ୍ଧୁ ଜଳ ଚୁକ୍ତିନାମା ସ୍ଥଗିତ କରିବା ପରେ ଭାରତ ସରକାର ପାକିସ୍ତାନ ବିରୋଧରେ ନେବାକୁ ଯାଉଛନ୍ତି ଆଉ ଏକ ବଡ଼ ପଦକ୍ଷେପ

Advertisment

ଭାରତ ସରକାର ପାକିସ୍ତାନ ଏୟାରଲାଇନ୍ସ ପାଇଁ ନିଜର ଏୟାରସ୍ପେସକୁ ବନ୍ଦ କରିବାକୁ ବିଚାର କରୁଛି।  ଏହି ବିଚାର ପରେ ପାକିସ୍ତାନ ଏୟାରଲାଇନ୍ସକୁ  ଦକ୍ଷିଣପୂର୍ବ ଏସିଆ ଦେଶ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ଚୀନ ଓ ଶ୍ରୀଲଙ୍କା ରାସ୍ତା ଦେଇ ଯିବାକୁ ପଡ଼ିବ।

ଭାରତ ସରକାର ପାକିସ୍ତାନ ଏୟାରଲାଇନ୍ସ ପାଇଁ ନିଜର ଏୟାରସ୍ପେସକୁ ବନ୍ଦ କରିବାକୁ ବିଚାର କରୁଛି।  ଏହି ବିଚାର ପରେ ପାକିସ୍ତାନ ଏୟାରଲାଇନ୍ସକୁ  ଦକ୍ଷିଣପୂର୍ବ ଏସିଆ ଦେଶ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ଚୀନ ଓ ଶ୍ରୀଲଙ୍କା ରାସ୍ତା ଦେଇ ଯିବାକୁ ପଡ଼ିବ।

867

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତର କାର୍ଯ୍ୟାନୁଷ୍ଠାନ ଯୋଗୁଁ ପାକିସ୍ତାନ ସବୁ ଦିଗରୁ ଅସୁବିଧାର ସମ୍ମୁଖୀନ ହେଉଛି। ଭାରତ ସିନ୍ଧୁ ଜଳ ଚୁକ୍ତିନାମା ସ୍ଥଗିତ କରିବା ପରେ ପାକିସ୍ତାନ ପାଣି ପାଇଁ ଡହଳବିକଳ ହେବାକୁ ଯାଉଛି।

କେବଳ ଏତିକି ନୁହେଁ ଭାରତ ସରକାର ପାକିସ୍ତାନ ଏୟାରଲାଇନ୍ସ ପାଇଁ ନିଜର ଏୟାରସ୍ପେସକୁ ବନ୍ଦ କରିବାକୁ ବିଚାର କରୁଛି।  ଏହି ବିଚାର ପରେ ପାକିସ୍ତାନ ଏୟାରଲାଇନ୍ସକୁ  ଦକ୍ଷିଣପୂର୍ବ ଏସିଆ ଦେଶ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ଚୀନ ଓ ଶ୍ରୀଲଙ୍କା ରାସ୍ତା ଦେଇ ଯିବାକୁ ପଡ଼ିବ। କେବଳ ଏତିକି ନୁହେଁ ଏଣିକି  ଭାରତର ବନ୍ଦରଗୁଡ଼ିକରେ ପାକିସ୍ତାନ ଜାହାଜ ଅଟକି ପାରିବ ନାହିଁ। ଏହା ଉପରେ ବି ପ୍ରତିବନ୍ଧକ ଲାଗୁ କରାଯିବା ଦିଗରେ ବିଚାର କରାଯାଉଛି।

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ଏୟାରଲାଇନ୍ସ ଭାରତର କାର୍ଯ୍ୟାନୁଷ୍ଠାନ ଭୟରେ ଆଗୁଆ ଭାରତୀୟ ଏୟାରସ୍ପେସରେ ପ୍ରବେଶ କରିବାରୁ ବଞ୍ଚିତ ରହିଥିଲା ଏଥିସହିତ ଭାରତୀୟ ବିମାନଗୁଡ଼ିକ ପାଇଁ ନିଜର ଏୟାରସ୍ପେସ ବନ୍ଦ କରି ଦେଇଥିଲା।

ଗତ ଶନିବାର ପାକିସ୍ତାନୀ ଗଣମାଧ୍ୟମ ଦାବି କରିଛି ଯେ ଭାରତ କୌଣସି ପୂର୍ବ ସୂଚନା ବିନା ଝେଲମ୍ ନଦୀରେ ଅତିରିକ୍ତ ପାଣି ଛାଡି ଦେଇଛି। ଯେଉଁ କାରଣରୁ ମୁଜାଫରାବାଦରେ ହଠାତ୍ ଭୟଙ୍କର ବନ୍ୟା ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe