ଚୀନ, ପାକିସ୍ତାନ ଉପରେ ଆଖି : ଜାତୀୟ ରାଜପଥରେ ନିର୍ମାଣ ହେଉଛି ୩୫ଟି ଏୟାରଷ୍ଟ୍ରିପ୍

Advertisment
ଭାରତରେ ପହଞ୍ଚିଲା ଶେଷ ରାଫେଲ ବିମାନ

ନୂଆଦିଲ୍ଲୀ : ଚୀନ ଓ ପାକିସ୍ତାନର କାର୍ଯ୍ୟକଳାପର ମୁକାବିଲା କରିବା ପାଇଁ କେନ୍ଦ୍ର ସରକାର ଯୁଦ୍ଧକାଳୀନ ଭିତ୍ତିରେ ଜାତୀୟ ରାଜପଥରେ ୩୫ଟି ଏୟାରଷ୍ଟ୍ରିପ୍ ନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି। ଜରୁରୀକାଳୀନ ପରିସ୍ଥିତିରେ ଏହି ଏୟାରଷ୍ଟ୍ରିପରେ ଲଢୁଆ ବିମାନ ଅବତରଣ କରାଯାଇପାରିବ। ବିଶେଷ କରି ଦେଶ ସୀମାବର୍ତ୍ତୀ ରାଜପଥରେ ଏୟାରଷ୍ଟ୍ରିପ୍ ନିର୍ମାଣ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି ଯେ ଜରୁରୀକାଳୀନ ପରିସ୍ଥିତିରେ ରାଜପଥରେ ଯାତାୟାତ ବନ୍ଦ କରାଯିବ ଯାହା ଦ୍ୱାରା ରାଜପଥରେ ନିର୍ମିତ ଏୟାର ଷ୍ଟ୍ରିପକୁ ଲଢୁଆ ବିମାନଗୁଡ଼ିକ ବ୍ୟବହାର କରିପାରିବେ ।

ସାରା ଦେଶରେ ରାଜପଥରେ ୩୫ଟି ଏୟାରଷ୍ଟ୍ରିପ୍ ନିର୍ମାଣ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ଜାମ୍ମୁ କାଶ୍ମୀରଠାରୁ ଆରମ୍ଭ କରି ଦେଶର ଅନେକ ରାଜ୍ୟରେ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଛି। ସେଥିମଧ୍ୟରୁ ପାଖାପାଖି ୧୫ଟି କାମ ଶେଷ ହୋଇଛି। ଏମିତି କିଛି ଏୟାରଷ୍ଟ୍ରିପ୍ ରହିଛି ଯାହାକୁ ବାୟୁସେନା ଅନୁମୋଦନ କରୁଛି। କେନ୍ଦ୍ରମନ୍ତ୍ରୀ ଗଡ଼କରୀ କହିଛନ୍ତି ଯେ ଏୟାରଷ୍ଟ୍ରିପ୍ ନିର୍ମାଣରେ ଯେପରି କୌଣସି ବାଧା ସୃଷ୍ଟି ନହୁଏ ସେଥିପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

ସେ କହିଛନ୍ତି ଯେ ଏହି ଏୟାରଷ୍ଟ୍ରିପଗୁଡ଼ିକର ବ୍ୟବହାର ଟ୍ରେନର ଫାଟକ ପରି କରାଯିବ । ଟ୍ରେନ ଆସିଲେ ଯେପରି ଫାଟକ ପଡ଼ିଯାଏ ଓ ଟ୍ରେନ ଗଲାପରେ ଉଠେ, ଠିକ ସେହିପରି ଜରୁରୀ ପରିସ୍ଥିତିରେ ଏସବୁ ରାସ୍ତାକୁ ଲଢୁଆ ବିମାନ ପାଇଁ ବନ୍ଦ କରିଦିଆଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe