ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୨୫ ହଜାର ପାର୍‌, ଭାରତରେ ୨୮ ଲକ୍ଷ ନମୁନା ପରୀକ୍ଷା

Advertisment

ଏବେର ଆରୋଗ୍ୟ ହାର ୪୧.୪%

ଏବେର ଆରୋଗ୍ୟ ହାର ୪୧.୪%

ଗାଁକୁ ଫେରିଥିବା ଶ୍ରମିକଙ୍କୁ ଡାକୁଛନ୍ତି ଶିଳ୍ପସଂସ୍ଥା: ବିମାନ ଟିକଟ, ଖାଦ୍ୟ, ରହଣୀ ସୁବିଧା ଦେବାକୁ ପ୍ରସ୍ତୁତ

Edexlive

ନୂଆଦିଲ୍ଲୀ: ଦେଶରେ କରୋନା ମୁକାବିଲା ରଣନୀତି ତ୍ବରାନ୍ବିତ ହୋଇ ଆଜି ସୁଦ୍ଧା ମୋଟ ୨୮ ଲକ୍ଷ ୩୪ ହଜାର ୭୯୮ଲୋକଙ୍କର କୋଭିଡ-୧୯ ପରୀକ୍ଷା ହୋଇସାରିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ୧,୧୫, ୩୬୪ ଲୋକଙ୍କର ନମୁନା ପରୀକ୍ଷା ହେଉଥିବା ବେଳେ ଗତ ୪ ଦିନ ହେଲା ଦୈନିକ ୧ ଲକ୍ଷରୁ ଅଧିକ ନମୁନା ପରୀକ୍ଷା କରାଯାଉଥିବା ଆସିଏମ୍‌ଆର୍‌ ସୂତ୍ରରୁ ଜଣାପଡ଼ିଛି। ଆଜି ୬୬୫୪ ନୂଆ ମାମଲା ଚିହ୍ନଟ ହୋଇଥିବା ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂତ୍ରରୁ ଜଣାପଡ଼ିଛି। ଏବେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୨୫ ହଜାରରୁ ଅଧିକ ରହିଛି। ଅନ୍ୟପକ୍ଷରେ କରୋନାରେ ସଂକ୍ରମିତ ଲୋକଙ୍କ ଆରୋଗ୍ୟ ହାର ବୃଦ୍ଧି ପାଇ ଆଜି ୪୧.୪ରେ ପହଞ୍ଚିଛି।

ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୩୭ ଜଣ କରୋନାରେ ପ୍ରାଣ ହରାଇଥିବା ବେଳେ ଦେଶରେ ମୃତକଙ୍କ ସଂଖ୍ୟା ୩ ହଜାର ୭ ଶହ ଅତିକ୍ରମ କରିଯାଇଛି। କେବଳ ମହାରାଷ୍ଟ୍ରରେ ପ୍ରାୟ ୪୫ ହଜାର ମାମଲା ରହିଛି ଏବଂ ଏଠାରେ ମୃତ୍ୟୁ ସଂଖ୍ୟା ୧୫ଶହରୁ ଅଧିକ ରହିଥିବା ପ୍ରକାଶ। ବିଗତ ତିନି ଦିନ ମଧ୍ୟରେ ପ୍ରାୟ ୧୮ ହଜାର ମାମଲା ସାମ୍ନାକୁ ଆସିଥିବାରୁ ସଂକ୍ରମଣ ସ୍ଥିତି ଉଦ୍‌ବେଗଜନକ ରହିଛି। ଗୁଜରାଟ ଓ ତାମିଲନାଡ଼ୁରେ ଦ୍ରୁତ ସଂକ୍ରମଣ ଚିନ୍ତା ବଢ଼ାଇଛି। ବୁଧବାର ଦେଶରେ ମୋଟ ୫୬୧୧ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଶୁକ୍ରବାର ୬୦୮୮ ଜଣଙ୍କୁ ଚିହ୍ନଟ କରାଯାଇଛି। ଆଜି ଆହୁରି ୬ ହଜାର ଚିହ୍ନଟ ହୋଇଥିବା ସ୍ବାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟରୁ ଜଣାପଡ଼ିଛି। ଭାରତରେ ମୋଟ କରୋନା ମୃତ୍ୟୁର ୯୫ ପ୍ରତିଶତ ୧୦ଟି ରାଜ୍ୟରେ ହୋଇଥିବା ବେଳେ ୭୦ ପ୍ରତିଶତ ମୃତ୍ୟୁ କେବଳ ୧୦ଟି ସହରରେ ସୀମିତ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe